ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିରାକାରପୁର,୩୦।୯(ମାନସ ଚନ୍ଦ୍ର ପଟ୍ଟନାୟକ): ଗଛ ଡାଳରୁ ସୋମବାର ଜଣେ ଛାତ୍ରଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଓରବରସିଂହ ପଞ୍ଚାୟତ କୃଷ୍ଣପୁର ଗ୍ରାମର ଚନ୍ଦନ ସେଠୀ। ସେ ନିରାକାରପୁର ପଞ୍ଚାୟତରେ ଥିବା କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ଶେଷ ବର୍ଷ କଳାଛାତ୍ର। ତେବେ ଆତ୍ମହତ୍ୟାର ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଛାତ୍ର ଜଣଙ୍କ ମୃତଦେହ ନିରାକାରପୁର ଥାନା ଅନ୍ତର୍ଗତ ଲେଣ୍ଡୁ ପଞ୍ଚାୟତ […] The post ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Dharitri Odia News.

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିରାକାରପୁର,୩୦।୯(ମାନସ ଚନ୍ଦ୍ର ପଟ୍ଟନାୟକ): ଗଛ ଡାଳରୁ ସୋମବାର ଜଣେ ଛାତ୍ରଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଓରବରସିଂହ ପଞ୍ଚାୟତ କୃଷ୍ଣପୁର ଗ୍ରାମର ଚନ୍ଦନ ସେଠୀ। ସେ ନିରାକାରପୁର ପଞ୍ଚାୟତରେ ଥିବା କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ଶେଷ ବର୍ଷ କଳାଛାତ୍ର। ତେବେ ଆତ୍ମହତ୍ୟାର ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ଛାତ୍ର ଜଣଙ୍କ ମୃତଦେହ ନିରାକାରପୁର ଥାନା ଅନ୍ତର୍ଗତ ଲେଣ୍ଡୁ ପଞ୍ଚାୟତ ଯାଜପୁରଠାରେ ଥିବା ମା’ ତୋଟା ଭଗବତୀଙ୍କ ରୋଷେଇ ଘର ପଛପଟୁ ଉଦ୍ଧାର ହୋଇଛି । ସେହି ପାଖରେ ତାଙ୍କ ବାଇକ ଥୁଆ ହୋଇଛି।

The post ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Dharitri Odia News.