ଛତ୍ରପୁର କୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଅଦାଲତ, ୧୬ ଲକ୍ଷ ୪୭ ହଜାର ୧୫୮ ଟଙ୍କା ଆଦାୟ

ଛତ୍ରପୁର,୯ା୩(ଦିଲ୍ଲୀପ ସାମଲ): ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ମନୋରଞ୍ଜନ ଦାଶ, ସିନିୟର ସିଭିଲ ଜଜ୍‌ ଅଭିନନ୍ଦିତା ପଣ୍ଡା, ଏସ୍‌ଡିଜେଏମ୍‌ ପ୍ରୀତିଶ କୁମାର ରଥ ଓ ଜେଏମ୍‌ଏଫ୍‌ସି ସ୍ବୟଂସିକ୍ତା ପତି ପ୍ରମୁଖ ଉପସ୍ଥିତ ରହି ସମୁଦାୟ ୧୮୫ଟି ମାମଲାର ବିଚାରଣ ହୋଇ ୪୬ଟି କେସ୍‌ ଫଇସଲା କରିଛନ୍ତି। ଏହି ବାବଦରେ ୧୬ଲକ୍ଷ […] The post ଛତ୍ରପୁର କୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଅଦାଲତ, ୧୬ ଲକ୍ଷ ୪୭ ହଜାର ୧୫୮ ଟଙ୍କା ଆଦାୟ appeared first on Dharitri Odia News.

ଛତ୍ରପୁର କୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଅଦାଲତ, ୧୬ ଲକ୍ଷ ୪୭ ହଜାର ୧୫୮ ଟଙ୍କା ଆଦାୟ

ଛତ୍ରପୁର,୯ା୩(ଦିଲ୍ଲୀପ ସାମଲ): ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ମନୋରଞ୍ଜନ ଦାଶ, ସିନିୟର ସିଭିଲ ଜଜ୍‌ ଅଭିନନ୍ଦିତା ପଣ୍ଡା, ଏସ୍‌ଡିଜେଏମ୍‌ ପ୍ରୀତିଶ କୁମାର ରଥ ଓ ଜେଏମ୍‌ଏଫ୍‌ସି ସ୍ବୟଂସିକ୍ତା ପତି ପ୍ରମୁଖ ଉପସ୍ଥିତ ରହି ସମୁଦାୟ ୧୮୫ଟି ମାମଲାର ବିଚାରଣ ହୋଇ ୪୬ଟି କେସ୍‌ ଫଇସଲା କରିଛନ୍ତି। ଏହି ବାବଦରେ ୧୬ଲକ୍ଷ ୪୭ହଜାର ୧୫୮ଟଙ୍କା ଆଦାୟ କରାଯାଇଛି। ୧ କ୍ରିମିନାଲ ମାମଲା  ଫଇସଲା ହୋଇ ସେଟଲମେଣ୍ଟ ବାବଦରେ ୧ଲକ୍ଷ, ସେହିପରି ୩ଟି ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାର ଫଇସଲା କରି ୯ ଲକ୍ଷ ୭୫ ହଜାର ଟଙ୍କା କ୍ଷତିପୂରଣ ବାବଦରେ ଆଦାୟ କରାଯାଇଥିବା ବେଳେ ୨ଟି ଏନ୍‌ଆଇ ଆକ୍ଟ ମାମଲାର ସମାଧାନ କରାଯାଇ ୩ଲକ୍ଷ ଟଙ୍କା ଆଦାୟ କରାଯାଇ ସେଟଲମେଣ୍ଟ କରାଯାଇଛି। ସେହିପରି ବ୍ୟାଙ୍କ ବାବଦରେ ୨ଟି ମାମଲାର ଫଇସଲା ହୋଇ ୨ଲକ୍ଷ ୭୨ହଜାର ୧୫୮ଟଙ୍କା ଆଦାୟ ହୋଇଛି,୪ଟି ପାରିବାରିକ ବିବାଦ କେସ୍‌ର ଫଇସଲା ହୋଇଛି। ଅନ୍ୟାନ୍ୟ ସିଭିଲ କେସ୍‌ରେ ୨ଟି ମାମଲାର ଫଇସଲା ହୋଇଛି । ଏହାସହିତ ଅନ୍ୟାନ୍ୟ କ୍ରିମିନାଲ କେସ୍‌ରୁ ୩୨ ମାମଲାଗୁଡିକର ଫଇସଲା ହୋଇଥିଲା। ଲୋକ ଅଦାଲତ ବେଞ୍ଚ ମେମ୍ବର ଗୋକୁଳ ଚନ୍ଦ୍ର ପଣ୍ଡା, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ, ସମ୍ପାଦକ ଏଲ୍‌ ଗୋପାଳ ରାଓ ମୋହନ ଆଚାରଙ୍କ ସମେତ ବହୁ ଆଇନଜୀବୀ ମାମଲାଗୁଡ଼ିକର ପରିଚାଳନା କରିଥିଲେ।

The post ଛତ୍ରପୁର କୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଅଦାଲତ, ୧୬ ଲକ୍ଷ ୪୭ ହଜାର ୧୫୮ ଟଙ୍କା ଆଦାୟ appeared first on Dharitri Odia News.