ଟି-୨୦ ବିଶ୍ୱକପ୍‌ ୨୦୨୪ : ରବିବାର ଭାରତ-ପାକିସ୍ତାନ ମହାମୁକାବିଲା, ଦବ୍‌ଦବା ଜାହିର ଲକ୍ଷ୍ୟରେ ରୋହିତ ବାହିନୀ

ମୁମ୍ବାଇ ୦୯।୦୬ : ଟି-୨୦ ବିଶ୍ୱକପ୍‌ ୨୦୨୪ । ରବିବାର ଦିନ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ଟପ୍‌ ମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ଖେଳାଯିବ ଏହି ହାଇଭୋଲଟେଜ୍‌ ଫାଇଟ୍‌ । ଉଭୟ ଦଳ ଏହି ଟପ୍‌ ମୁକାବିଲା ବି ପ୍ରସ୍ତୁତ । ନ୍ୟୁୟର୍କ ନାସାଉ କାଉଣ୍ଟ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ୍‌ । ଟି-୨ କ୍ରିକେଟ୍‌ରେ ପାକିସ୍ତାନ ବିରୋଧରେ ଭାରତୀୟ ଟିମ୍‌ର ପଲ୍ଲା ଭାରି ରହିଛି । ଉଭୟ ଟିମ୍‌ ମଧ୍ୟରେ ଏବେ ଯାଏଁ ୧୨ଟି ଟି-୨୦ ମୁକାବିଲା ଖେଳାଯାଇଛି । ଯେଉଁଥିରେ ଭାରତୀୟ ଟିମ୍‌ ୮ଟି ମ୍ୟାଚ୍‌ ଜିତିଥିବା ବେଳେ ପାକିସ୍ତାନ କେବଳ ୩ଟି ମୁକାବିଲାରେ ବିଜୟୀ ହୋଇପାରିଛି । ବାକି ଗୋଟିଏ ମ୍ୟାଚ୍‌ ଟାଏ ରହିଛି । ସେହିପରି ଟି-୨୦ ବିଶ୍ୱକପ୍‌ରେ ଉଭୟଙ୍କ ମଧ୍ୟରେ ୭ଟି ମୁକାବିଲା ଖେଳାଯାଇଛି । ଯେଉଁଥିରେ ଭାରତ ୫ଟିରେ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ଗୋଟିଏ ମୁକାବିଲାରେ ବିଜୟୀ ହୋଇପାରିଛି । ବାକି ଗୋଟିଏ ମ୍ୟାଚ୍‌ ଟାଏ ରହିଛି । ଭାରତ- ରୋହିତ ଶର୍ମା (ଅଧିନାୟକ), ରିଷଭ ପନ୍ଥ ( ଓ୍ୱିକେଟ୍‌ କିପର), ବିରାଟ କୋହଲି, ସୁର୍ଯ୍ୟକୁମାର ଯାଦବ, ଶିଭମ୍‌ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍‌, ଜଶପ୍ରୀତ ବୁମ୍‌ରାହ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ୍, କୁଲଦୀପ

ଟି-୨୦ ବିଶ୍ୱକପ୍‌ ୨୦୨୪ : ରବିବାର ଭାରତ-ପାକିସ୍ତାନ ମହାମୁକାବିଲା, ଦବ୍‌ଦବା ଜାହିର ଲକ୍ଷ୍ୟରେ ରୋହିତ ବାହିନୀ

ମୁମ୍ବାଇ ୦୯।୦୬ : ଟି-୨୦ ବିଶ୍ୱକପ୍‌ ୨୦୨୪ । ରବିବାର ଦିନ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ଟପ୍‌ ମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ଖେଳାଯିବ ଏହି ହାଇଭୋଲଟେଜ୍‌ ଫାଇଟ୍‌ । ଉଭୟ ଦଳ ଏହି ଟପ୍‌ ମୁକାବିଲା ବି ପ୍ରସ୍ତୁତ । ନ୍ୟୁୟର୍କ ନାସାଉ କାଉଣ୍ଟ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ୍‌ । 

ଟି-୨ କ୍ରିକେଟ୍‌ରେ ପାକିସ୍ତାନ ବିରୋଧରେ ଭାରତୀୟ ଟିମ୍‌ର ପଲ୍ଲା ଭାରି ରହିଛି । ଉଭୟ ଟିମ୍‌ ମଧ୍ୟରେ ଏବେ ଯାଏଁ ୧୨ଟି ଟି-୨୦ ମୁକାବିଲା ଖେଳାଯାଇଛି । ଯେଉଁଥିରେ ଭାରତୀୟ ଟିମ୍‌ ୮ଟି ମ୍ୟାଚ୍‌ ଜିତିଥିବା ବେଳେ ପାକିସ୍ତାନ କେବଳ ୩ଟି ମୁକାବିଲାରେ ବିଜୟୀ ହୋଇପାରିଛି । ବାକି ଗୋଟିଏ ମ୍ୟାଚ୍‌ ଟାଏ ରହିଛି । 

ସେହିପରି ଟି-୨୦ ବିଶ୍ୱକପ୍‌ରେ ଉଭୟଙ୍କ ମଧ୍ୟରେ ୭ଟି ମୁକାବିଲା ଖେଳାଯାଇଛି । ଯେଉଁଥିରେ ଭାରତ ୫ଟିରେ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ଗୋଟିଏ ମୁକାବିଲାରେ ବିଜୟୀ ହୋଇପାରିଛି । ବାକି ଗୋଟିଏ ମ୍ୟାଚ୍‌ ଟାଏ ରହିଛି । 

ଭାରତ- ରୋହିତ ଶର୍ମା (ଅଧିନାୟକ), ରିଷଭ ପନ୍ଥ ( ଓ୍ୱିକେଟ୍‌ କିପର), ବିରାଟ କୋହଲି, ସୁର୍ଯ୍ୟକୁମାର ଯାଦବ, ଶିଭମ୍‌ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍‌, ଜଶପ୍ରୀତ ବୁମ୍‌ରାହ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ୍, କୁଲଦୀପ ଯାଦବ, ଯଶସ୍ୱୀ ଜୈସ୍ୱାଲ୍‌

ପାକିସ୍ତାନ- ମହମ୍ମଦ ରିଜ୍ୱାନ୍‌ (ଓ୍ୱିକେଟ୍‌ କିପର), ବାବର ଆଜମ୍‌ (ଅଧିନାୟକ), ଉସମାନ୍‌ ଖାନ୍‌, ଫକର ଜମାନ୍‌, ଶଦାବ ଖାନ୍‌, ଆଜମ ଖାନ୍‌, ଇଫିତିକାର୍‌ ଅହମ୍ମଦ, ସାହିନ୍‌ ଆଫ୍ରିଦି, ହାରିଷ୍‌ ରାଉଫ୍‌, ନସିମ୍‌ ଶାହ, ମହମ୍ମଦ ଆମିର, ଇମାଦ ଓ୍ୱାସିମ୍‌, ଅବ୍ରାର୍‌ ଅହମ୍ମଦ, ସାଇମ୍‌ ଆୟୁବ୍‌, ଆବାସ୍‌ ଆଫ୍ରିଦି