ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଆଉ ଏକ ଝଟ୍କା, ଆହତ କାରଣରୁ ପୁରା ସିଜିନ୍ରୁ ବାଦ୍ ପଡିଲେ ଏହି ଖେଳାଳି
ମୁମ୍ବାଇ ୦୩।୦୪ : ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଜୋରଦାର ଝଟ୍କା । ଆଇପିଏଲ୍ର ୨୦୨୪ ସିଜିନ୍ରେ ପ୍ରାଞ୍ଚାଇଜ୍କୁ ଲାଗିଛି ଝଟ୍କା। ଆହତ ସମସ୍ୟା ଲାଗି ଆଇପିଏଲ୍ର ୧୭ ତମ ସିଜିନ୍ରୁ ବାଦ୍ ପଡିଛନ୍ତି ଦ୍ରୁତ ବୋଲର ଶିଭମ୍ ମାଭି । ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ଏକ ଭିଡିଓ ସେୟାର କରି ଏହି ସୂଚନା ଦିଆଯାଇଛି। ମାର୍ଚ୍ଚ ୨୨ ତାରିଖରେ ଆଇପିଏଲ୍ର ୧୭ ତମ ସିଜିନ୍ର ଆରମ୍ଭ ହୋଇଥିଲା । ହେଲେ ସିଜିନ୍ ଆରମ୍ଭରୁ ଟେନ୍ସନ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ । ପ୍ରଥମେ ମହମ୍ମଦ ସାମି ଆହତ ସମସ୍ୟା ଲାଗି ସିଜିନ୍ରୁ ବାଦ୍ ପଡିଥିଲେ । ଏହାପରେ ଅଧିନାୟକ କେଏଲ୍ ରାହୁଲ ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ଏପିରିକି ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ରେ ଆହତ ସମସ୍ୟା ଲାଗି କେଏଲ୍ ରାହୁଲ ଅଧିନାୟକତ୍ୱ କରିନଥିଲେ । ତାଙ୍କ ବଦଳରେ ନିକୋଲାସ୍ ପୁରନ୍ଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ଆଉ ଏବେ ଆହତ ସମସ୍ୟା ଲାଗି ପୁରା ସିଜିନ୍ରୁ ବାଦ୍ ପଡିଛନ୍ତି ଏହି ଦ୍ରୁତ ବୋଲର । ଶିଭମ୍ ମାଭି ବର୍ତ୍ତମାନ ଯାଏଁ ୩୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୩୦ଟି ଓ୍ୱିକେଟ୍ ନେଇଛନ୍ତି । ସେପଟେ ଅଧା ସିଜିନ୍ରୁ ବାଦ୍ ପଡିବା ପରେ ମୁଁ ବହୁତ୍ ମିସ୍ କରିବି । ମୁଁ ଆହତ ପରେ ଟୁର୍ଣ୍ଣାମେଣ୍ଟ ଭାଗ ନେବାକୁ ଆସିଥିଲି । ହେଲେ ମୁଁ ଫୁଣି ଥରେ ଆହତ ହୋଇଛି । ଦୁଃଖ ତ ଲାଗୁଛି । ହେଲେ ମାନିବାକୁ ପଡିବ । ସେହି
ମୁମ୍ବାଇ ୦୩।୦୪ : ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଜୋରଦାର ଝଟ୍କା । ଆଇପିଏଲ୍ର ୨୦୨୪ ସିଜିନ୍ରେ ପ୍ରାଞ୍ଚାଇଜ୍କୁ ଲାଗିଛି ଝଟ୍କା। ଆହତ ସମସ୍ୟା ଲାଗି ଆଇପିଏଲ୍ର ୧୭ ତମ ସିଜିନ୍ରୁ ବାଦ୍ ପଡିଛନ୍ତି ଦ୍ରୁତ ବୋଲର ଶିଭମ୍ ମାଭି । ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ଏକ ଭିଡିଓ ସେୟାର କରି ଏହି ସୂଚନା ଦିଆଯାଇଛି।
ମାର୍ଚ୍ଚ ୨୨ ତାରିଖରେ ଆଇପିଏଲ୍ର ୧୭ ତମ ସିଜିନ୍ର ଆରମ୍ଭ ହୋଇଥିଲା । ହେଲେ ସିଜିନ୍ ଆରମ୍ଭରୁ ଟେନ୍ସନ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ । ପ୍ରଥମେ ମହମ୍ମଦ ସାମି ଆହତ ସମସ୍ୟା ଲାଗି ସିଜିନ୍ରୁ ବାଦ୍ ପଡିଥିଲେ । ଏହାପରେ ଅଧିନାୟକ କେଏଲ୍ ରାହୁଲ ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ଏପିରିକି ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ରେ ଆହତ ସମସ୍ୟା ଲାଗି କେଏଲ୍ ରାହୁଲ ଅଧିନାୟକତ୍ୱ କରିନଥିଲେ । ତାଙ୍କ ବଦଳରେ ନିକୋଲାସ୍ ପୁରନ୍ଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ଆଉ ଏବେ ଆହତ ସମସ୍ୟା ଲାଗି ପୁରା ସିଜିନ୍ରୁ ବାଦ୍ ପଡିଛନ୍ତି ଏହି ଦ୍ରୁତ ବୋଲର । ଶିଭମ୍ ମାଭି ବର୍ତ୍ତମାନ ଯାଏଁ ୩୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୩୦ଟି ଓ୍ୱିକେଟ୍ ନେଇଛନ୍ତି ।
ସେପଟେ ଅଧା ସିଜିନ୍ରୁ ବାଦ୍ ପଡିବା ପରେ ମୁଁ ବହୁତ୍ ମିସ୍ କରିବି । ମୁଁ ଆହତ ପରେ ଟୁର୍ଣ୍ଣାମେଣ୍ଟ ଭାଗ ନେବାକୁ ଆସିଥିଲି । ହେଲେ ମୁଁ ଫୁଣି ଥରେ ଆହତ ହୋଇଛି । ଦୁଃଖ ତ ଲାଗୁଛି । ହେଲେ ମାନିବାକୁ ପଡିବ ।
ସେହିପରି ପୂର୍ବରୁ ମାର୍କ ଉଡ୍ ଏବଂ ଡେଭିଡ୍ ଓ୍ୱିଲି ଚଳିତ ସିଜିନ୍ରୁ ନିଜ ନାମକୁ ଫେରାଇନଥିଲେ । ଉଡ୍ଙ୍କୁ ଇଂଲଣ୍ଡ ବୋର୍ଡ ଡକାଇଥିବା ବେଳେ ଓ୍ୱିଲି ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ସିଜିନ୍ରୁ ନାଁ ଫେରାଇ ନେଇଥିଲେ ।