ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୧୪ ଲକ୍ଷ ଠକେଇ ଘଟଣା ଗୁଜରାଟରୁ ଦୁଇ ସାଇବର ଠକ ଗିରଫ
ବ୍ରହ୍ମପୁର,୧୨ା୪: (ସୁବାସ ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଗତ ଫେବୃଆରୀ ମାସରେ ଡିଜିଟାଲ ଆରେଷ୍ଟ ଭୟ ଦେଖାଇ ସାଇବର ଗ୍ୟାଙ୍ଗ ୧୪ ଲକ୍ଷ ଟଙ୍କା ନେଇଯାଇଥିଲେ। ଏନେଇ କୁଳପତିଙ୍କ ଅଭିଯୋଗକ୍ରମେ ବ୍ରହ୍ମପୁର ଏସ୍ପିଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଉକ୍ତ ଠକେଇର ଚେର ଗୁଜୁରାଟଯାଏ ଲମ୍ବିଥିବା ଏବଂ ଠକମାନେ ସେଠାରେ ଥିବା ସୂଚନା ପାଇବା ପରେ ଏସ୍ଆଇ ଜ୍ୟୋତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗୁଗୁରାଟ ଯାଇ […] The post ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୧୪ ଲକ୍ଷ ଠକେଇ ଘଟଣା ଗୁଜରାଟରୁ ଦୁଇ ସାଇବର ଠକ ଗିରଫ appeared first on Dharitri Odia News.
ବ୍ରହ୍ମପୁର,୧୨ା୪: (ସୁବାସ ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଗତ ଫେବୃଆରୀ ମାସରେ ଡିଜିଟାଲ ଆରେଷ୍ଟ ଭୟ ଦେଖାଇ ସାଇବର ଗ୍ୟାଙ୍ଗ ୧୪ ଲକ୍ଷ ଟଙ୍କା ନେଇଯାଇଥିଲେ। ଏନେଇ କୁଳପତିଙ୍କ ଅଭିଯୋଗକ୍ରମେ ବ୍ରହ୍ମପୁର ଏସ୍ପିଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଉକ୍ତ ଠକେଇର ଚେର ଗୁଜୁରାଟଯାଏ ଲମ୍ବିଥିବା ଏବଂ ଠକମାନେ ସେଠାରେ ଥିବା ସୂଚନା ପାଇବା ପରେ ଏସ୍ଆଇ ଜ୍ୟୋତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗୁଗୁରାଟ ଯାଇ ତଦନ୍ତ କରି ଗୁଜୁରାଟର ନିଲମବାଗ ଥାନା ଅନ୍ତର୍ଗତ ଭାବାନଗରରୁ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଭୂତେୟା ଜେନିଲ ଜୟସୁଖଭାଇ (୨୩) ଓ ବିଶ୍ୱଜିତସିନା ଗୋହିଲ(୨୧)। ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଶାଖା ମାମଲା ନଂ.୧୫/୨୫ରେ ଉଭୟଙ୍କୁ ସେଠାରୁ ସ୍ଥାନୀୟ ପୋଲିସ ସହାୟତାରେ ଟିମ୍ ଗିରଫ କରିଥିବା ଜଣାପଡିଛି। ସେଠାକାର ଭାବାନଗର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ସିଜେଏମ୍)ଙ୍କ କୋର୍ଟରେ ହାଜର କରି ଟ୍ରାଞ୍ଜିଟ ରିମାଣ୍ଡରେ ଉଭୟ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଅଣାଯାଇଥିଲା। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଘଟଣା ବେଳେ ସାଇବର ଅପରାଧରେ ବ୍ୟବହୃତ ବିଭିନ୍ନ ମେଶିନ, ମୋବାଇଲ, ସିମ୍ କାର୍ଡ, ଆଧାର କାର୍ଡ ଜବତ କରିଥିବା ଶନିବାର ଏସ୍ପି ଡା. ସର୍ବଣା ବିବେକ ଏମ୍. ଏକ ପ୍ରେସ୍ନୋଟ ଜରିଆରେ ସୂଚନା ଦେଇଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଛି। ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏନେଇ ନଂ. ୧୫/୨୫ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
ମାମଲାରୁ ପ୍ରକାଶ, କୁଳପତି ଦାଶଙ୍କୁ ଗତ ଫେବୃଆରୀ ୧୨ରେ ଏକ ଅଜଣା ନମ୍ବରରୁ ଟେଲିଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସର ଭାବେ ପରିଚୟ ଦେଇଥିଲେ। ଇଡି ପକ୍ଷରୁ ହୋଇଥିବା ଏକ ମାମଲାରେ କୁଳପତି ଦାଶଙ୍କ ନାମ ରହିଥିବା ଏବଂ ଉକ୍ତ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା କହିଥିଲେ। କାନାରା ବ୍ୟାଙ୍କରେ ତାଙ୍କ ନାମରେ ଆକାଉଣ୍ଟ ଖୋଲାଯାଇ ସେଥିରେ କୋଟି କୋଟି ବେଆଇନ ଟଙ୍କା ଜମା କରାଯାଇଛି। ଏଣୁ ତାଙ୍କୁ ଡିଜିଟାଲ ଆରେଷ୍ଟ କରାଯାଇଛି ବୋଲି ଉକ୍ତ ନକଲି ଅଫିସର ଜଣଙ୍କ କୁଳପତି ଦାଶଙ୍କୁ କହିଥିଲେ। ଡିଜିଟାଲ ଆରେଷ୍ଟ ଶୁଣିବା ପରେ ଦାଶ ଭୟଭୀତ ହୋଇଯାଇଥିଲେ। ଏଥିରୁ ମୁକୁଳିବାକୁ ହେଲେ ୧୪ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି ସାଇବର ଠକମାନେ କହିଥିଲେ। ପରେ ସେ ଠକ ଗ୍ୟାଙ୍ଗ ଦେଇଥିବା ଆକାଉଣ୍ଟରେ ନିଜ ଆକାଉଣ୍ଟର ଚେକ୍ ଜରିଆରେ ୧୪ ଲକ୍ଷ ଟଙ୍କା ପଠାଇ ଦେଇଥିଲେ। ପରେ କୁଳପତି ଦାଶ ଠକେଇର ଶିକାର ହୋଇଥିବା ଜାଣିପାରି ଏନେଇ ଥାନାରେ ଅଭିଯୋଗ କରିଥିଲେ।
The post ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୧୪ ଲକ୍ଷ ଠକେଇ ଘଟଣା ଗୁଜରାଟରୁ ଦୁଇ ସାଇବର ଠକ ଗିରଫ appeared first on Dharitri Odia News.