ଛାତ୍ରଙ୍କ ଗୁଳି ମାଡରେ ୫ ମୃତ, ୬ ଆହତ
ନ୍ୟୁଜର୍ସି,୧୭।୧୨: ସୋମବାର ଆମେରିକାର ୱିସ୍କୋସିନ ରାଜ୍ୟ ମାଡିସନ ସ୍ଥିତ ଏକ ବିଦ୍ୟାଳୟରେ ଗୁଳି ବିନିମୟରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୬ଜଣ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଆକ୍ରମଣକାରୀ ବିଦ୍ୟାଳୟର ଛାତ୍ର ଥିଲେ। ଗୁଳି ବିନିମୟ ପରେ ପୋଲିସ ପହଞ୍ଚିବା ପରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଥିଲା। ମ୍ୟାଡିସନ ପୋଲିସ ବିଭାଗ ଇଣ୍ଟରନେଟ ମିଡିଆରେ ରିପୋର୍ଟ କରିଛି ଯେ ଗୁଳି ବିନିମୟ ଲାଇଫ ଖ୍ରୀଷ୍ଟିଆନ ସ୍କୁଲରେ ଘଟିଛି। ଏହି ଘରୋଇ […] The post ଛାତ୍ରଙ୍କ ଗୁଳି ମାଡରେ ୫ ମୃତ, ୬ ଆହତ appeared first on Dharitri Odia News.
ନ୍ୟୁଜର୍ସି,୧୭।୧୨: ସୋମବାର ଆମେରିକାର ୱିସ୍କୋସିନ ରାଜ୍ୟ ମାଡିସନ ସ୍ଥିତ ଏକ ବିଦ୍ୟାଳୟରେ ଗୁଳି ବିନିମୟରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୬ଜଣ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଆକ୍ରମଣକାରୀ ବିଦ୍ୟାଳୟର ଛାତ୍ର ଥିଲେ।
ଗୁଳି ବିନିମୟ ପରେ ପୋଲିସ ପହଞ୍ଚିବା ପରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଥିଲା। ମ୍ୟାଡିସନ ପୋଲିସ ବିଭାଗ ଇଣ୍ଟରନେଟ ମିଡିଆରେ ରିପୋର୍ଟ କରିଛି ଯେ ଗୁଳି ବିନିମୟ ଲାଇଫ ଖ୍ରୀଷ୍ଟିଆନ ସ୍କୁଲରେ ଘଟିଛି। ଏହି ଘରୋଇ ବିଦ୍ୟାଳୟରେ ପ୍ରାୟ ୪୦୦ ଛାତ୍ର ଅଧ୍ୟୟନ କରନ୍ତି।
ମାଡିସନ ପୋଲିସ ମୁଖ୍ୟ ଶନ ବର୍ଣ୍ଣସ କହିଛନ୍ତି ଯେ ସନ୍ଦିଗ୍ଧ ସୁଟରଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ୬ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାହିଁକି ଗୁଳି ବିନିମୟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ନିକଟ ଅତୀତରେ ଆମେରିକାରେ ସ୍କୁଲରେ ଗୁଳିମାଡ ଘଟଣା ବୃଦ୍ଧି ପାଇଛି।
ସ୍କୁଲ ଶୁଟିଂ ଡାଟାବେସ ୱେବସାଇଟ ଅନୁଯାୟୀ, ଚଳିତ ବର୍ଷ ଆମେରିକାରେ ୩୨୨ଟି ସ୍କୁଲରେ ଗୁଳିମାଡ ହୋଇଛି। ଗତ ବର୍ଷ ବିଦ୍ୟାଳୟରେ ୩୪୯ ଗୁଳି ବିନିମୟ ହୋଇଥିଲା।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ଏବଂ ଅଯଥା ବୋଲି ବର୍ଣ୍ଣନା କରିଛନ୍ତି। ଏହି ଗୁଳିମାଡ଼କୁ ନିନ୍ଦା କରି କହିଛନ୍ତି ଯେ ଏହି ଘଟଣା ପୁଣି ଥରେ କଠୋର ବନ୍ଧୁକ ନିୟମର ଆବଶ୍ୟକତାକୁ ସୂଚିତ କରିଛି।
The post ଛାତ୍ରଙ୍କ ଗୁଳି ମାଡରେ ୫ ମୃତ, ୬ ଆହତ appeared first on Dharitri Odia News.