ଲୋକଙ୍କୁ ଭତ୍ତା ବାଣ୍ଟିବା ବେଳେ ହାତ ଯୋଡ଼ି କାନ୍ଦି ପକାଇଲେ ମନ୍ତ୍ରୀ ରାଜା ସ୍ୱାଇଁ
ଆଠଗଡ଼ : ନେତାଙ୍କ ଆଖିରେ ଲୁହ । ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁ ଭାଷଣ ଦେଉ ଦେଉ କାନ୍ଦି ପକାଇଲେ । ଆଠଗଡ଼, ସଭାରେ କହୁ କହୁ ଆଖିରେ ତାଙ୍କର ଲୁହ ଆସିଗଲା । କଣ୍ଠରୁଦ୍ଧ ହୋଇଗଲା । ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏଭଳି ଭାବବିହ୍ଵଳ ହୋଇଗଲେ ଯେ ଏବେ ଏହି କଥା ଆଠଗଡ଼ ନିର୍ବାଚନ ମଣ୍ଡଳୀ ନୁହେଁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି […] The post ଲୋକଙ୍କୁ ଭତ୍ତା ବାଣ୍ଟିବା ବେଳେ ହାତ ଯୋଡ଼ି କାନ୍ଦି ପକାଇଲେ ମନ୍ତ୍ରୀ ରାଜା ସ୍ୱାଇଁ appeared first on KNews Odisha.

ଆଠଗଡ଼ : ନେତାଙ୍କ ଆଖିରେ ଲୁହ । ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁ ଭାଷଣ ଦେଉ ଦେଉ କାନ୍ଦି ପକାଇଲେ । ଆଠଗଡ଼, ସଭାରେ କହୁ କହୁ ଆଖିରେ ତାଙ୍କର ଲୁହ ଆସିଗଲା । କଣ୍ଠରୁଦ୍ଧ ହୋଇଗଲା । ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏଭଳି ଭାବବିହ୍ଵଳ ହୋଇଗଲେ ଯେ ଏବେ ଏହି କଥା ଆଠଗଡ଼ ନିର୍ବାଚନ ମଣ୍ଡଳୀ ନୁହେଁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।ସେ କହୁଥିଲେ, ଆମର ପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ସମସ୍ତଙ୍କ ପେଟକୁ ଅନାଇଛନ୍ତି । ତାଙ୍କର ବାପା ନାହଁ କି ପୁଅ କି ଝିଅ ନାହାନ୍ତି । ଓଡ଼ିଶାର ସାଢେ଼ ଚାରିକୋଟି ଲୋକ ହେଉଛନ୍ତି ତାଙ୍କ ପରିବାର । ସେ ଓଡ଼ିଶାବାସୀ ସମସ୍ତଙ୍କୁ ନିଜ ପରିବାର ବୋଲି ଭାବିଛନ୍ତି । ତାଙ୍କ ମୁହଁକୁ ଟିକେ ଅନେଇବ, ଏତିକି ନିବେଦନ କରୁଛି ବୋଲି ଅତ୍ୟନ୍ତ ଭାବ ବିହ୍ୱଳ ହୋଇ ସଭା ମଞ୍ଚରେ କାନ୍ଦି କାନ୍ଦି ହାତ ଯୋଡ଼ି କହୁଥିଲେ ରାଜା ସ୍ୱାଇଁ ।
ତେବେ ଆଗାମୀ ନିର୍ବାଚନକୁ ନେଇ ଚାରିଆଡ଼େ ରାଜନୈତିକ ଉଷ୍ମତା ବାରି ହୋଇ ପଡୁଥିବା ବେଳେ ରାଜା ସ୍ୱାଇଁଙ୍କ ଏଭଳି ନିବେଦନ ଉପସ୍ଥିତ ଲୋକଙ୍କୁ ମଧ୍ୟ ଭାବପ୍ରବଣ କରି ଦେଇଥିଲା । ଆଠଗଡ଼ ମହୋତ୍ସବ ପଡ଼ିଆରେ ଆୟୋଜିତ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯକ୍ରମରେ ଏଭଳି ଭାବେ କାନ୍ଦି ପକାଇଥିଲେ ମନ୍ତ୍ରୀ ।
The post ଲୋକଙ୍କୁ ଭତ୍ତା ବାଣ୍ଟିବା ବେଳେ ହାତ ଯୋଡ଼ି କାନ୍ଦି ପକାଇଲେ ମନ୍ତ୍ରୀ ରାଜା ସ୍ୱାଇଁ appeared first on KNews Odisha.