ଛାତ ଉପରେ ରିଲ୍‌ସ କରୁଥିଲେ ନାବାଳିକା, ମାରିଲା ବିଜୁଳି; ଭାଇରାଲ ହେଉଛି ଭିଡିଓ

ଜଣେ ୧୫ ବର୍ଷର ଝିଅ ବର୍ଷା ହେଉଥିବା ବେଳେ ଛାତ ଉପରେ ରିଲ୍‌ସ କରୁଥିଲେ। ଠିକ୍ ଏହି ସମୟରେ ଏତେ ଜୋରରେ ବିଜୁଳି ମାରିଥିଲା ଯେ, ତାକୁ କଳ୍ପନା କରିବା କଷ୍ଟ।

ଛାତ ଉପରେ ରିଲ୍‌ସ କରୁଥିଲେ ନାବାଳିକା, ମାରିଲା ବିଜୁଳି; ଭାଇରାଲ ହେଉଛି ଭିଡିଓ

ରିଲ୍‌ସ ଶୁଟ୍ କରୁଛନ୍ତି କି? ରିଲ୍‌ସ ଶୁଟ୍‌ କଲା ବେଳେ ସାବଧାନତା ଅବଲମ୍ବନ କରୁଛନ୍ତି ନା ନାହିଁ? କାରଣ ଏବେ ଏମିତି କିଛି ଘଟଣା ଘଟିଛି, ଯାହା ରିଲ୍‌ସ କରିବା ପୂର୍ବରୁ ସ୍ଥାନ, କାଳ ଓ ପରିସ୍ଥିତିକୁ ଭଲ ଭାବେ ଦେଖିବାକୁ ଆପଣଙ୍କୁ ବାଧ୍ୟ କରିବ।

ଘଟଣାଟି ବିହାରର। ସେଠାକାର ସୀତାମାରିରେ ଘଟିଥିବା ଏହି ଘଟଣାରେ, ଜଣେ ୧୫ ବର୍ଷର ଝିଅ ବର୍ଷା ହେଉଥିବା ବେଳେ ଛାତ ଉପରେ ରିଲ୍‌ସ କରୁଥିଲେ। ଠିକ୍ ଏହି ସମୟରେ ଏତେ ଜୋରରେ ବିଜୁଳି ମାରିଥିଲା ଯେ, ତାକୁ କଳ୍ପନା କରିବା କଷ୍ଟ। ଝିଅଟି ଠିଆ ହୋଇଥିବା ବେଳେ କିଛି ଦୂରରେ ହିଁ ବିଜୁଳି ମାରିଥିଲା। ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଥିଲେ ସେ।

ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ତେଣୁ ଆମେ ଏଠି କହି ରଖୁଛୁ ଯେ ଏଭଳି ବିପଜ୍ଜନକ ଭାବେ ଭିଡିଓ କରନ୍ତୁ ନାହିଁ। ନିମ୍ନରେ ଉକ୍ତ ଭିଡିଓଟିକୁ ଦେଖି ନିଅନ୍ତୁ।