ହଷ୍ଟେଲର ଚାରି ମହଲାରୁ ଡେଇଁ ଆହତ ହେଲେ ବିଟେକ ଛାତ୍ର, କହୁଥିଲେ ତାଙ୍କ ପାଖରେ ରହିଛି ଅଲୌକିକ ଶକ୍ତି

ନୂଆଦିଲ୍ଲୀ: କୋଏମ୍ବାଟୁରରେ ଅଭାବନୀୟ । ହଷ୍ଟେଲର ଚାଲି ମହଲାରୁ ଡେଇଁ ଆହତ ହେଲେ ୧୯ ବର୍ଷୀୟ ବିଟେକ ଛାତ୍ର। ଆହତ ଯୁବକ ହେଉଛନ୍ତି ଇରୋଡ ଜିଲ୍ଲା ମେକ୍କୁର ଗାଁର ଏ.ପ୍ରଭୁ। ଆଶ୍ଚର୍ଯ୍ୟକର କଥା ହେଉଛି ସେ ନିଜ ପାଖରେ ଅଲୌକିକ ଶକ୍ତି ଥିବା କହୁଥିଲେ। ଆଉ ଏହାକୁ ପ୍ରମାଣିତ କରିବାକୁ ସେ ଡେଇଁ ପଡ଼ିଥିବା କୁହାଯାଉଛି। ସୋମବାର ସନ୍ଧ୍ୟା ସାଢ଼େ ୬ ଟା ସମୟରେ ଏହି ଘଟଣା ଘଟିଛି। ତେବେ ଘଟଣା ସ୍ଥଳରେ ଥିବା ଅନ୍ୟ ଛାତ୍ରମାନେ ତାଙ୍କୁ  ନିକଟସ୍ଥ ଓଥାକଲମଣ୍ଡପମ୍‌ ଠାରେ ଥିବା କରପାଗମ ହସ୍ପିଟାଲକୁ ନେଇଥିଲେ। ଏହା ପରେ ତାଙ୍କୁ କୋଏମ୍ବାଟୁରର ଗଙ୍ଗା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ହାତରେ ଫ୍ରାକଚର ହୋଇଥିବାବେଳେ ଗୋଡ଼ ଏବଂ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି।ସୂଚନା ଅନୁଯାୟୀ, କରପାଗମ କଲେଜ ଅଫ୍‌ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଥିବା ଏ. ପ୍ରଭୁ ତୃତୀୟ ବର୍ଷର ବିଟେକ୍‌ ଛାତ୍ର। ସେ ହଷ୍ଟେଲରେ ହିଁ ରହୁଥିଲେ। ପୋଲିସର କହିଛି, ଛାତ୍ର ଜଣକ ନିଜ ପାଖରେ ଅଲୌକିକ ଶକ୍ତି ଥିବା ଭାବୁଥିଲେ ଏବଂ ସେ କୌଣସିବି ବିଲ୍ଡିଂରୁ ଡେଇଁପାରିବ ବୋଲି ମଧ୍ୟ କହୁଥିଲେ । ସେ ନିଜ ସୁପରପାଓ୍ବାର ବିଷୟରେ ତାଙ୍କ ରୁମ୍‌ମେଟଙ୍କୁ ମଧ୍ୟ କହୁଥିଲା। ଏମିତିକି ଗତ ସପ୍ତାହରେ ତାଙ୍କ ଉପରେ କେହି କଳାଯାଦୁ କରିଥିଲା ବୋଲି ମଧ୍ୟ କହୁଥିଲେ ।

ହଷ୍ଟେଲର ଚାରି ମହଲାରୁ ଡେଇଁ ଆହତ ହେଲେ ବିଟେକ ଛାତ୍ର, କହୁଥିଲେ ତାଙ୍କ ପାଖରେ ରହିଛି ଅଲୌକିକ ଶକ୍ତି

ନୂଆଦିଲ୍ଲୀ: କୋଏମ୍ବାଟୁରରେ ଅଭାବନୀୟ । ହଷ୍ଟେଲର ଚାଲି ମହଲାରୁ ଡେଇଁ ଆହତ ହେଲେ ୧୯ ବର୍ଷୀୟ ବିଟେକ ଛାତ୍ର। ଆହତ ଯୁବକ ହେଉଛନ୍ତି ଇରୋଡ ଜିଲ୍ଲା ମେକ୍କୁର ଗାଁର ଏ.ପ୍ରଭୁ। ଆଶ୍ଚର୍ଯ୍ୟକର କଥା ହେଉଛି ସେ ନିଜ ପାଖରେ ଅଲୌକିକ ଶକ୍ତି ଥିବା କହୁଥିଲେ। ଆଉ ଏହାକୁ ପ୍ରମାଣିତ କରିବାକୁ ସେ ଡେଇଁ ପଡ଼ିଥିବା କୁହାଯାଉଛି। 

ସୋମବାର ସନ୍ଧ୍ୟା ସାଢ଼େ ୬ ଟା ସମୟରେ ଏହି ଘଟଣା ଘଟିଛି। ତେବେ ଘଟଣା ସ୍ଥଳରେ ଥିବା ଅନ୍ୟ ଛାତ୍ରମାନେ ତାଙ୍କୁ  ନିକଟସ୍ଥ ଓଥାକଲମଣ୍ଡପମ୍‌ ଠାରେ ଥିବା କରପାଗମ ହସ୍ପିଟାଲକୁ ନେଇଥିଲେ। ଏହା ପରେ ତାଙ୍କୁ କୋଏମ୍ବାଟୁରର ଗଙ୍ଗା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ହାତରେ ଫ୍ରାକଚର ହୋଇଥିବାବେଳେ ଗୋଡ଼ ଏବଂ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି।

ସୂଚନା ଅନୁଯାୟୀ, କରପାଗମ କଲେଜ ଅଫ୍‌ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଥିବା ଏ. ପ୍ରଭୁ ତୃତୀୟ ବର୍ଷର ବିଟେକ୍‌ ଛାତ୍ର। ସେ ହଷ୍ଟେଲରେ ହିଁ ରହୁଥିଲେ। ପୋଲିସର କହିଛି, ଛାତ୍ର ଜଣକ ନିଜ ପାଖରେ ଅଲୌକିକ ଶକ୍ତି ଥିବା ଭାବୁଥିଲେ ଏବଂ ସେ କୌଣସିବି ବିଲ୍ଡିଂରୁ ଡେଇଁପାରିବ ବୋଲି ମଧ୍ୟ କହୁଥିଲେ । ସେ ନିଜ ସୁପରପାଓ୍ବାର ବିଷୟରେ ତାଙ୍କ ରୁମ୍‌ମେଟଙ୍କୁ ମଧ୍ୟ କହୁଥିଲା। ଏମିତିକି ଗତ ସପ୍ତାହରେ ତାଙ୍କ ଉପରେ କେହି କଳାଯାଦୁ କରିଥିଲା ବୋଲି ମଧ୍ୟ କହୁଥିଲେ ।