‘ଛାତିଥରା ଦୃଶ୍ୟ’ ଏକା ସାଙ୍ଗରେ ଗାଁ ଶ୍ମଶାନରେ ଜଳିଲା ମା’ ପୁଅଙ୍କ ଜୁଇ, ପୂରା ଘଟଣା ଜାଣିଲେ…

ଯାଜପୁର,୧୩।୭: ଛାତିଥରା ଦୃଶ୍ୟ, ଗାଁ ଶ୍ମଶାନରେ ଜଳିଲା ଉଭୟ ମା’ ପୁଅଙ୍କ ଜୁଇ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ଭଡ଼ଙ୍ଗା ଗାଁରେ। ଗାଁର ସନ୍ଧ୍ୟାରାଣୀ ନାୟକ ଓ ତାଙ୍କ ପୁଅ ଦିବ୍ୟ କେଶରୀ ନାୟକ ଶୁକ୍ରବାର ଜଣେ ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ଛତିଆ ଯାଉଥିବା ବେଳେ ବନ୍ଦାଳ ନିକଟରେ ଦୁର୍ଘଟଣା ଘଟିଥିଲା। ଏକ ଯାତ୍ରୀବାହୀ ବସ ସାଇଡ ମାରିବାରୁ ଉଭୟ ମା’ ପୁଅ ତଳେ ପଡ଼ିଯାଇଥିଲେ। ଉଭୟଙ୍କୁୁ […] The post ‘ଛାତିଥରା ଦୃଶ୍ୟ’ ଏକା ସାଙ୍ଗରେ ଗାଁ ଶ୍ମଶାନରେ ଜଳିଲା ମା’ ପୁଅଙ୍କ ଜୁଇ, ପୂରା ଘଟଣା ଜାଣିଲେ… appeared first on Dharitri Odia News.

‘ଛାତିଥରା ଦୃଶ୍ୟ’ ଏକା ସାଙ୍ଗରେ ଗାଁ ଶ୍ମଶାନରେ ଜଳିଲା ମା’ ପୁଅଙ୍କ ଜୁଇ, ପୂରା ଘଟଣା ଜାଣିଲେ…

ଯାଜପୁର,୧୩।୭: ଛାତିଥରା ଦୃଶ୍ୟ, ଗାଁ ଶ୍ମଶାନରେ ଜଳିଲା ଉଭୟ ମା’ ପୁଅଙ୍କ ଜୁଇ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ଭଡ଼ଙ୍ଗା ଗାଁରେ। ଗାଁର ସନ୍ଧ୍ୟାରାଣୀ ନାୟକ ଓ ତାଙ୍କ ପୁଅ ଦିବ୍ୟ କେଶରୀ ନାୟକ ଶୁକ୍ରବାର ଜଣେ ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ଛତିଆ ଯାଉଥିବା ବେଳେ ବନ୍ଦାଳ ନିକଟରେ ଦୁର୍ଘଟଣା ଘଟିଥିଲା। ଏକ ଯାତ୍ରୀବାହୀ ବସ ସାଇଡ ମାରିବାରୁ ଉଭୟ ମା’ ପୁଅ ତଳେ ପଡ଼ିଯାଇଥିଲେ। ଉଭୟଙ୍କୁୁ ଉଦ୍ଧାର କରାଯାଇ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ଉଭୟଙ୍କୁୁ ମୃତ ଘୋଷଣା କରିଥିଲୋ। ତେବେ ଶନିବାର ମୃତଦେହ ବ୍ୟବଚ୍ଛେଦ ପରେ ଗାଁ ଶ୍ମଶାନରେ ଉଭୟଙ୍କ ଜୁଇ ଜଳିଛି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୁଇଦୁଇ ଜଣ ସଦସ୍ୟଙ୍କୁ ହରାଇ ନାୟକ ପରିବାର ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ କାନ୍ଦ ବୋବାଳିରେ ଗାଁ ଫାଟିପଡ଼ୁଛି।

The post ‘ଛାତିଥରା ଦୃଶ୍ୟ’ ଏକା ସାଙ୍ଗରେ ଗାଁ ଶ୍ମଶାନରେ ଜଳିଲା ମା’ ପୁଅଙ୍କ ଜୁଇ, ପୂରା ଘଟଣା ଜାଣିଲେ… appeared first on Dharitri Odia News.