ଡେଙ୍ଗୁରେ ଆଖିବୁଜିଲେ ନାବାଳକ: ୮ ଆକ୍ରାନ୍ତ, ଚାଲିଛି ସର୍ଭେ ଯାଞ୍ଚ
ଛତ୍ରପୁର, ୨୭।୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲି ପଂଚାୟତ ବଡ଼ ଆର୍ଯ୍ୟପଲି ଗାଁରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଏଥିରେ ବଡ଼ ଆର୍ଯ୍ୟପଲି ଗାଁ ଗୋଲା ସାହିର ମିନତୀ କୁମାରୀ ସାହୁଙ୍କ ୧୩ ବର୍ଷୀୟ ପୁଅ ମୋହିତ କୁମାର ସାହୁ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲ ମାନଙ୍କରେ ଚିକିତ୍ସିତ ହୋଇଛନ୍ତି। ଏବେ ସୁଦ୍ଧା ୮ ଜଣ ଡେଙ୍ଗୁ ପଜିଟିଭ ହୋଇଛନ୍ତି ଗତ ୬ ଦିନ ମଧ୍ୟରେ ଏମାନେ […] The post ଡେଙ୍ଗୁରେ ଆଖିବୁଜିଲେ ନାବାଳକ: ୮ ଆକ୍ରାନ୍ତ, ଚାଲିଛି ସର୍ଭେ ଯାଞ୍ଚ appeared first on Dharitri Odia News.
ଛତ୍ରପୁର, ୨୭।୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲି ପଂଚାୟତ ବଡ଼ ଆର୍ଯ୍ୟପଲି ଗାଁରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଏଥିରେ ବଡ଼ ଆର୍ଯ୍ୟପଲି ଗାଁ ଗୋଲା ସାହିର ମିନତୀ କୁମାରୀ ସାହୁଙ୍କ ୧୩ ବର୍ଷୀୟ ପୁଅ ମୋହିତ କୁମାର ସାହୁ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲ ମାନଙ୍କରେ ଚିକିତ୍ସିତ ହୋଇଛନ୍ତି। ଏବେ ସୁଦ୍ଧା ୮ ଜଣ ଡେଙ୍ଗୁ ପଜିଟିଭ ହୋଇଛନ୍ତି ଗତ ୬ ଦିନ ମଧ୍ୟରେ ଏମାନେ ଡେଙ୍ଗୁ ପଜିଟିଭ ହୋଇଥିବା ଜଣାଯାଇଛି।
ମଙ୍ଗଳବାର ଛତ୍ରପୁର ବ୍ଲକ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଟ ଡାକ୍ତର ସ୍ବାଧୀନ ରଥ ମେଡିକାଲ ଟିମକୁ ନେଇ ତଥ୍ୟ ସଂଗ୍ରହ କରିଛନ୍ତି। ଏଥିସହ ଉକ୍ତ ଗାଁରେ ସୁପରିଟେଣ୍ଟଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା କରିଛନ୍ତି। କିଭଳି ଏହାର ନିରାକରଣ ହେବ ଏବଂ କଣ ସବୁ ପ୍ରତିଷେଧକ ପଦକ୍ଷେପ ନେବେ। ସେ ସମ୍ପର୍କରେ ବିସ୍ତୃତ ଭାବେ ଗ୍ରାମବାସୀଙ୍କୁ ବୁଝାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୋଳିଆ ନୂଆଗାଁ ସେକ୍ଟରର ମେଡିକାଲ ଅଫିସର, ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବ୍ଲକ ବିପିଏମ ଓ ସୁପରଭାଇଜର, ବଡ଼ ଆର୍ଯ୍ୟପଲି ଗାଁ ଆଶାକର୍ମୀ ଓ ଏନଏଏମ,ଅଙ୍ଗନବାଡି କର୍ମୀ ଓ ସ୍ଥାନୀୟ ସରପଞ୍ଚ, ଜନପ୍ରତିନିଧି ସାମିଲ କରାଯାଇଥିଲା। ଗାଁରେ ସର୍ଭେ ସହ ସ୍କ୍ରିନିଂ ମେଡିକାଲ ଟିମ ଦ୍ୱାରା କରାଯାଇଥିଲା।
The post ଡେଙ୍ଗୁରେ ଆଖିବୁଜିଲେ ନାବାଳକ: ୮ ଆକ୍ରାନ୍ତ, ଚାଲିଛି ସର୍ଭେ ଯାଞ୍ଚ appeared first on Dharitri Odia News.