ତୃଣମୂଳ ସ୍ତରରେ କ୍ରୀଡ଼ା ବିକାଶ ଆମର ପ୍ରାଥମିକତ: କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର,୪ା୩: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ସୋମବାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ କ୍ରୀଡ଼ା ଓ ଯୁବସେବା ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂରଜ ଆଗାମୀ ଦିନରେ ବ୍ଲକ ସ୍ତରରେ ନିର୍ମାଣ ହେବାକୁ ଥିବା ଷ୍ଟାଡିୟମ ସମ୍ବନ୍ଧୀୟ ମାଷ୍ଟର ପ୍ଲାନର ସମୀକ୍ଷା କରିବା ସହିତ ତୃଣମୂଳ ସ୍ତରରେ କିପରି କ୍ରୀଡ଼ାର ବିକାଶ କରାଯାଇପାରିବ ସେ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରିଥିଲେ। କ୍ରୀଡ଼ାମନ୍ତ୍ରୀ ସୂରଜ କହିଛନ୍ତି ଯେ, ବ୍ଲକସ୍ତରରେ ଷ୍ଟାଡିୟମ ନିର୍ମାଣ […] The post ତୃଣମୂଳ ସ୍ତରରେ କ୍ରୀଡ଼ା ବିକାଶ ଆମର ପ୍ରାଥମିକତ: କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ appeared first on Dharitri Odia News.
ଭୁବନେଶ୍ୱର,୪ା୩: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ସୋମବାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ କ୍ରୀଡ଼ା ଓ ଯୁବସେବା ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂରଜ ଆଗାମୀ ଦିନରେ ବ୍ଲକ ସ୍ତରରେ ନିର୍ମାଣ ହେବାକୁ ଥିବା ଷ୍ଟାଡିୟମ ସମ୍ବନ୍ଧୀୟ ମାଷ୍ଟର ପ୍ଲାନର ସମୀକ୍ଷା କରିବା ସହିତ ତୃଣମୂଳ ସ୍ତରରେ କିପରି କ୍ରୀଡ଼ାର ବିକାଶ କରାଯାଇପାରିବ ସେ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରିଥିଲେ।
କ୍ରୀଡ଼ାମନ୍ତ୍ରୀ ସୂରଜ କହିଛନ୍ତି ଯେ, ବ୍ଲକସ୍ତରରେ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ୪୧୨୪ କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି। ଓଡ଼ିଶାର ପ୍ରତିଟି ବ୍ଲକରେ, ପ୍ରତିଟି ଗାଁରେ ଯେପରି କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିବ ସେ ଲକ୍ଷ୍ୟ ନେଇ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା କରାଯାଇଛି। ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ କରିବା ହେଉଛି ଆମର ପ୍ରାଥମିକତା। କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା, କ୍ରୀଡ଼ା ପ୍ରତିଭାର ବିକାଶ କରିବା ସହିତ କ୍ରୀଡ଼ାବିତମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ ଉପରେ ଆମେ ଗୁରୁତ୍ୱାରୋପ କରୁଛୁ।
ତୃଣମୂଳସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ସିଏମ-ଟ୍ରଫି ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଛି। ନିକଟ ଅତୀତରେ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ହକି ପ୍ରୋ ଲିଗ ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ମଧ୍ୟ ସଫଳ ଭାବରେ କରାଯାଇଛି। ଚଳିତ ବର୍ଷ ନ୍ୟାସନାଲ ଗେମ୍ସରେ ଓଡ଼ିଶାର କ୍ରୀଡ଼ାବିତମାନେ ଭଲ ପ୍ରଦର୍ଶନ କରିବା ସହିତ ନ୍ୟାସନାଲ ଗେମ୍ସରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୧୫ଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି। ଆଗାମୀ ଦିନରେ ଓଡ଼ିଶାର କ୍ରୀଡ଼ାବିତମାନେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହେଉଥିବା କ୍ରୀଡ଼ା ପ୍ରତିଯୋଗିତାରେ ପଦକ ଜିତି ଯେପରି ଓଡ଼ିଶା ପାଇଁ ସୁନାମ ଅର୍ଜନ କରିବେ ତାହା ଲକ୍ଷ୍ୟ ରହିଛି ବୋଲି କ୍ରୀଡ଼ାମନ୍ତ୍ରୀ ସୂରଜ କହିଛନ୍ତି। ଏଥିସହିତ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକୁ ସୁଚାରୁ ଏବଂ ତ୍ୱରାନ୍ୱିତ ଭାବେ ସମ୍ପାଦନ କରିବା ପାଇଁ କ୍ରୀଡ଼ାମନ୍ତ୍ରୀ ସୂରଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
The post ତୃଣମୂଳ ସ୍ତରରେ କ୍ରୀଡ଼ା ବିକାଶ ଆମର ପ୍ରାଥମିକତ: କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ appeared first on Dharitri Odia News.