ରକ୍ତରେ ଭିଜିଲା ଆମେରିକାର ନୂଆ ବର୍ଷ: ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍; ୧୦ ମୃତ, ୩୦ ଆହତ
ନୂଆଦିଲ୍ଲୀ: ରକ୍ତରେ ଭିଜିଲା ଆମେରିକାର ନୂଆ ବର୍ଷ। ଟ୍ରକ୍ ନେଇ ଭିଡ଼ ଏରିଆ ଭିତରେ ଲୋକଙ୍କୁ ଚଢ଼ାଇ ମାରି ଦେଲା ଆତତାୟୀ। ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଆଧିକ ଆହତ ହୋଇଛନ୍ତି। ବୁଧବାର ଭୋର ୩.୧୫ ମିନିଟ୍ରେ ଆମେରିକାର ବୋର୍ବନ୍ ଷ୍ଟ୍ରିଟ୍ ଏବଂ ଇବର୍ଭିଲ୍ର ସେଣ୍ଟ୍ରାଲ ନୟୁ ଓରିଲିୟନ୍ସରେ ଏଭଳି ଘଟଣା ଘଟିଛି।ମିଡିଆ ରିପୋର୍ଟ ଅନୁସାରେ, ଲୋକ ଭିଡ଼ ଦେଖି ଏକ ସ୍ପିଡ୍ ଟ୍ରକ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏହାପରେ ଗାଡ଼ିରୁ ଓହ୍ଲାଇ ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଏହାପରେ ପୁଲିସ ଆକ୍ରମଣକାରୀଙ୍କୁ ଗୁଳି କରିଛି। ତେବେ ପ୍ରାରମ୍ଭିକ ରିପୋର୍ଟରେ କିଛି କୁହାଯାଇପାରିବ ନାହିଁ। ମୃତ୍ୟୁ ସଂଖ୍ୟା ବଢ଼ି ବି ପାରେ। ତେବେ ଭିଡ଼ ଭିତରକୁ ଏକ କାର୍ ଆସି ଟକ୍କର ଦେଇଥିବା ଜଣାପଡ଼ୁଛି ବୋଲି ଆମେରିକା ପୁଲିସ ପ୍ରବକ୍ତା ସୂଚନା ଦେଇଛନ୍ତି। ମାମଲାରେ ତଦନ୍ତ ଜାରି ରହିଛି।
ନୂଆଦିଲ୍ଲୀ: ରକ୍ତରେ ଭିଜିଲା ଆମେରିକାର ନୂଆ ବର୍ଷ। ଟ୍ରକ୍ ନେଇ ଭିଡ଼ ଏରିଆ ଭିତରେ ଲୋକଙ୍କୁ ଚଢ଼ାଇ ମାରି ଦେଲା ଆତତାୟୀ। ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଆଧିକ ଆହତ ହୋଇଛନ୍ତି। ବୁଧବାର ଭୋର ୩.୧୫ ମିନିଟ୍ରେ ଆମେରିକାର ବୋର୍ବନ୍ ଷ୍ଟ୍ରିଟ୍ ଏବଂ ଇବର୍ଭିଲ୍ର ସେଣ୍ଟ୍ରାଲ ନୟୁ ଓରିଲିୟନ୍ସରେ ଏଭଳି ଘଟଣା ଘଟିଛି।
ମିଡିଆ ରିପୋର୍ଟ ଅନୁସାରେ, ଲୋକ ଭିଡ଼ ଦେଖି ଏକ ସ୍ପିଡ୍ ଟ୍ରକ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏହାପରେ ଗାଡ଼ିରୁ ଓହ୍ଲାଇ ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଏହାପରେ ପୁଲିସ ଆକ୍ରମଣକାରୀଙ୍କୁ ଗୁଳି କରିଛି।
ତେବେ ପ୍ରାରମ୍ଭିକ ରିପୋର୍ଟରେ କିଛି କୁହାଯାଇପାରିବ ନାହିଁ। ମୃତ୍ୟୁ ସଂଖ୍ୟା ବଢ଼ି ବି ପାରେ। ତେବେ ଭିଡ଼ ଭିତରକୁ ଏକ କାର୍ ଆସି ଟକ୍କର ଦେଇଥିବା ଜଣାପଡ଼ୁଛି ବୋଲି ଆମେରିକା ପୁଲିସ ପ୍ରବକ୍ତା ସୂଚନା ଦେଇଛନ୍ତି। ମାମଲାରେ ତଦନ୍ତ ଜାରି ରହିଛି।