ଛାତ୍ର ସଂସଦ ନିର୍ବାଚନ ଦାବି ତେଜିଲା

ଭୁବନେଶ୍ୱର, ୨୪ା୮(ଅସମାପିକା ସାହୁ): ଏବର୍ଷ ନୁହେଁ, ଆସନ୍ତା ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଆଇନ ମନ୍ତ୍ରୀ କହିବା ପରେ ରାଜ୍ୟରେ ଛାତ୍ର ସଙ୍ଗଠନଗୁଡ଼ିକ ଏହା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ଦାବି କରି ଗୁରୁବାରଠାରୁ ଏବିଭିପି ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଦସ୍ତଖତ ଅଭିଯାନ ସହ ପ୍ରତିବାଦ ଆରମ୍ଭ ହୋଇଥିବାବେଳେ ଶନିବାର ଅଖିଳ ଭାରତ ଛାତ୍ର ସଙ୍ଗଠନ(ଏଆଇଏସ୍‌ଏଫ୍‌) ପକ୍ଷରୁ ପ୍ରତିବାଦ ଦିବସ ପାଳନ କରିବା ପାଇଁ […] The post ଛାତ୍ର ସଂସଦ ନିର୍ବାଚନ ଦାବି ତେଜିଲା appeared first on Dharitri Odia News.

ଛାତ୍ର ସଂସଦ ନିର୍ବାଚନ ଦାବି ତେଜିଲା

ଭୁବନେଶ୍ୱର, ୨୪ା୮(ଅସମାପିକା ସାହୁ): ଏବର୍ଷ ନୁହେଁ, ଆସନ୍ତା ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଆଇନ ମନ୍ତ୍ରୀ କହିବା ପରେ ରାଜ୍ୟରେ ଛାତ୍ର ସଙ୍ଗଠନଗୁଡ଼ିକ ଏହା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ଦାବି କରି ଗୁରୁବାରଠାରୁ ଏବିଭିପି ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଦସ୍ତଖତ ଅଭିଯାନ ସହ ପ୍ରତିବାଦ ଆରମ୍ଭ ହୋଇଥିବାବେଳେ ଶନିବାର ଅଖିଳ ଭାରତ ଛାତ୍ର ସଙ୍ଗଠନ(ଏଆଇଏସ୍‌ଏଫ୍‌) ପକ୍ଷରୁ ପ୍ରତିବାଦ ଦିବସ ପାଳନ କରିବା ପାଇଁ ଡାକରା ଦିଆଯାଇଛି। ଚଳିତବର୍ଷ ନିର୍ବାଚନ କରିବା ପାଇଁ ଏଆଇଏସ୍‌ଏଫ୍‌ ପକ୍ଷରୁ ଶନିବାର ସାରା ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପ୍ଲାକାର୍ଡ ପ୍ରଦର୍ଶନ କରାଯିବ ବୋଲି ସଂଘ ରାଜ୍ୟ ସଭାପତି ସଂଘମିତ୍ରା ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁ ଭାଜପା ଦଳ ବିରୋଧୀ ଦଳରେ ଥିବାବେଳେ ଛାତ୍ର ନିର୍ବାଚନ କରିବା ପାଇଁ ଆମ ସହିତ ସ୍ବର ମିଶାଇ ଦାବି କରୁଥିଲେ, ସେମାନେ କ୍ଷମତାସୀନ ହେବା ପରେ ନିଜ କଥାରୁ ଓହରୁଛନ୍ତି। ତାହା ଗ୍ରହଣୀୟ ନୁହେଁ। ତେବେ ଏ ପର୍ଯ୍ୟନ୍ତ ଛାତ୍ର ସଂସଦ ନିର୍ବାଚନ ନେଇ ଶିକ୍ଷାମନ୍ତ୍ରୀ କାହିଁକି ଚୁପ୍‌ ବସିଛନ୍ତି, ତାହା ଆମକୁ ବ୍ୟଥିତ କରିଛି। ସରକାର ଜାଣିଶୁଣି ଚଳିତବର୍ଷ ନିର୍ବାଚନ ନ କରିବା ପାଇଁ ଯୋଜନା କରୁଛନ୍ତି। ତେଣୁ ଆମେ ପ୍ରତି ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରୁଛୁ, ସେମାନେ ନିର୍ବାଚନ କରିବା ଦାବିରେ ନିଜ କଲେଜ ହେଉ କିମ୍ବା ବିଶ୍ୱବିଦ୍ୟାଳୟରେ ସମସ୍ୟା ଓ ଦାବି ଲେଖି ପ୍ଲାକାର୍ଡ ଧରି ପ୍ରତିବାଦ କରନ୍ତୁ ବୋଲି ସେ କହିଛନ୍ତି।
ସେପଟେ ଏବିଭିପି ପକ୍ଷରୁ ଶୁକ୍ରବାର ମଧ୍ୟ ରାଜ୍ୟର ବିଭିନ୍ନ ମହାବିଦ୍ୟଳୟ ଓ ବିଶ୍ୱବିଦ୍ୟାଳୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ସରକାର ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ଉଚ୍ଚ ଶିକ୍ଷା ବିଭାଗ କ୍ୟାଲେଣ୍ଡରରେ ଯୋଡ଼ିବାକୁ ଦାବି କରାଯାଇଛି। ଏଥିସହ ଏହି ଦାବିରେ ଦସ୍ତଖତ ଅଭିଯାନ ମଧ୍ୟ ଚାଲିଛି। ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଧାମନଗର ମହାବିଦ୍ୟାଳୟ, ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଫୁଲବାଣୀ, ସୟଂଶାସିତ ମହାବିଦ୍ୟାଳୟ ରାଉରକେଲା, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରସ୍ଥିତ ଦେବରାୟ କଲେଜ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ଗୋପାଳପୁର କଲେଜ, ବିନାୟକ ଆଚାର୍ଯ୍ୟ କଲେଜ, ରାଇରଙ୍ଗପୁର କଲେଜ, ଡିଡି ବିଶ୍ୱବିଦ୍ୟାଳୟ, ବାରିପଦା କଲେଜ, ମାଣିକେଶରୀ ବିଶ୍ୱବିଦ୍ୟାଳୟ ଆଦି ସହ ଅନ୍ୟ ମହାବିଦ୍ୟାଳୟରେ ମଧ୍ୟ ଦସ୍ତଖତ ଅଭିଯାନ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏହି ଅଭିଯାନ ରାଜ୍ୟରେ ଜାରି ରହିବ ବୋଲି ଏବିଭିପି ପକ୍ଷରୁ କୁହାଯାଇଛି।

The post ଛାତ୍ର ସଂସଦ ନିର୍ବାଚନ ଦାବି ତେଜିଲା appeared first on Dharitri Odia News.