ଛାତ୍ରଙ୍କୁ ପଛପଟୁ ଗୋଇଠା ମାରିଲେ ଶିକ୍ଷକ: ଥାନାରେ ପହଞ୍ଚିଲା ମାମଲା
କେନ୍ଦୁଝର,୨୦।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ଛାତ୍ରଙ୍କୁ ଶିକ୍ଷକ ଗୋଇଠା ମାରିବା ସହ ଅସଦାଚରଣ କରିବା ଅଭିଯୋଗ ହୋଇଛି। କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କ୍ରମେ ଟାଉନ ଥାନା ରାଙ୍କି ଗ୍ରାମରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଛାତ୍ରଙ୍କ ବାପା ପ୍ରିୟବ୍ରତ କମଳ କୃଷ୍ଣ ନାୟକଙ୍କ ଲିଖିତ ଅଭିଯୋଗରେ ପୋଲିସ କେସ ନମ୍ବର୍ ୫୬୭/୨୦୨୪ ରେ ହିନ୍ଦି ଶିକ୍ଷକ ଅନୁରାଗ ମିଶ୍ରମ୍ଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭାରତୀୟ ନ୍ୟାୟ […] The post ଛାତ୍ରଙ୍କୁ ପଛପଟୁ ଗୋଇଠା ମାରିଲେ ଶିକ୍ଷକ: ଥାନାରେ ପହଞ୍ଚିଲା ମାମଲା appeared first on Dharitri Odia News.
କେନ୍ଦୁଝର,୨୦।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ଛାତ୍ରଙ୍କୁ ଶିକ୍ଷକ ଗୋଇଠା ମାରିବା ସହ ଅସଦାଚରଣ କରିବା ଅଭିଯୋଗ ହୋଇଛି। କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କ୍ରମେ ଟାଉନ ଥାନା ରାଙ୍କି ଗ୍ରାମରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଛାତ୍ରଙ୍କ ବାପା ପ୍ରିୟବ୍ରତ କମଳ କୃଷ୍ଣ ନାୟକଙ୍କ ଲିଖିତ ଅଭିଯୋଗରେ ପୋଲିସ କେସ ନମ୍ବର୍ ୫୬୭/୨୦୨୪ ରେ ହିନ୍ଦି ଶିକ୍ଷକ ଅନୁରାଗ ମିଶ୍ରମ୍ଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬(୨), ୧୧୫(୨), ୨୯୬, ଜୁଭେନାଇଲ ଜଷ୍ଟିସ ଆଇନ ୨୦୦୦ ର ଧାରା ୨୩ରେ ମାମଲା ରୁଜୁ ହୋଇଛି।
ଗତ ୧୮ ତାରିଖ ଦିନ ନବମ ଶ୍ରେଣୀରେ ପଢୁଥିବା ତାଙ୍କ ପୁଅ ଠିଆ ହୋଇ ଥିବା ବେଳେ ଉକ୍ତ ହିନ୍ଦୀ ଶିକ୍ଷକ କୌଣସି କାରଣ ନ ଥାଇ ପଛ ପଟୁ ଗୋଇଠା ମାରିଥିଲେ। ଫଳରେ ଆହତ ହୋଇ ଠିକ ଭାବେ ଛିଡା ହୋଇ ପାରୁନାହାନ୍ତି କିମ୍ବା ଚାଲି ପାରୁନାହାଁନ୍ତି। ବିନା କାରଣରେ ପୁଅକୁ ବାରମ୍ବାର ଅସଦାଚରଣ କରିବା ସହ ଖରାପ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଫଳରେ ମାନସିକ ଚାପରେ ପୁଅ ରହୁଥିବା ବାପା କମଳ କୃଷ୍ଣ କହିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।
The post ଛାତ୍ରଙ୍କୁ ପଛପଟୁ ଗୋଇଠା ମାରିଲେ ଶିକ୍ଷକ: ଥାନାରେ ପହଞ୍ଚିଲା ମାମଲା appeared first on Dharitri Odia News.