ଛତିଶଗଡ଼ ନାରାୟଣପୁର ଓ ବିଜାପୁରରେ ୭ ନକ୍ସଲ ଗିରଫ

ନାରାୟଣପୁର ୧୯।୪: ଛତିଶଗଡ଼ ବସ୍ତର କ୍ଷେତ୍ରରେ ସୁରକ୍ଷା ବଳ ୭ ନକ୍ସଲଙ୍କୁ ଗିରଫ କରିଛନ୍ତି। ପୋଲିସ ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ କ୍ଷେତ୍ରର ନାରାୟଣପୁର ଜିଲ୍ଲାରେ ସୁରକ୍ଷା କର୍ମୀ ପ୍ରେସର ବୋମା ବିସ୍ଫୋରଣ ମାମଲାରେ ୩ ଜଣ ନକ୍ସଲଙ୍କୁ ଗିରଫ କରିଥିବା ବେଳେ ବିଜାପୁର ଜିଲ୍ଲାରେ ୪ ଜଣ ନକ୍ସଲଙ୍କୁ ଗିରଫ କରିଛନ୍ତି। ପ୍ରେସର ବୋମା ବିସ୍ଫୋରଣରେ ୨ ଜଣ ଗ୍ରାମୀଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଜଣକର ମୃତ୍ୟୁ ହୋଇଥିଲା।ଏହି ମାମଲାର ତଦନ୍ତ ଚାଲିଥିବା ବେଳେ ନକ୍ସଲଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପୋଲିସ ବଣ୍ଡୁ ଧୁରବା ଓରଫ ସୋନୁ (୨୭), ଝୁରୁ ମହାୟ (୩୫) ଓ ଜୁରୁ ନୁରେଟି (୨୨)ଙ୍କୁ ଗିରଫ କରାଯାଇଛି। ସେହିପରି ବିଜାପୁରରେ ସୁରକ୍ଷାବଳଙ୍କ ନକ୍ସଲ ବିରୋଧୀ ଅଭିଯାନ କାଳରେ ଜିତେନ୍ଦ୍ର କସ୍ୟପ (୨୬), ଛୋଟୁ କସ୍ୟପ (୨୩) ଓ ପାଣ୍ଡୁ ସୋଢି (୨୪)ଙ୍କୁ ଗିରଫ କରାଯାଇଛି। ପୋଲିସ ସେମାନଙ୍କ ନିକଟରୁ ଟିଫିନ ବୋମା, ବିଦ୍ୟୁତ ତାର, ବ୍ୟାଟେରୀ ଓ ମାଟି ଖୋଳା ଯନ୍ତ୍ର ଆଦି ଜବତ ହୋଇଛି। ସେହିପରି ଉସୁର ଥାନା ଅଞ୍ଚଳର ନଡାପଲ୍ଲୀ ଗାଁ ଜଙ୍ଗଲକୁ ଘେରାଉ କରି ଜଣେ ନକ୍ସଲ ଲଚ୍ଛୁ ତାମ୍ବୁ (୩୧)କୁ ଗିରଫ କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନକ୍ସଲଙ୍କ ବିରୋଧରେ ସୁରକ୍ଷା ବଳ ଏବେ ଜିରୋ ଟୋଲେରାନ୍ସ ନୀତି ଅବଲମ୍ବନ କରୁଛନ୍ତି। ବିଭିନ୍ନ ଏନକାଉଣ୍ଟରରେ ଅନେକ ସଂଖ୍ୟାରେ ନକ୍

ଛତିଶଗଡ଼ ନାରାୟଣପୁର ଓ ବିଜାପୁରରେ ୭ ନକ୍ସଲ ଗିରଫ

ନାରାୟଣପୁର ୧୯।୪: ଛତିଶଗଡ଼ ବସ୍ତର କ୍ଷେତ୍ରରେ ସୁରକ୍ଷା ବଳ ୭ ନକ୍ସଲଙ୍କୁ ଗିରଫ କରିଛନ୍ତି। ପୋଲିସ ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ କ୍ଷେତ୍ରର ନାରାୟଣପୁର ଜିଲ୍ଲାରେ ସୁରକ୍ଷା କର୍ମୀ ପ୍ରେସର ବୋମା ବିସ୍ଫୋରଣ ମାମଲାରେ ୩ ଜଣ ନକ୍ସଲଙ୍କୁ ଗିରଫ କରିଥିବା ବେଳେ ବିଜାପୁର ଜିଲ୍ଲାରେ ୪ ଜଣ ନକ୍ସଲଙ୍କୁ ଗିରଫ କରିଛନ୍ତି। ପ୍ରେସର ବୋମା ବିସ୍ଫୋରଣରେ ୨ ଜଣ ଗ୍ରାମୀଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଜଣକର ମୃତ୍ୟୁ ହୋଇଥିଲା।ଏହି ମାମଲାର ତଦନ୍ତ ଚାଲିଥିବା ବେଳେ ନକ୍ସଲଙ୍କୁ ଗିରଫ କରାଯାଇଛି। 

ଏହି ମାମଲାରେ ପୋଲିସ ବଣ୍ଡୁ ଧୁରବା ଓରଫ ସୋନୁ (୨୭), ଝୁରୁ ମହାୟ (୩୫) ଓ ଜୁରୁ ନୁରେଟି (୨୨)ଙ୍କୁ ଗିରଫ କରାଯାଇଛି। ସେହିପରି ବିଜାପୁରରେ ସୁରକ୍ଷାବଳଙ୍କ ନକ୍ସଲ ବିରୋଧୀ ଅଭିଯାନ କାଳରେ ଜିତେନ୍ଦ୍ର କସ୍ୟପ (୨୬), ଛୋଟୁ କସ୍ୟପ (୨୩) ଓ ପାଣ୍ଡୁ ସୋଢି (୨୪)ଙ୍କୁ ଗିରଫ କରାଯାଇଛି। ପୋଲିସ ସେମାନଙ୍କ ନିକଟରୁ ଟିଫିନ ବୋମା, ବିଦ୍ୟୁତ ତାର, ବ୍ୟାଟେରୀ ଓ ମାଟି ଖୋଳା ଯନ୍ତ୍ର ଆଦି ଜବତ ହୋଇଛି। 

ସେହିପରି ଉସୁର ଥାନା ଅଞ୍ଚଳର ନଡାପଲ୍ଲୀ ଗାଁ ଜଙ୍ଗଲକୁ ଘେରାଉ କରି ଜଣେ ନକ୍ସଲ ଲଚ୍ଛୁ ତାମ୍ବୁ (୩୧)କୁ ଗିରଫ କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନକ୍ସଲଙ୍କ ବିରୋଧରେ ସୁରକ୍ଷା ବଳ ଏବେ ଜିରୋ ଟୋଲେରାନ୍ସ ନୀତି ଅବଲମ୍ବନ କରୁଛନ୍ତି। ବିଭିନ୍ନ ଏନକାଉଣ୍ଟରରେ ଅନେକ ସଂଖ୍ୟାରେ ନକ୍ସଲ ପ୍ରାଣ ହରାଉଥିବା ବେଳେ ଭୟରେ ଅନେକ ନକ୍ସଲ ଏବେ ଆତ୍ମସମର୍ପଣ କରୁଛନ୍ତି।