ନାରାୟଣପୁର-ଦାନ୍ତେଓ୍ବାଡା ସୀମାନ୍ତରେ ଏନକାଉଣ୍ଟର; ପୋଲିସ ଗୁଳିରେ ୭ ମାଓବାଦୀ ମୃତ
ରାୟପୁର: ଛତିଶଗଡ଼ରେ ଏନକାଉଣ୍ଟର । ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ନାରାୟଣପୁର-ଦାନ୍ତେଓ୍ବାଡାର ସୀମାବର୍ତ୍ତୀ ଅଞ୍ଚଳରେ ଗୁଳି ବିନିମୟ ହୋଇଛି । ଡିଆରଜି ପୋଲିସର ଏନକାଉଣ୍ଟରରେ ୭ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ସେହିପରି ଏହି ଗୁଳି ବିନିମୟରେ ୩ଜଣ ଯବାନ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଏୟାରଲିଫ୍ଟ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଜୁନ୍ ୭ ତାରିଖରେ ଛତିଶଗଡ଼ର କୋଣ୍ଡାଗାଓ, ଦାନ୍ତେଓ୍ବାଡ଼ା, ଜଗଦଲପୁର ଜିଲ୍ଲାର ଡିଆରଜି ଏବଂ ୪୫ତମ ବାଟାଲିୟନର ଯବାନ ଓ ପୂର୍ବ ବସ୍ତର ଡିଭିଜନର ମାଓବାଦୀ ମୁହାଁମୁହିଁ ହୋଇଥିଲେ । ମୁଙ୍ଗେଡି ଗୋବେଲ କ୍ଷେତ୍ରରେ ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ଦେଖି ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏହାର ଜବାବରେ ପାଲଟା ଆକ୍ରମଣ କରିଥିଲା ଡିଆରଜି । ତେବେ ଏହି ଏନକାଉଣ୍ଟରେ ୭ଜଣ ନକ୍ସଲ ନିହତ ହୋଇଛନ୍ତି । #WATCH | Narayanpur, Chhattisgarh: Three injured jawans of the Narayanpur DRG being airlifted from Gobel area.A joint operation of the DRG of district Narayanpur, Kondagaon, Dantewada, Jagdalpur and the 45th Battalion ITBP force led to an encounter with the Naxalites in village… https://t.co/HVbyDgo1bu pic.twitter.com/rUtA8ADgaz— ANI (@ANI
ରାୟପୁର: ଛତିଶଗଡ଼ରେ ଏନକାଉଣ୍ଟର । ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ନାରାୟଣପୁର-ଦାନ୍ତେଓ୍ବାଡାର ସୀମାବର୍ତ୍ତୀ ଅଞ୍ଚଳରେ ଗୁଳି ବିନିମୟ ହୋଇଛି । ଡିଆରଜି ପୋଲିସର ଏନକାଉଣ୍ଟରରେ ୭ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ସେହିପରି ଏହି ଗୁଳି ବିନିମୟରେ ୩ଜଣ ଯବାନ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଏୟାରଲିଫ୍ଟ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଜୁନ୍ ୭ ତାରିଖରେ ଛତିଶଗଡ଼ର କୋଣ୍ଡାଗାଓ, ଦାନ୍ତେଓ୍ବାଡ଼ା, ଜଗଦଲପୁର ଜିଲ୍ଲାର ଡିଆରଜି ଏବଂ ୪୫ତମ ବାଟାଲିୟନର ଯବାନ ଓ ପୂର୍ବ ବସ୍ତର ଡିଭିଜନର ମାଓବାଦୀ ମୁହାଁମୁହିଁ ହୋଇଥିଲେ । ମୁଙ୍ଗେଡି ଗୋବେଲ କ୍ଷେତ୍ରରେ ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ଦେଖି ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏହାର ଜବାବରେ ପାଲଟା ଆକ୍ରମଣ କରିଥିଲା ଡିଆରଜି । ତେବେ ଏହି ଏନକାଉଣ୍ଟରେ ୭ଜଣ ନକ୍ସଲ ନିହତ ହୋଇଛନ୍ତି ।
#WATCH | Narayanpur, Chhattisgarh: Three injured jawans of the Narayanpur DRG being airlifted from Gobel area.
A joint operation of the DRG of district Narayanpur, Kondagaon, Dantewada, Jagdalpur and the 45th Battalion ITBP force led to an encounter with the Naxalites in village… https://t.co/HVbyDgo1bu pic.twitter.com/rUtA8ADgaz— ANI (@ANI) June 8, 2024
ପୋଲିସ ସୂଚନା ମୁତାବକ, ସୁରକ୍ଷାବଳ ଗୁରୁବାର ରାତିରେ ନକ୍ସଲଙ୍କ ବିରୋଧ ଅଭିଯାନ ଚଳାଇଥିଲା । ନାରାୟଣପୁର, ଦାନ୍ତେଓ୍ବାଡା ଏବଂ କୋଣ୍ଡାଗାଓ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ କୁମ୍ବିଂ ଅପରେସନ ଚଳାଇଥିଲା । ଏହି ଏନକାଉଣ୍ଟର ପରେ ଏବେ ବି ସ୍ଥାନ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି ।