ଛାତକୁ ଯାଇଥିଲେ ମହିଳା, ଗୋଡାଇଲା ମାଙ୍କଡ, ଆଉ ତା’ପରେ…
ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ୱାର୍ଡ ନଂ.୪ ସୁନାରି ସାହିର ଜଣେ ମହିଳା ଶୁକ୍ରବାର ସକାଳେ ଛାତରୁ ଖସିପଡି ଗୁରୁତର ଆହାତ ହୋଇଛନ୍ତି। ସେ ହେଲେ ବି.ମୀନାକ୍ଷୀ ରେଡ୍ଡୀ। ସକାଳ ପ୍ରାୟ ୭ଟାରେ ମୀନାକ୍ଷୀ ଲୁଗା ଶୁଖାଇବା ପାଇଁ ୨ ମହଲା ଛାତ ଉପରକୁ ଯାଇଥିଲେ। ହେଲେ ଛାତରେ ଥିବା ଏକ ମାଙ୍କଡ ତାଙ୍କୁ ଗୋଡାଇବାରୁ ସେ ଅସାବଧାନତା କାରଣରୁ ଛାତ ତଳକୁ ଖସିପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। […] The post ଛାତକୁ ଯାଇଥିଲେ ମହିଳା, ଗୋଡାଇଲା ମାଙ୍କଡ, ଆଉ ତା’ପରେ… appeared first on Dharitri Odia News.
ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ୱାର୍ଡ ନଂ.୪ ସୁନାରି ସାହିର ଜଣେ ମହିଳା ଶୁକ୍ରବାର ସକାଳେ ଛାତରୁ ଖସିପଡି ଗୁରୁତର ଆହାତ ହୋଇଛନ୍ତି। ସେ ହେଲେ ବି.ମୀନାକ୍ଷୀ ରେଡ୍ଡୀ। ସକାଳ ପ୍ରାୟ ୭ଟାରେ ମୀନାକ୍ଷୀ ଲୁଗା ଶୁଖାଇବା ପାଇଁ ୨ ମହଲା ଛାତ ଉପରକୁ ଯାଇଥିଲେ। ହେଲେ ଛାତରେ ଥିବା ଏକ ମାଙ୍କଡ ତାଙ୍କୁ ଗୋଡାଇବାରୁ ସେ ଅସାବଧାନତା କାରଣରୁ ଛାତ ତଳକୁ ଖସିପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
The post ଛାତକୁ ଯାଇଥିଲେ ମହିଳା, ଗୋଡାଇଲା ମାଙ୍କଡ, ଆଉ ତା’ପରେ… appeared first on Dharitri Odia News.