ଛତ୍ରପୁରରେ ଜଳକଷ୍ଟ: ପାଇପ୍ରେ ଆସୁଛି ଗୋଳିଆ ପାଣି
ଛତ୍ରପୁର,୨୦ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ହେଡ୍କ୍ୱାର୍ଟର ଛତ୍ରପୁର ସହରରେ ଘରଗୁଡ଼ିକୁ ପାଇପ୍ ଯୋଗେ ଯୋଗାଣ ହେଉଥିବା ପାନୀୟ ଜଳ ଗୋଳିଆ ଆସୁଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏସମ୍ପର୍କରେ ଲୋକମାନଙ୍କ ପକ୍ଷରୁ ଜନସ୍ବାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଗତ ୧୫ ଦିନ ହେଲା ଗୋଳି ପାଣି ଆସୁଥିବା ବେଳେ ମଙ୍ଗଳବାର ଡ୍ରେନ୍ ପାଣି ଭଳି ପାଣି ପାଇପ୍ ଯୋଗେ ଆସିଛି। ଉକ୍ତ ଦୁର୍ଗନ୍ଧ ଓ ଗୋଳିଆ ପାଣି ନେଇ ଲୋକେ ବାହାରକୁ ଆସି ଏହାର […] The post ଛତ୍ରପୁରରେ ଜଳକଷ୍ଟ: ପାଇପ୍ରେ ଆସୁଛି ଗୋଳିଆ ପାଣି appeared first on Dharitri Odia News.
ଛତ୍ରପୁର,୨୦ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ହେଡ୍କ୍ୱାର୍ଟର ଛତ୍ରପୁର ସହରରେ ଘରଗୁଡ଼ିକୁ ପାଇପ୍ ଯୋଗେ ଯୋଗାଣ ହେଉଥିବା ପାନୀୟ ଜଳ ଗୋଳିଆ ଆସୁଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏସମ୍ପର୍କରେ ଲୋକମାନଙ୍କ ପକ୍ଷରୁ ଜନସ୍ବାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଗତ ୧୫ ଦିନ ହେଲା ଗୋଳି ପାଣି ଆସୁଥିବା ବେଳେ ମଙ୍ଗଳବାର ଡ୍ରେନ୍ ପାଣି ଭଳି ପାଣି ପାଇପ୍ ଯୋଗେ ଆସିଛି। ଉକ୍ତ ଦୁର୍ଗନ୍ଧ ଓ ଗୋଳିଆ ପାଣି ନେଇ ଲୋକେ ବାହାରକୁ ଆସି ଏହାର ପ୍ରତିବାଦ କରିଛନ୍ତି। ଛତ୍ରପୁର ଏନ୍ଏସି ଅଧୀନ ୧୦, ୧୧ ଓ ୧୩ ନମ୍ବର ଓ୍ବାର୍ଡରେ ଏହା ଦେଖିବାକୁ ମିଳିଛି। ଏସମ୍ପର୍କରେ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି। ଟ୍ୟାପ୍ ଯୋଗେ ଗୋଳିଆ ପାଣି ଆସୁଥିବାରୁ ପାନୀୟ ଜଳ ତ ଦୂରର କଥା ଗାଧୋଇବା ପାଇଁ ମଧ୍ୟ ବ୍ୟବହାର ହୋଇପାରୁନି। କୂଅ ପାଣି ଶୁଖିଗଲାଣି। ପୋଖରୀ କାମ ହେଉଥିବାରୁ ସେଠାରୁ ମଧ୍ୟ ପାଣି ଅଣାଯାଉନି। ବହୁ ଦୂର ଯାଇ ପାଣି ଆଣିବାକୁ ପଡୁଛି। ଏପରିକି ପାନୀୟ ପାଇଁ ପାଣି କିଣିବାକୁ ପଡୁଛି ବୋଲି ସାହି ବାସିନ୍ଦା କହିଛନ୍ତି। କେଉଁଠି ପାଇପ୍ ଫାଟିଛି ଏବଂ ସେଥିରେ ଡ୍ରେନ୍ ପାଣି ମିଶୁଥିବାରୁ ଏପରି ହେଉଥିବା ଅନୁମାନ କରାଯାଇଛି।
The post ଛତ୍ରପୁରରେ ଜଳକଷ୍ଟ: ପାଇପ୍ରେ ଆସୁଛି ଗୋଳିଆ ପାଣି appeared first on Dharitri Odia News.