ଛତ୍ରପୁରରେ ତେଲୁଗୁ ସମ୍ପ୍ରଦାୟ ମହିଳାଙ୍କ କୁମ୍ କୁମ୍ ପୂଜା, ସ୍ୱାମୀଙ୍କ ଦୀର୍ଘାୟୁ କାମନା କଲା
ଛତ୍ରପୁର ୧୧।୧୦: ନବରାତ୍ର ପୂଜା ଉପଲକ୍ଷେ ଛତ୍ରପୁରରେ ଆୟୋଜିତ ହୋଇଛି କୁମ୍ କୁମ୍ ପୂଜା । ତେଲୁଗୁ ସମ୍ପ୍ରଦାୟର ନିଆରା ସଂସ୍କୃତି ଓ ପରମ୍ପରା ହେଉଛି ଏହି କୁମ୍ କୁମ୍ ପୂଜା । ତେଲୁଗୁ ମହିଳାମାନେ ନବରାତ୍ର ସମୟରେ ଏହି ପୂଜା କରିଥାନ୍ତି । ଆଉ ଏହି ସଂସ୍କୃତି ଓ ପରମ୍ପରା ଅନୁସାରେ ମହିଳାମାନେ ଏକାଠି ହୋଇ ଏହି କୁମ୍ କୁମ୍ ବ୍ରତ ପାଳିଥାନ୍ତି । ସ୍ୱାମୀଙ୍କ ଦୀର୍ଘାୟୁ କାମନା ଓ ପରିବାର ମଙ୍ଗଳକାମନା ସକାଶେ ମହିଳା ମାନେ ଏହି ପୂଜା କରିଥାନ୍ତି । ଛତ୍ରପୁର ସ୍ଥିତ ମା’ ରାମାୟାଣା ଠାକୁରାଣୀ ମନ୍ଦିର ପରିସରରେ ତେଲୁଗୁ ସମ୍ପ୍ରଦାୟର ମହିଳା ଏକାଠି ହୋଇ ଏହି ବ୍ରତ ପାଳନ କରିଥିଲେ । ଛତ୍ରପୁର ସହରର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ତେଲୁଗୁ ସମ୍ପ୍ରଦାୟର ମହିଳାମାନେ ଏହି କୁମ୍ କୁମ୍ ପୂଜା ପାଳନ କରିଥିବା ଦେଖିବାକୁ ମିଳିଛି । ଏହି ଭିନ୍ନ ପୂଜା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଥିଲେ ।
ଛତ୍ରପୁର ୧୧।୧୦: ନବରାତ୍ର ପୂଜା ଉପଲକ୍ଷେ ଛତ୍ରପୁରରେ ଆୟୋଜିତ ହୋଇଛି କୁମ୍ କୁମ୍ ପୂଜା । ତେଲୁଗୁ ସମ୍ପ୍ରଦାୟର ନିଆରା ସଂସ୍କୃତି ଓ ପରମ୍ପରା ହେଉଛି ଏହି କୁମ୍ କୁମ୍ ପୂଜା । ତେଲୁଗୁ ମହିଳାମାନେ ନବରାତ୍ର ସମୟରେ ଏହି ପୂଜା କରିଥାନ୍ତି । ଆଉ ଏହି ସଂସ୍କୃତି ଓ ପରମ୍ପରା ଅନୁସାରେ ମହିଳାମାନେ ଏକାଠି ହୋଇ ଏହି କୁମ୍ କୁମ୍ ବ୍ରତ ପାଳିଥାନ୍ତି । ସ୍ୱାମୀଙ୍କ ଦୀର୍ଘାୟୁ କାମନା ଓ ପରିବାର ମଙ୍ଗଳକାମନା ସକାଶେ ମହିଳା ମାନେ ଏହି ପୂଜା କରିଥାନ୍ତି ।
ଛତ୍ରପୁର ସ୍ଥିତ ମା’ ରାମାୟାଣା ଠାକୁରାଣୀ ମନ୍ଦିର ପରିସରରେ ତେଲୁଗୁ ସମ୍ପ୍ରଦାୟର ମହିଳା ଏକାଠି ହୋଇ ଏହି ବ୍ରତ ପାଳନ କରିଥିଲେ । ଛତ୍ରପୁର ସହରର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ତେଲୁଗୁ ସମ୍ପ୍ରଦାୟର ମହିଳାମାନେ ଏହି କୁମ୍ କୁମ୍ ପୂଜା ପାଳନ କରିଥିବା ଦେଖିବାକୁ ମିଳିଛି । ଏହି ଭିନ୍ନ ପୂଜା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଥିଲେ ।