ଛତିଶଗଡ଼ ମାଓଗଡରେ ସେନା ବାହିନୀର ବଡ ପ୍ରହାର । ଉଦ୍ଧାର ହେଲାଣି ୩୧ମାଓବାଦୀଙ୍କ ମୃତଦେହ ।

କନକ ବ୍ୟୁରୋ: ମୃତ ମାଓବାଦୀଙ୍କ ଶବକୁ ଜବତ କରିବା ସହ କାନ୍ଧରେ ବୋହି ନେଉଛନ୍ତି ଯବାନ । ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ତନ୍ନ ତନ୍ନ ଭାବେ ଯାଞ୍ଚ କରାଯାଉଛି । ଏଲଏମଜି,  ସଏଲଆର,  ଇନସାସ ସମେତ ବହୁ ଅତ୍ୟାଧୂନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଅପରେସନରେ ଟପ୍ ମାଓନେତା କମଲେଶଙ୍କ ସମେତ ମାଓନେତ୍ରୀ ନିତି ଓରଫ ଉର୍ମିଲାଙ୍କ ମୃତ୍ୟୁ ହୋଇଛି । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ପ୍ଲାଟୁନ ନଂ ୬ ସମ୍ପୂର୍ଣ୍ଣ ଭାବେ ମୂଳ ପୋଛ ହୋଇଥିବା କହିଛନ୍ତି ଅପରେସନରେ ସାମିଲ ଥିବା ଯବାନ ।  କାଙ୍କେର ପରେ ଥୁଲଥୁଲିରେ ହୋଇଛି ମାଓ ଇତିହାସର ସବୁଠୁ ବଡ଼ ଅପରେସନ । ଶୁକ୍ରବାର ରାତିରେ ୫୦ ମାଓବାଦୀ ଏକାଠି ହୋଇ ବଡ଼ ଷଡ଼ଯନ୍ତ୍ର ରଚୁଥିବା ନେଇ ଖବର ମିଳିବା ପରେ ମିଳିତ ଅପରେସନ ଆରମ୍ଭ କରିଥିଲେ ଏସଟିଏଫ ଓ ଡିଆରଜି ଯବାନ । ରାତି ଗୋଟାଏରେ ଆରମ୍ଭ ହୋଇଥିଲା ଗୁଳି ଓ ବୋମାମାଡ଼ । ଏଥିରେ ୩୧ ମାଓବାଦୀଙ୍କ ଜୀବନ ଯାଇଛି ।  ଦେଶକୁ ମାଓମୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ଆହ୍ବାନ ପରେ ମାଓ ଅପରେସନକୁ ଜୋରଦାର କରାଯାଇଛି । ଚଳିତ ବର୍ଷ ସବୁଠୁ ଅଧିକ ମାଓବାଦୀଙ୍କୁ ନିପାତ କରିଛନ୍ତି ଯବାନ । ତଥ୍ୟ ଅନୁସାରେ  ୨୦୧୬ରେ ୧୩୬ ମାଓବାଦୀ ନିପାତ ହୋଇଥିଲେ ୨୦୧୮ରେ ଏହି ସଂଖ୍ୟା ଥିଲା ୧୧୨ ୨୦୨୪ରେ କେବଳ ଛତିଶଗଡରେ ୧୮୫ ମାଓବାଦୀଙ୍କ ମୃତ୍ୟୁ ହୋଇଛି ଏପ୍ରିଲରେ କାଙ୍କେର ଜିଲ୍ଲାରେ ହୋଇଥିଲା ବଡ଼ ଅପରେସନ ଯବାନଙ୍କ ଗୁଳିରେ ୨୯ ମାଓବାଦୀ ପ୍ରାଣ

ଛତିଶଗଡ଼ ମାଓଗଡରେ ସେନା ବାହିନୀର ବଡ ପ୍ରହାର । ଉଦ୍ଧାର ହେଲାଣି ୩୧ମାଓବାଦୀଙ୍କ ମୃତଦେହ ।

କନକ ବ୍ୟୁରୋ: ମୃତ ମାଓବାଦୀଙ୍କ ଶବକୁ ଜବତ କରିବା ସହ କାନ୍ଧରେ ବୋହି ନେଉଛନ୍ତି ଯବାନ । ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ତନ୍ନ ତନ୍ନ ଭାବେ ଯାଞ୍ଚ କରାଯାଉଛି । ଏଲଏମଜି,  ସଏଲଆର,  ଇନସାସ ସମେତ ବହୁ ଅତ୍ୟାଧୂନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଅପରେସନରେ ଟପ୍ ମାଓନେତା କମଲେଶଙ୍କ ସମେତ ମାଓନେତ୍ରୀ ନିତି ଓରଫ ଉର୍ମିଲାଙ୍କ ମୃତ୍ୟୁ ହୋଇଛି । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ପ୍ଲାଟୁନ ନଂ ୬ ସମ୍ପୂର୍ଣ୍ଣ ଭାବେ ମୂଳ ପୋଛ ହୋଇଥିବା କହିଛନ୍ତି ଅପରେସନରେ ସାମିଲ ଥିବା ଯବାନ । 

କାଙ୍କେର ପରେ ଥୁଲଥୁଲିରେ ହୋଇଛି ମାଓ ଇତିହାସର ସବୁଠୁ ବଡ଼ ଅପରେସନ । ଶୁକ୍ରବାର ରାତିରେ ୫୦ ମାଓବାଦୀ ଏକାଠି ହୋଇ ବଡ଼ ଷଡ଼ଯନ୍ତ୍ର ରଚୁଥିବା ନେଇ ଖବର ମିଳିବା ପରେ ମିଳିତ ଅପରେସନ ଆରମ୍ଭ କରିଥିଲେ ଏସଟିଏଫ ଓ ଡିଆରଜି ଯବାନ । ରାତି ଗୋଟାଏରେ ଆରମ୍ଭ ହୋଇଥିଲା ଗୁଳି ଓ ବୋମାମାଡ଼ । ଏଥିରେ ୩୧ ମାଓବାଦୀଙ୍କ ଜୀବନ ଯାଇଛି । 

ଦେଶକୁ ମାଓମୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ଆହ୍ବାନ ପରେ ମାଓ ଅପରେସନକୁ ଜୋରଦାର କରାଯାଇଛି । ଚଳିତ ବର୍ଷ ସବୁଠୁ ଅଧିକ ମାଓବାଦୀଙ୍କୁ ନିପାତ କରିଛନ୍ତି ଯବାନ । ତଥ୍ୟ ଅନୁସାରେ

  •  ୨୦୧୬ରେ ୧୩୬ ମାଓବାଦୀ ନିପାତ ହୋଇଥିଲେ
  • ୨୦୧୮ରେ ଏହି ସଂଖ୍ୟା ଥିଲା ୧୧୨
  • ୨୦୨୪ରେ କେବଳ ଛତିଶଗଡରେ ୧୮୫ ମାଓବାଦୀଙ୍କ ମୃତ୍ୟୁ ହୋଇଛି
  • ଏପ୍ରିଲରେ କାଙ୍କେର ଜିଲ୍ଲାରେ ହୋଇଥିଲା ବଡ଼ ଅପରେସନ
  • ଯବାନଙ୍କ ଗୁଳିରେ ୨୯ ମାଓବାଦୀ ପ୍ରାଣ ହରାଇଥିଲେ
  • ଏବେ ଥୁଲଥୁଲି ଜଙ୍ଗଲରେ ୩୧ ମାଓବାଦୀଙ୍କୁ ନିପାତ କରିଛନ୍ତି ଯବାନ