ଛତ୍ରପୁର NACକୁ ମ୍ୟୁନିସିପାଲଟି ମାନ୍ୟତା: ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଇଲେ ସହରବାସୀ
ଖଲ୍ଲିକୋଟ: ବହୁ ବର୍ଷ ପ୍ରତିକ୍ଷାର ଅନ୍ତ ଘଟି ଛତ୍ରପୁର ଏନଏସିକୁ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ଏନଏସି ୧୯୫୫ ମସିହାରେ ଗଠିତ ହୋଇଥିଲା । କିନ୍ତୁ ଏହି ପୁରାତନ ଏନଏସିକୁ ମ୍ୟୁନିସିପାଲଟି ମାନ୍ୟତା ମିଳିନଥିବା ନେଇ ବହୁବାର ଦାବି ହୋଇ ଆସୁଥିଲା। ଶେଷରେ ଆଜି ଛତ୍ରପୁର ଏନଏସିକୁ ମ୍ୟୁନିସିପାଲଟି ମାନ୍ୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଛତ୍ରପୁର ଅଚଂଳର ପାଇଁ ଆଜିର ଦିନ ଏକ ଐତିହାସିକ ଦିନ ବୋଲି ଜନସାଧାରଣ ମାନେ କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ସହରବାସୀ। ଏନେଇ ଅପରାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଉପାଧ୍ୟକ୍ଷ ଜି.ପାପା ରାଓଙ୍କ ନେତୃତ୍ୱରେ ସହରାବାସୀ ଓ କାଉନସିଲମାନେ ଏନଏସି ଅଫିସରୁ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ବସଷ୍ଟାଣ୍ଡ ନିକଟରେ ପହଞ୍ଚି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ବାଣ ଫୁଟାଇ ମିଠା ଖୁଆଇବା ଦେଖିବାକୁ ମିଳିଥିଲା। ସମସ୍ତେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ। ସୂଚନା ଥାଉକି ଅଗଷ୍ଟ ୨୭ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଗସ୍ତ କରିଥିଲେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ। ସେହିପରି ଛତ୍ରପୁର ଏନଏସିର
ଖଲ୍ଲିକୋଟ: ବହୁ ବର୍ଷ ପ୍ରତିକ୍ଷାର ଅନ୍ତ ଘଟି ଛତ୍ରପୁର ଏନଏସିକୁ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ଏନଏସି ୧୯୫୫ ମସିହାରେ ଗଠିତ ହୋଇଥିଲା । କିନ୍ତୁ ଏହି ପୁରାତନ ଏନଏସିକୁ ମ୍ୟୁନିସିପାଲଟି ମାନ୍ୟତା ମିଳିନଥିବା ନେଇ ବହୁବାର ଦାବି ହୋଇ ଆସୁଥିଲା। ଶେଷରେ ଆଜି ଛତ୍ରପୁର ଏନଏସିକୁ ମ୍ୟୁନିସିପାଲଟି ମାନ୍ୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଜି ଛତ୍ରପୁର ଅଚଂଳର ପାଇଁ ଆଜିର ଦିନ ଏକ ଐତିହାସିକ ଦିନ ବୋଲି ଜନସାଧାରଣ ମାନେ କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ସହରବାସୀ।
ଏନେଇ ଅପରାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଉପାଧ୍ୟକ୍ଷ ଜି.ପାପା ରାଓଙ୍କ ନେତୃତ୍ୱରେ ସହରାବାସୀ ଓ କାଉନସିଲମାନେ ଏନଏସି ଅଫିସରୁ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ବସଷ୍ଟାଣ୍ଡ ନିକଟରେ ପହଞ୍ଚି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ବାଣ ଫୁଟାଇ ମିଠା ଖୁଆଇବା ଦେଖିବାକୁ ମିଳିଥିଲା। ସମସ୍ତେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ।

ସୂଚନା ଥାଉକି ଅଗଷ୍ଟ ୨୭ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଗସ୍ତ କରିଥିଲେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ। ସେହିପରି ଛତ୍ରପୁର ଏନଏସିର ପୂର୍ବତନ ଅଧ୍ୟକ୍ଷା ଜି.ଆରିତି ଓ ଉପାଧ୍ୟକ୍ଷ ଜି.ପାପା ରାଓଙ୍କ ନେତୃତ୍ୱରେ ଛତ୍ରପୁର ଏନଏସିର କାଉନସିଲରମାନେ ଛତ୍ରପୁର ପୁରାତନ ଏନଏସିକୁ ମ୍ୟୁନିସିପାଲଟି ମାନ୍ୟତା ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଏପରିକି ବହୁବାର ଜିଲାପ୍ରଶାସନ ଓ ବିଧାୟକଙ୍କୁ ମଧ୍ୟ ଏହି ସଂପର୍କରେ ଦାବି କରିଆସୁଥିଲେ ସହର ବାସୀ। ଶେଷରେ ଠିକ ସମୟରେ ସଠିକ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଇଥିବା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା କହିଛନ୍ତି। ଆଗାମୀ ଦିନରେ ଛତ୍ରପୁର ସହରର ଆହୁରି ଉନ୍ନତି ଉନ୍ନତି ହୋଇପାରିବ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସି କାଉନସିଲର ମମତା ପାତ୍ର, କେ.ରମେଶ ରାଓ, ପ୍ରତିଛନ୍ଦା ସାମଲ, ଦେବାଶିଷ ମିଶ୍ର, ସନ୍ତୋଷୀ ସେଠୀ, ବି.ନିଶ୍ଚଳା, ଛତ୍ରପୁର ନଗରସଭାପତି ବି.ରାଜି ବାବୁ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକଙ୍କ ସମେତ ବହୁ ଜନସାଧାରଣ, ବୁଦ୍ଧିଜୀବି, ଆଇନଜୀବି ପ୍ରମୁଖ ଉପସ୍ଥିତ ଥିଲେ।
The post ଛତ୍ରପୁର NACକୁ ମ୍ୟୁନିସିପାଲଟି ମାନ୍ୟତା: ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଇଲେ ସହରବାସୀ appeared first on Prameya News7.