ଛତିଶଗଡ଼ରେ ବଡ଼ ଏନକାଉଣ୍ଟର : ୩୦ରୁ ଉଦ୍ଧ୍ବ ମାଓବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡଧରଣର ନକ୍ସଲ ବିରୋଧୀ ଅପରେସନ। ନକ୍ସଲ ଓ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ଯବାନ... The post ଛତିଶଗଡ଼ରେ ବଡ଼ ଏନକାଉଣ୍ଟର : ୩୦ରୁ ଉଦ୍ଧ୍ବ ମାଓବାଦୀ ନିହତ appeared first on .

ଛତିଶଗଡ଼ରେ ବଡ଼ ଏନକାଉଣ୍ଟର : ୩୦ରୁ ଉଦ୍ଧ୍ବ ମାଓବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡଧରଣର ନକ୍ସଲ ବିରୋଧୀ ଅପରେସନ। ନକ୍ସଲ ଓ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ଯବାନ ମଧ୍ୟରେ ସଂଘର୍ଷ। ନକ୍ସଲ ଅପରେସନରେ ପ୍ରାଣ ହରାଇଛନ୍ତି ୩୦ରୁ ଅଧିକ ନକ୍ସଲ। ଘଟଣାରେ ଜଣେ ଯବାନ ସହିଦ ହୋଇଛନ୍ତି।  ନାରାୟଣପୁର ଅନ୍ତର୍ଗତ ଆବୁଜମାଦ ଅଞ୍ଚଳରେ ହୋଇଛି ନକ୍ସଲ ଅପରେସନ। ଅପରସେନରେ ସାମିଲ ହୋଇଛନ୍ତି ନାରାୟଣପୁର, ବିଜାପୁର ଓ ଦାନ୍ତେୱାଡାର ଡିଆରଜି ଯବାନ। ଜଙ୍ଗଲରେ ନକ୍ସଲ ଥିବା ସୂଚନା ପାଇ ସେଠାରେ ହୋଇଥିଲା ଅପରେସନ। ମାଓବାଦୀଙ୍କ ମ୍ୟାଡ ଡିଭିଜନର କିଛି ବରିଷ୍ଠ କର୍ମକର୍ତ୍ତା ସେଠାରେ ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ବିଜାପୁର ଜିଲ୍ଲାରେ ଅପରେସନରେ ୧୫ ନକ୍ସଲ ନିହତ ଘଟଣା ପରେ ଏହି ବଡ଼ଧରଣର ଅପରେସନ ହୋଇଛି। ଅପରେସନରେ ବହୁ ଟପ ମାଓନେତା ପ୍ରାଣ ହରାଇଥିବା କୁହାଯାଉଛି।

The post ଛତିଶଗଡ଼ରେ ବଡ଼ ଏନକାଉଣ୍ଟର : ୩୦ରୁ ଉଦ୍ଧ୍ବ ମାଓବାଦୀ ନିହତ appeared first on .