ଛାତିରେ ଗ୍ରୀଲ ପଶି ନାବାଳକ ଗୁରୁତର ଘଟଣା, ଏମ୍ସରେ ନାବାଳକର ସଫଳ ଅପରେସନ

ଭୁବନେଶ୍ବର: ଛାତିରେ ଗ୍ରୀଲ ପଶି ନାବାଳକ ଗୁରୁତର ଘଟଣା। ଭୁବନେଶ୍ବର ଏମ୍ସରେ ନାବାଳକର ସଫଳ ଅପରେସନ ହୋଇଛି। ଡାକ୍ତର ନାବାଳକର ଛାତିରେ ଫସି ରହିଥିବା ଗ୍ରୀଲ କାଢ଼ିଛନ୍ତି। ଏବେ ନାବାଳକର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ସୂଚନା।ସୂଚନାଥାଉକି, ଶୁକ୍ରବାର ଆଇଆରସି ଭିଲେଜ୍ ଏନ୍ ୧-୩୧୨ର ସୋହନ ଦିଗାଲ ଘର ପାଚେରୀ ଉପରେ ଉପରେ ଚଢ଼ିଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ପାଚେରୀରେ ଲାଗିଥିବା ଲୁହା ଗ୍ରୀଲ୍ ତାଙ୍କ ଛାତିରେ ପଶି ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଶି ପ୍ରଥମେ କଟର ସାହାଯ୍ୟରେ ଗ୍ରୀଲ୍ କାଟି ନାବାଳକଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମ୍ସ ମେଡିକାଲ ପଠାଇଥିଲେ । 

ଛାତିରେ ଗ୍ରୀଲ ପଶି ନାବାଳକ ଗୁରୁତର ଘଟଣା, ଏମ୍ସରେ ନାବାଳକର ସଫଳ ଅପରେସନ

ଭୁବନେଶ୍ବର: ଛାତିରେ ଗ୍ରୀଲ ପଶି ନାବାଳକ ଗୁରୁତର ଘଟଣା। ଭୁବନେଶ୍ବର ଏମ୍ସରେ ନାବାଳକର ସଫଳ ଅପରେସନ ହୋଇଛି। ଡାକ୍ତର ନାବାଳକର ଛାତିରେ ଫସି ରହିଥିବା ଗ୍ରୀଲ କାଢ଼ିଛନ୍ତି। ଏବେ ନାବାଳକର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ସୂଚନା।

ସୂଚନାଥାଉକି, ଶୁକ୍ରବାର ଆଇଆରସି ଭିଲେଜ୍ ଏନ୍ ୧-୩୧୨ର ସୋହନ ଦିଗାଲ ଘର ପାଚେରୀ ଉପରେ ଉପରେ ଚଢ଼ିଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ପାଚେରୀରେ ଲାଗିଥିବା ଲୁହା ଗ୍ରୀଲ୍ ତାଙ୍କ ଛାତିରେ ପଶି ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଶି ପ୍ରଥମେ କଟର ସାହାଯ୍ୟରେ ଗ୍ରୀଲ୍ କାଟି ନାବାଳକଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମ୍ସ ମେଡିକାଲ ପଠାଇଥିଲେ ।