ଜଳଭଣ୍ଡାରରେ ବୁଡିଗଲେ ୨ ନାବାଳିକା । ମାଲକାନଗିରି ଡ୍ୟାମରେ ଅଘଟଣ ।
କନକ ବ୍ୟୁରୋ: ମାଲକାନଗିରି ବାଲିମେଳା ଜଳଭଣ୍ଡାରରେ ବୁଡି ୨ ଶିଶୁ କନ୍ୟା ମୃତ । କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ କେନ୍ଦୁଗୁଡ଼ା ଗାଁରେ ଏହି ଅଘଟଣ ଘଟିଛି । ଗତକାଲି ଅପରାହ୍ଣରେ ଜଳଭଣ୍ଡାରକୁ ଗାଧୋଇବାକୁ ୪ ଜଣ ଶିଶୁ ଯାଇଥିଲେ । ଗାଧୋଇବା ସମୟରେ ଜଳଭଣ୍ଡାରର ଗଭୀର ପାଣିରେ ଦୁଇ ଜଣ ଶିଶୁ କନ୍ୟା ନିଖୋଜ ହୋଇଯାଇଥିଲେ । ଗାଁଲୋକେ ଗତକାଲି ଅପରାହ୍ନରୁ ଖୋଜାଖୋଜି କରୁଥିଲେ । ହେଲେ ଆଜି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି […] The post ଜଳଭଣ୍ଡାରରେ ବୁଡିଗଲେ ୨ ନାବାଳିକା । ମାଲକାନଗିରି ଡ୍ୟାମରେ ଅଘଟଣ । first appeared on Kanak News.

କନକ ବ୍ୟୁରୋ: ମାଲକାନଗିରି ବାଲିମେଳା ଜଳଭଣ୍ଡାରରେ ବୁଡି ୨ ଶିଶୁ କନ୍ୟା ମୃତ । କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ କେନ୍ଦୁଗୁଡ଼ା ଗାଁରେ ଏହି ଅଘଟଣ ଘଟିଛି । ଗତକାଲି ଅପରାହ୍ଣରେ ଜଳଭଣ୍ଡାରକୁ ଗାଧୋଇବାକୁ ୪ ଜଣ ଶିଶୁ ଯାଇଥିଲେ । ଗାଧୋଇବା ସମୟରେ ଜଳଭଣ୍ଡାରର ଗଭୀର ପାଣିରେ ଦୁଇ ଜଣ ଶିଶୁ କନ୍ୟା ନିଖୋଜ ହୋଇଯାଇଥିଲେ । ଗାଁଲୋକେ ଗତକାଲି ଅପରାହ୍ନରୁ ଖୋଜାଖୋଜି କରୁଥିଲେ । ହେଲେ ଆଜି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
The post ଜଳଭଣ୍ଡାରରେ ବୁଡିଗଲେ ୨ ନାବାଳିକା । ମାଲକାନଗିରି ଡ୍ୟାମରେ ଅଘଟଣ । first appeared on Kanak News.