ଛାଡପତ୍ର ଚର୍ଚ୍ଚା ଭିତରେ ଟିମ୍‌ ଇଣ୍ଡିଆରେ ଯୋଗଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୯।୪: ଗତ କିଛି ଦିନ ହେବ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାରେ ରହିଆସିଛନ୍ତି। ପ୍ରଥମେ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ମନୋନୀତ ହୋଇଥିଲେ। ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିଥିଲେ। ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଲା। ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ରୁ ବାଦ ପଡିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛାଡପତ୍ର ଖବର ସାମ୍ନାକୁ ଆସିଥିଲା। ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ସହିତ ଆମେରିକା ଯିବାକୁ […] The post ଛାଡପତ୍ର ଚର୍ଚ୍ଚା ଭିତରେ ଟିମ୍‌ ଇଣ୍ଡିଆରେ ଯୋଗଦେଲେ ହାର୍ଦ୍ଦିକ ପାଣ୍ଡ୍ୟା appeared first on Dharitri Odia News.

ଛାଡପତ୍ର ଚର୍ଚ୍ଚା ଭିତରେ ଟିମ୍‌ ଇଣ୍ଡିଆରେ ଯୋଗଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୯।୪: ଗତ କିଛି ଦିନ ହେବ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାରେ ରହିଆସିଛନ୍ତି। ପ୍ରଥମେ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ମନୋନୀତ ହୋଇଥିଲେ। ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିଥିଲେ। ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଲା। ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ରୁ ବାଦ ପଡିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛାଡପତ୍ର ଖବର ସାମ୍ନାକୁ ଆସିଥିଲା। ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ସହିତ ଆମେରିକା ଯିବାକୁ ମଧ୍ୟ ଦେଖାଯାଇ ନ ଥିଲା। କିନ୍ତୁ ବର୍ତ୍ତମାନ ହାର୍ଦ୍ଦିକ ଆମେରିକାରେ ପହଞ୍ଚି ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି।
ହାର୍ଦ୍ଦିକଙ୍କୁ ଟିମ ଇଣ୍ଡିଆ ସହିତ ଆମେରିକା ଯାଉଥିବାର ଦେଖାଯାଇ ନ ଥିଲା। କିନ୍ତୁ ବର୍ତ୍ତମାନ ହାର୍ଦ୍ଦିକ ମେ ୨୯ରେ ସକାଳ ୭.୫୦ରେ କିଛି ଫଟୋ ଶେୟାର କରିଛନ୍ତି। ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ ଏବଂ ଶୁଭମନ ଗିଲଙ୍କ ଭଳି ଖେଳାଳିଙ୍କ ସହ ତାଲିମ ନେଉଥିବାର ନଜର ଆସିଛନ୍ତି। ଏହି ପୋଷ୍ଟ ଶେୟାର କରି ସେ ଲେଖିଥିଲେ-‘ଅନ ନ୍ୟାସନାଲ ଡ୍ୟୁଟି’।
ମେ ୨୭ରୁ ୧ ଜୁନ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ ୨୦୨୪ ପର୍ଯ୍ୟନ୍ତ ୱାର୍ମ ଅପ ମ୍ୟାଚ ଖେଳାଯିବ। ରୋହିତ ଶର୍ମାଙ୍କ ଭାରତୀୟ ଦଳ ଏହାର ଏକମାତ୍ର ୱାର୍ମ ଅପ ମ୍ୟାଚ ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଖେଳିବ। ବିରାଟ କୋହଲି ଏହି ମ୍ୟାଚରେ ଭାଗ ନେଇ ପାରିବେ ନାହିଁ।
ଜୁନ ୫ରେ, ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ବିଶ୍ୱକପ ୨୦୨୪ରେ ଭାରତ ପ୍ରଥମ ମ୍ୟାଚ ଖେଳିବ। ଏହା ପରେ ଭାରତ ଜୁନ ୯ରେ ପାକିସ୍ତାନ ସହିତ ମୁହାଁମୁହିଁ ହେବ। ଜୁନ ୧୨ରେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ମ୍ୟାଚ ହେବ ଏବଂ ଭାରତୀୟ ଦଳ ଜୁନ ୧୫ରେ କାନାଡା ବିପକ୍ଷରେ ଖେଳିବ।

 

The post ଛାଡପତ୍ର ଚର୍ଚ୍ଚା ଭିତରେ ଟିମ୍‌ ଇଣ୍ଡିଆରେ ଯୋଗଦେଲେ ହାର୍ଦ୍ଦିକ ପାଣ୍ଡ୍ୟା appeared first on Dharitri Odia News.