୧୫ ଟଙ୍କା ଅଧିକ ନେଇଥିଲେ, ଏବେ ଗଣିବେ ୩୦ ହଜାର

ଶଶାଙ୍କ ଆପତ୍ତି କରିବା ପରେ ବି ଦୋକାନୀ ତାଙ୍କଠୁ ଅଧିକ ଟଙ୍କା ନେଇଥିଲେ। ଏନେଇ ଶଶାଙ୍କ ଶେଖର ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ।

୧୫ ଟଙ୍କା ଅଧିକ ନେଇଥିଲେ, ଏବେ ଗଣିବେ ୩୦ ହଜାର

୧୫ ଟଙ୍କା ଅଧିକ ନେଇଥିଲେ, ଏବେ ଗଣିବେ ୩୦ ହଜାର। ସମ୍ବଲପୁର VSS ମାର୍ଗରେ ଥିବା ରେସ୍ତୋରାଁ ଉପରେ ବାଜିଛି ଏହି ଛାଟ । ଗ୍ରାହକଙ୍କଠାରୁ ଧାର୍ଯ୍ୟ ମୂଲ୍ୟଠୁ ଅଧିକ ଟଙ୍କା ଆଦାୟ କରିବା ତଥା ଦୁଇ ଥର ଜିଏସ୍‌ଟି ପକାଇବା ଅଭିଯୋଗରେ ଏହି ଫାଇନ୍‌ ପଡ଼ିଛି। 

ଶଶାଙ୍କ ଶେଖର ମାଝୀ ନାମକ ଜଣେ ବ୍ୟକ୍ତି ମ୍ବଲପୁର VSS ମାର୍ଗରେ ଥିବା ରେସ୍ତୋରାଁରୁ ଏକ ପାଣି ବୋତଲ କିଣିଥିଲେ। ତେବେ ୨୦ ଟଙ୍କାର ପାଣି ବୋତଲକୁ ରୋସ୍ତୋରାଁ କର୍ମଚାରୀ ୩୫ ଟଙ୍କା ନେବା ସହ ତା’ ଉପରେ ପୁଣି ଜିଏସଟି ଲାଗୁ କରିଥିଲେ।

ଶଶାଙ୍କ ଏହା ଦେଖି ଆପତ୍ତି କରିବା ପରେ ବି ଦୋକାନୀ ତାଙ୍କଠୁ ଅଧିକ ଟଙ୍କା ନେଇଥିଲେ। ଏନେଇ ଶଶାଙ୍କ ଶେଖର ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ।

ଏହାପରେ ଖାଉଟି ଅଦାଲତ ମାମଲାର ଶୁଣାଣି କରି ୩୦ ହଜାର ଟଙ୍କା କ୍ଷତିପୂରଣ ସହ ୧୦ ହଜାର ଟଙ୍କା ମକଦ୍ଦମା ବାବଦ ଖର୍ଚ୍ଚ ଫେରସ୍ତ କରିବାକୁ ସଂପୃକ୍ତ ରେସ୍ତୋରାଁ ମାଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଏସ୍‌ଟି ସବୁବେଳେ MRPରେ ଅନ୍ତୁର୍ଭକ୍ତ ଥାଏ। ମାତ୍ର ରେସ୍ତୁରାଁ ପକ୍ଷରୁ ଉକ୍ତ ୩୫ ଟଙ୍କା ଉପରେ ପୁଣି ଥରେ ଜିଏସ୍‌ଟି ଲାଗୁ କରାଯାଇଥିଲା।  ଏହାକୁ ନେଇ ଆମେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲୁ। ଆଉ ଏବେ ନ୍ୟାୟ ପାଇଛୁ ବୋଲି ଶଶାଙ୍କ ଶେଖରଙ୍କ ଓକିଲ କହିଛନ୍ତି।