ଛତିଶଗଡ଼: ବଜ୍ରପାତ ନେଲା ୭ ଜୀବନ, ୪ ଗୁରୁତର
ବଲୌଦା ୮।୯: ଛତିଶଗଡ଼ ବଲୌଦା ବଜାରରେ ରବିବାର ବଜ୍ରପାତ ତାଣ୍ଡବ ରଚିଛି। ବଜ୍ରପାତରେ ଗୋଟିଏ ଗାଁର ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ବର୍ଷାବେଳେ ପୋଖରୀ କୂଳ ଗଛ ତଳେ ଲୋକେ ଆଶ୍ରା ନେଇଥିବା ବେଳେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ବଜ୍ରପାତରେ ଆହତ ୪ ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସହର ଥାନା ମୋହତରା ଗାଁରେ ହୋଇଛି। ବଜ୍ରପାତ ପରେ ସାରା ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି। ଆହତ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ ଶହଶହ ଲୋକ ଜିଲ୍ଲା ହସ୍ପିଟାଲକୁ ଛୁଟିଛନ୍ତି। ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଅନୁସାରେ ଏହି ଘଟଣା ଅପରାହ୍ନରେ ଘଟିଛି। ଲୋକେ ବିଲରେ କାମ କରୁଥିଲେ ବର୍ଷା ଆସିବାରୁ ପୋଖରୀକୂଳ ଗଛତଳକୁ ଚାଲିଆସିଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବଜ୍ରପାତରେ ମୃତକଙ୍କ ଚିହ୍ନଟ ହୋଇଛି। ସେମାନେ ହେଲେ ମୁକେଶ (୨୦), ଟଙ୍କାର ସାହୁ (୩୦), ସନ୍ତୋଷ ସାହୁ (୪୦), ଥାନେଶ୍ୱର ସାହୁ (୧୮), ପୋଖରାଜ ବିଶ୍ୱକର୍ମା (୩୮), ଦେବ ଦାସ(୨୨) ଓ ବିଜୟ ସାହୁ (୨୩)। ଉଲ୍ଲେଖଯୋଗ୍ୟ ଯେ ୨ ଦିନ ପୂର୍ବେ ଦାନ୍ତେୱାଡା ଜିଲ୍ଲାରେ ଅର୍ଦ୍ଧ ସୈନିକ ବଳଙ୍କ ଏକ କ୍ୟାମ୍ପ ଉପରେ ବଜ୍ରପାତ ହୋଇଥିଲା। ଫଳରେ ୨ ଜଣ ସିଆରପିଏଫ ଜବାନ ପ୍ରାଣ ହରାଇଥିଲେ। ପ୍ରଶିକ୍ଷଣ ଚାଲିଥିବା ବେଳେ ବଜ
ବଲୌଦା ୮।୯: ଛତିଶଗଡ଼ ବଲୌଦା ବଜାରରେ ରବିବାର ବଜ୍ରପାତ ତାଣ୍ଡବ ରଚିଛି। ବଜ୍ରପାତରେ ଗୋଟିଏ ଗାଁର ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ବର୍ଷାବେଳେ ପୋଖରୀ କୂଳ ଗଛ ତଳେ ଲୋକେ ଆଶ୍ରା ନେଇଥିବା ବେଳେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ବଜ୍ରପାତରେ ଆହତ ୪ ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସହର ଥାନା ମୋହତରା ଗାଁରେ ହୋଇଛି।
ବଜ୍ରପାତ ପରେ ସାରା ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି। ଆହତ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ ଶହଶହ ଲୋକ ଜିଲ୍ଲା ହସ୍ପିଟାଲକୁ ଛୁଟିଛନ୍ତି। ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଅନୁସାରେ ଏହି ଘଟଣା ଅପରାହ୍ନରେ ଘଟିଛି। ଲୋକେ ବିଲରେ କାମ କରୁଥିଲେ ବର୍ଷା ଆସିବାରୁ ପୋଖରୀକୂଳ ଗଛତଳକୁ ଚାଲିଆସିଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ବଜ୍ରପାତରେ ମୃତକଙ୍କ ଚିହ୍ନଟ ହୋଇଛି। ସେମାନେ ହେଲେ ମୁକେଶ (୨୦), ଟଙ୍କାର ସାହୁ (୩୦), ସନ୍ତୋଷ ସାହୁ (୪୦), ଥାନେଶ୍ୱର ସାହୁ (୧୮), ପୋଖରାଜ ବିଶ୍ୱକର୍ମା (୩୮), ଦେବ ଦାସ(୨୨) ଓ ବିଜୟ ସାହୁ (୨୩)। ଉଲ୍ଲେଖଯୋଗ୍ୟ ଯେ ୨ ଦିନ ପୂର୍ବେ ଦାନ୍ତେୱାଡା ଜିଲ୍ଲାରେ ଅର୍ଦ୍ଧ ସୈନିକ ବଳଙ୍କ ଏକ କ୍ୟାମ୍ପ ଉପରେ ବଜ୍ରପାତ ହୋଇଥିଲା। ଫଳରେ ୨ ଜଣ ସିଆରପିଏଫ ଜବାନ ପ୍ରାଣ ହରାଇଥିଲେ। ପ୍ରଶିକ୍ଷଣ ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା।