ବିଜାପୁରରେ ଏନକାଉଣ୍ଟର; ସୁରକ୍ଷାବାହିନୀ ଗୁଳିରେ ୪ ନକ୍ସଲ ନିହତ

ରାୟପୁର; ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର । ସୁରକ୍ଷାବାହିନୀ ଗୁଳିରେ ୪ ନକ୍ସଲ ନିହତ । ମଙ୍ଗଳବାର ସକାଳୁ ବିଜାପୁର ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗନ୍ ଫାଇଟ୍ ୪ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏବେ ବି କୁମ୍ବିଂ ଅପରେସନ ଜାରି ରହିଛି । ସୁରକ୍ଷାବାହିନୀ ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଜବତ କରିଛି ।ଛତିଶଗଡ଼ ଗଙ୍ଗାଲୁର ଥାନା ଅଧିକାରୀଙ୍କ ସୂଚନା ମୁତାବକ, ବିଜାପୁର ଜଙ୍ଗଲରେ ମାଓବାଦୀ ମେଳି କରିଥିବା ସୂଚନା ମିଳିବା ପରେ ସିଆରପିଏଫ୍ କମାଣ୍ଡୋ ଓ ପୋଲିସ୍ ମିଳିତ ଭାବେ କମ୍ବିଂ ଅପରେସନ କରିଥିଲେ । ଏହି ସମୟରେ କରଚୋଲିରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାବାହିନୀକୁ ଦେଖି ଅତର୍କିତ ଗୁଳିମାଡ଼ କରିଥିଲା ନକ୍ସଲ ବାହିନୀ। ଏହାର ପାଲଟା ଜବାବ ଦେଇଥିଲେ ଯବାନ । ତେବେ ସୁରକ୍ଷାବାହିନୀ ଗୁଳିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହିତ ୭ଜଣ ମାଓବାଦୀ ପୋଲିସ ଗୁଳିରେ ଆହତ ହୋଇଛନ୍ତି । ଶେଷ ରିପୋର୍ଟ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମିଳିଛି ।  

ବିଜାପୁରରେ ଏନକାଉଣ୍ଟର; ସୁରକ୍ଷାବାହିନୀ ଗୁଳିରେ ୪ ନକ୍ସଲ ନିହତ

ରାୟପୁର; ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର । ସୁରକ୍ଷାବାହିନୀ ଗୁଳିରେ ୪ ନକ୍ସଲ ନିହତ । ମଙ୍ଗଳବାର ସକାଳୁ ବିଜାପୁର ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗନ୍ ଫାଇଟ୍ ୪ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏବେ ବି କୁମ୍ବିଂ ଅପରେସନ ଜାରି ରହିଛି । ସୁରକ୍ଷାବାହିନୀ ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଜବତ କରିଛି ।

ଛତିଶଗଡ଼ ଗଙ୍ଗାଲୁର ଥାନା ଅଧିକାରୀଙ୍କ ସୂଚନା ମୁତାବକ, ବିଜାପୁର ଜଙ୍ଗଲରେ ମାଓବାଦୀ ମେଳି କରିଥିବା ସୂଚନା ମିଳିବା ପରେ ସିଆରପିଏଫ୍ କମାଣ୍ଡୋ ଓ ପୋଲିସ୍ ମିଳିତ ଭାବେ କମ୍ବିଂ ଅପରେସନ କରିଥିଲେ । ଏହି ସମୟରେ କରଚୋଲିରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାବାହିନୀକୁ ଦେଖି ଅତର୍କିତ ଗୁଳିମାଡ଼ କରିଥିଲା ନକ୍ସଲ ବାହିନୀ। ଏହାର ପାଲଟା ଜବାବ ଦେଇଥିଲେ ଯବାନ । ତେବେ ସୁରକ୍ଷାବାହିନୀ ଗୁଳିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହିତ ୭ଜଣ ମାଓବାଦୀ ପୋଲିସ ଗୁଳିରେ ଆହତ ହୋଇଛନ୍ତି । ଶେଷ ରିପୋର୍ଟ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମିଳିଛି ।