ଛତୁଆ ମାନକୁ ନେଇ ବିଧାନସଭାରେ ଉଦବେଗ, ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଡେସ୍କ: ଅଙ୍ଗନବାଡି ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଯୋଗାଣ ହେଉଥିବା ଛତୁଆର ମାନକୁ ନେଇ ଶନିବାର ବିଧାନସଭାରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି। ଯୋଗାଯାଉଥିବା ଛତୁଆ ନିମ୍ନମାନର ବୋଲି ସଂଖ୍ୟାଧିକ ସଦସ୍ୟ ମତ ଦେବାପରେ ଛତୁଆର ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଗୃହରେ ଉପସ୍ଥାପନ ପାଇଁ ବାଚସ୍ପତି ସୁରମା ପାଢୀ ନିର୍ଦ୍ଦେଶ ଦେଇଛନ୍ତି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଯାଞ୍ଚ ରିପୋର୍ଟ ଖୁବ୍‍ଶୀଘ୍ର ଗୃହରେ ଉପସ୍ଥାପନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ଛତୁଆ ପ୍ରସ୍ତୁତି ଓ ବିତରଣକୁ […]

ଛତୁଆ ମାନକୁ ନେଇ ବିଧାନସଭାରେ ଉଦବେଗ, ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଡେସ୍କ: ଅଙ୍ଗନବାଡି ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଯୋଗାଣ ହେଉଥିବା ଛତୁଆର ମାନକୁ ନେଇ ଶନିବାର ବିଧାନସଭାରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି। ଯୋଗାଯାଉଥିବା ଛତୁଆ ନିମ୍ନମାନର ବୋଲି ସଂଖ୍ୟାଧିକ ସଦସ୍ୟ ମତ ଦେବାପରେ ଛତୁଆର ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଗୃହରେ ଉପସ୍ଥାପନ ପାଇଁ ବାଚସ୍ପତି ସୁରମା ପାଢୀ ନିର୍ଦ୍ଦେଶ ଦେଇଛନ୍ତି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଯାଞ୍ଚ ରିପୋର୍ଟ ଖୁବ୍‍ଶୀଘ୍ର ଗୃହରେ ଉପସ୍ଥାପନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ଛତୁଆ ପ୍ରସ୍ତୁତି ଓ ବିତରଣକୁ ନେଇ ବିଜେପି ବିଧାୟିକା ସଞ୍ଜଳି ମୁର୍ମୁ ପଚାରିଥିବା ମୂଳ ପ୍ରଶ୍ନ ଉପରେ ସଂଖ୍ୟାଧିକ ବିଧାୟକ ଅତିରିକ୍ତ ପ୍ରଶ୍ନ କରିଥିଲେ। ବିଧାୟକମାନେ ଅଭିଯୋଗ କରିଥିଲେ ଯେ ଛତୁଆ ନିମ୍ନମାନର ହୋଇଥିବାରୁ ଛୋଟ ଛୋଟ ପିଲାମାନେ ଖାଉ ନାହାନ୍ତି। କୁକୁଡା ଓ ଘୁଷୁରୀ ଚାଷୀମାନେ ବସ୍ତା ବସ୍ତା ଛତୁଆ କିଣି ନେଉଛନ୍ତି। ତେଣୁ ଛତୁଆ ବଦଳରେ ବିକଳ୍ପ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ସଦସ୍ୟମାନେ ମତ ଦେଇଥିଲେ। ତେବେ ବିକଳ୍ପ ପୁଷ୍ଟିକର ଖାଦ୍ୟ ସଂକ୍ରାନ୍ତରେ ପ୍ରସ୍ତାବ ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସଦସ୍ୟମାନଙ୍କୁ କହିବା ସହିତ ଖୁବ୍‍ ଶୀଘ୍ର ସାରା ରାଜ୍ୟରେ ଛତୁଆର ମାନ ଯାଞ୍ଚ ହେବ ବୋଲି କହିଥିଲେ।