ପତି-ପତ୍ନୀଙ୍କ ଝଗଡା ଭିତରେ ଭୂତ ଓ ପିଶାଚ ଶବ୍ଦର ବ୍ୟବହାରକୁ ନେଇ ମାମଲା

ନନ୍ଦିଘୋଷ ବ୍ୟୁରୋ: ପତି-ପତ୍ନୀଙ୍କ ଝଗଡା ଭିତରେ ଭୂତ ଓ ପିଶାଚ ଶବ୍ଦର ବ୍ୟବହାରକୁ ନେଇ ମାମଲା । ପତି ପତ୍ନୀଙ୍କ... The post ପତି-ପତ୍ନୀଙ୍କ ଝଗଡା ଭିତରେ ଭୂତ ଓ ପିଶାଚ ଶବ୍ଦର ବ୍ୟବହାରକୁ ନେଇ ମାମଲା appeared first on .

ପତି-ପତ୍ନୀଙ୍କ ଝଗଡା ଭିତରେ ଭୂତ ଓ ପିଶାଚ ଶବ୍ଦର ବ୍ୟବହାରକୁ ନେଇ ମାମଲା

ନନ୍ଦିଘୋଷ ବ୍ୟୁରୋ: ପତି-ପତ୍ନୀଙ୍କ ଝଗଡା ଭିତରେ ଭୂତ ଓ ପିଶାଚ ଶବ୍ଦର ବ୍ୟବହାରକୁ ନେଇ ମାମଲା । ପତି ପତ୍ନୀଙ୍କ ମଧ୍ୟରେ ଝଗଡା ଆଜିକାଲି କିଛି ବଡ଼ ଘଟଣା ନୁହେଁ । ହେଲେ ଏମିତି କିଛି ଝଗଡ଼ାକୁ ନେଇ ସ୍ୱାମୀ ରାଗରେ କହିଥିବା କିଛି ଅପଶବ୍ଦକୁ ନେଇ ଜଣେ ମହିଳା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ପାଟନା ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ହାଇକୋର୍ଟ କହିଛନ୍ତି ସ୍ତ୍ରୀଙ୍କୁ ଭୁତ,ପିଶାଚ କହିବା ଆଇପିସି ଧାରା ୪୯୮-ଏ ଅନୁସାରେ ଅପରାଧ ନୁହେଁ। ଏହାକୁ କ୍ରୁରତା କୁହାଯାଇ ପାରିବ ନାହିଁ। ବିଚାରପତି ବିବେକ ଚୌଧୁରୀ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କୁ ‘ଭୂତ’ ଏବଂ ‘ପିଶାଚ’ ବୋଲି କହିବା ଦ୍ୱାରା ତାଙ୍କୁ ଦୁର୍ବ୍ୟବହାର କରାଯାଇଛି ବୋଲି କହିବା ଅବା ତାଙ୍କ ପ୍ରତି କ୍ରୁରତା ପ୍ରଦର୍ଶନ କରାଯାଇଛି ବୋଲି କହିବା ଅଭିଯୋଗକୁ କୋର୍ଟ ଗ୍ରହଣ କରିବେ ନାହିଁ। ଦାଖଲ ହୋଇଥିବା ଏକ ସଂଶୋଧନ ଆବେଦନ ଉପରେ କୋର୍ଟ ଶୁଣାଣି କରି ଏହା କହିଥିଲେ। ଏହି  ଅଭିଯୋଗ ସମ୍ପୃକ୍ତ ବ୍ୟକ୍ତିଙ୍କ ଶ୍ୱଶୁରଙ୍କ ଦ୍ବାରା ଦାଖଲ କରାଯାଇଥିଲା। ଅଭିଯୋଗ କରାଯାଇଥିଲା ଅଭିଯୁକ୍ତ ପତ୍ନୀଙ୍କୁ ବାପଘରୁ ମାରୁତି କାର  ଆଣିବାକୁ କହିଥିଲେ। କାର ଦେବାରେ ଅସମର୍ଥତା ଯୋଗୁ ତାଙ୍କ ଝିଅଙ୍କୁ ମାରପିଟ୍ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ଏହି ସବୁ ଘଟଣା ମହିଳା ତାଙ୍କ ବାପାଙ୍କୁ କେତେକ ଚିଠି ମାଧ୍ୟମରେ ଜଣାଇ ଥିଲେ। ପରବର୍ତ୍ତୀ ସମୟରେ,ଟ୍ରାଏଲ କୋର୍ଟ ମହିଳାଙ୍କ ସ୍ବାମୀ ଏବଂ ଶ୍ବଶୁରଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ଯୌତୁକ ନିଷେଧ ଆଇନର ଧାରା ୪ ଅନୁଯାୟୀ ୬ ମାସ ଜେଲ୍ ଦଣ୍ଡାଦେଶ ଏବଂ ୧୦୦୦ ଟଙ୍କା ଜୋରିମାନା କରିଥିଲେ। ଏହି ଆଦେଶକୁ ମହିଳାଙ୍କ ସ୍ବାମୀଙ୍କ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।  ମହିଳାଙ୍କ ପିତା କୋର୍ଟଙ୍କୁ କହିଥିଲେ ଆବେଦନକାରୀ ମହିଳାଙ୍କୁ “ଭୂତ” ଏବଂ “ପିଶାଚ” ବୋଲି କହୁଥିଲେ। ସେ ଯୁକ୍ତି କରିଥିଲେ ଯେ ଏହା ଅତ୍ୟନ୍ତ ନିଷ୍ଠୁର କାର୍ଯ୍ୟ। ମାମଲାର ବିଚାର କରିବା ପରେ ହାଇକୋର୍ଟ କହିଛନ୍ତି କାହାକୁ ଭୂତ ଏବଂ ପିଶାଚ ବୋଲି କହିବା ଏକ ନିଷ୍ଠୁର କାର୍ଯ୍ୟ ନୁହେଁ।

The post ପତି-ପତ୍ନୀଙ୍କ ଝଗଡା ଭିତରେ ଭୂତ ଓ ପିଶାଚ ଶବ୍ଦର ବ୍ୟବହାରକୁ ନେଇ ମାମଲା appeared first on .