ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବ ଘଟଣା: MVAର ଆନ୍ଦୋଳନ ତୀବ୍ର

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ତେଜିଲା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଂଗିଯିବା ଘଟଣା। ମହାରାଷ୍ଟ୍ର ବିକାଶ ଅଘାଡି MVAର ଆନ୍ଦୋଳନ... The post ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବ ଘଟଣା: MVAର ଆନ୍ଦୋଳନ ତୀବ୍ର appeared first on .

ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବ ଘଟଣା: MVAର ଆନ୍ଦୋଳନ ତୀବ୍ର

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ତେଜିଲା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଂଗିଯିବା ଘଟଣା। ମହାରାଷ୍ଟ୍ର ବିକାଶ ଅଘାଡି MVAର ଆନ୍ଦୋଳନ ଆହୁରୀ ତୀବ୍ର ହୋଇଛି। ସରକାରଙ୍କ ବିରୋଧରେ ଜୋତା ମାରୋ ଆନ୍ଦୋଳର ନାରା ଦେଇଛି ମହାରାଷ୍ଟ୍ର ବିକାଶ ଅଘାଡ଼ି। ଏଥିରେ ମେଣ୍ଟର ପ୍ରମୁଖ ନେତା ଶରଦ ପାୱାର, ଉଦ୍ଧବ ଠାକରେ ଏବଂ ନାନା ପଟୋଲେ ସାମିଲ ହୋଇଛନ୍ତି। ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଯିବା ଘଟଣାର ପ୍ରତିବାଦ କରି ଆନ୍ଦୋଳନ କରୁଛନ୍ତି ଏମଭିଏ ମେଣ୍ଟ। କଂଗ୍ରେସ ସାଂସଦ ବର୍ଷା ଗାୟକୱାଡ୍ ସରକାରଙ୍କ ଉପରେ ତୀବ୍ର ଭାବେ ବର୍ଷିଥିଲେ। ସରକାର ଏହି ଘଟଣାକୁ ନେଇ ଇସ୍ତଫା ଦେବା ଦରକାର ବୋଲି କହିଥିଲେ ବର୍ଷା ଗାୟକୱାଡ। ଘଟଣାର ପ୍ରତିବାଦ କରି ଦକ୍ଷିଣ ମୁମ୍ବାଇର ହୁତାତ୍ମା ଛକରୁ ଗେଟୱେ ଅଫ୍ ଇଣ୍ଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ଛତ୍ରପତି ଶିବାଜୀଙ୍କ ଏହି ପ୍ରତିମା ୧୭ଶହ ଖ୍ରୀଷ୍ଟାବ୍ଦ ସମୟର। ମହାରାଷ୍ଟ୍ର ସିନ୍ଦୁଦୁର୍ଗ ଜିଲ୍ଲା ମାଲବନ ତହସିଲର ରାଜକୋଟ କିଲ୍ଲାରେ ଏହି ପ୍ରତିମୂର୍ତ୍ତି ସ୍ଥାପିତ ଥିଲା। ଏହି ପ୍ରତିମା ଗତ ଅଗଷ୍ଟ ୨୬ ତାରିଖରେ ଭାଗିଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତିକୁ ଗତ ୪ ଡିସେମ୍ବର ୨୦୨୩ରେ ନୌସେନା ଦିବସ ଅବସରରେ ଅନାବରଣ କରିଥିଲେ।

The post ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବ ଘଟଣା: MVAର ଆନ୍ଦୋଳନ ତୀବ୍ର appeared first on .