ହୁତୁ ହୁତୁ ହୋଇ ଜଳିଲା ଇଲେକ୍ଟ୍ରି ଖୁଣ୍ଟ: କାରଣ ଅସ୍ପଷ୍ଟ, ଲୋକେ ଭୟଭୀତ

ବ୍ରହ୍ମପୁର ୧୫/୦୬:  ହୁତୁ ହୁତୁ ହୋଇ ଜଳିଲା ଇଲେକ୍ଟ୍ରି ଖୁଣ୍ଟ । ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ ପୋଲରେ ନିଆଁ ଲାଗିଥିବା ଜଣାପଡିଛି । ଶୁକ୍ରବାର ବିଳମ୍ବିତ ରାତିରେ ସହରର ବିଭିନ୍ନ ସ୍ଥାନରେ ନଜର ଆସିଥିଲା ଏମିତି ଘଟଣା । ବିଦ୍ୟୁତ ପୋଲରେ ଅଗ୍ନିକାଣ୍ଡ ଘଟି ହୁତୁ ହୁତୁ ହୋଇ ନିଆଁ ଜଳୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ସହରର ତୋଟା ସାହି, ହରିଡ଼ାଖଣ୍ଡି ଆନନ୍ଦ ବଜାର ନିକଟ ମୁଖ୍ୟ ରାସ୍ତା, ଅନ୍ଧପସରା ରାସ୍ତା ପ୍ରମୁଖ ଅଞ୍ଚଳରେ ଥିବା ବିଦ୍ୟୁତ ପୋଲରେ ନିଆଁ ଲାଗିଥିବା ନେଇ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିଲେ । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ଅଗ୍ନିକାଣ୍ଡ ଘଟିଲା ତାହା ତଦନ୍ତ କରିବା ଜରୁରୀ ବୋଲି ଲୋକେ କହୁଛନ୍ତି । 

ହୁତୁ ହୁତୁ ହୋଇ ଜଳିଲା ଇଲେକ୍ଟ୍ରି ଖୁଣ୍ଟ: କାରଣ ଅସ୍ପଷ୍ଟ, ଲୋକେ ଭୟଭୀତ

ବ୍ରହ୍ମପୁର ୧୫/୦୬:  ହୁତୁ ହୁତୁ ହୋଇ ଜଳିଲା ଇଲେକ୍ଟ୍ରି ଖୁଣ୍ଟ । ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ ପୋଲରେ ନିଆଁ ଲାଗିଥିବା ଜଣାପଡିଛି । ଶୁକ୍ରବାର ବିଳମ୍ବିତ ରାତିରେ ସହରର ବିଭିନ୍ନ ସ୍ଥାନରେ ନଜର ଆସିଥିଲା ଏମିତି ଘଟଣା । 

ବିଦ୍ୟୁତ ପୋଲରେ ଅଗ୍ନିକାଣ୍ଡ ଘଟି ହୁତୁ ହୁତୁ ହୋଇ ନିଆଁ ଜଳୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ସହରର ତୋଟା ସାହି, ହରିଡ଼ାଖଣ୍ଡି ଆନନ୍ଦ ବଜାର ନିକଟ ମୁଖ୍ୟ ରାସ୍ତା, ଅନ୍ଧପସରା ରାସ୍ତା ପ୍ରମୁଖ ଅଞ୍ଚଳରେ ଥିବା ବିଦ୍ୟୁତ ପୋଲରେ ନିଆଁ ଲାଗିଥିବା ନେଇ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିଲେ । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ଅଗ୍ନିକାଣ୍ଡ ଘଟିଲା ତାହା ତଦନ୍ତ କରିବା ଜରୁରୀ ବୋଲି ଲୋକେ କହୁଛନ୍ତି ।