ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟ, ୧୨ ନକ୍ସଲ ସଫା

ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ନକ୍ସଲ ନିହତ।  ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏହି ଏନକାଉଣ୍ଟର... The post ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟ, ୧୨ ନକ୍ସଲ ସଫା appeared first on .

ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟ, ୧୨ ନକ୍ସଲ ସଫା

ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ନକ୍ସଲ ନିହତ।  ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ଏବେ ବି ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିବାର ସୂଚନା ମିଳିଛି। କିନ୍ତୁ ନକ୍ସଲଙ୍କ ମୃତାହତ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ।  କିଛି ଦିନ ହେଲା ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ ଜୋରଦାର ହୋଇଛି। ଏବେ ମଧ୍ୟ କମ୍ବିଂ ଅପରେସନ ଜାରି ରହିଛି । ଏହାସହ ମିଳିଥିବା ଖବର ମୁତାବକ ପୋଲିସ ପକ୍ଷରୁ କୁହାଯାଉଛି କି, ମୃତକଙ୍କ ସଂଖ୍ୟ ଆହୁରି ବଢ଼ିପାରେ । ଏହା ପୂର୍ବରୁ ୧୬ ଜଣଙ୍କୁ ମଧ୍ୟ ଏନକାଉଣ୍ଟର କରାଯାଇଥିଲା । ଏବେ ସର୍ଚ୍ଚ ଅପରେସନ ଜାରି ରହିଥିବା କୁହାଯାଇଛି ।

The post ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟ, ୧୨ ନକ୍ସଲ ସଫା appeared first on .