ଛାତ୍ରାବାସରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ଥାନାରେ ପରିବାର ଲୋକଙ୍କ ଏତଲା
ଭଦ୍ରକ: ଟାଉନ ଥାନା ଅଧିନ ଜାନୁଗଞ୍ଜର ଏକ ଘରୋଇ ଛାତ୍ରାବାସରୁ ଯୁବଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତ ଯୁବକ ହେଉଛନ୍ତି ଭଣ୍ଡାରିପୋଖରୀ ଥାନା ଅଧୀନ କୁରିଗାଁ ପଞ୍ଚାୟତର ନାଉରିଆଗଢ଼ିଆ ଗାଁର ମନୋଜ କୁମାର ଥାଟ୍ଟୋଇ । । ସୂଚନା ଅନୁଯାୟୀ, ମନୋଜ ଦୀର୍ଘଦିନରୁ ଏହି ଛାତ୍ରାବାସରେ ରହି ପାଠ ପଢ଼ୁଥିଲେ। ପାଠ ପଢ଼ା ପରେ ରାୟଗଡ଼ାରେ ଚାକିରୀ କରୁଥିଲେ। ଆଉ ଛୁଟିରେ ଆସି ଏଠାରେ ରହୁଥିଲେ। ତେବେ ଗୁରୁବାର ଛାତ୍ରାବାସରେ ତାଙ୍କ ଶବ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଭଦ୍ରକ ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତେବେ କେଉଁ କାରଣକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି ସେନେଇ ଭଦ୍ରକ ଟାଉନ୍ ଥାନାରେ ପରିବାର ଲୋକ ଏତଲା ଦେଇଛନ୍ତି ।
ଭଦ୍ରକ: ଟାଉନ ଥାନା ଅଧିନ ଜାନୁଗଞ୍ଜର ଏକ ଘରୋଇ ଛାତ୍ରାବାସରୁ ଯୁବଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତ ଯୁବକ ହେଉଛନ୍ତି ଭଣ୍ଡାରିପୋଖରୀ ଥାନା ଅଧୀନ କୁରିଗାଁ ପଞ୍ଚାୟତର ନାଉରିଆଗଢ଼ିଆ ଗାଁର ମନୋଜ କୁମାର ଥାଟ୍ଟୋଇ । ।
ସୂଚନା ଅନୁଯାୟୀ, ମନୋଜ ଦୀର୍ଘଦିନରୁ ଏହି ଛାତ୍ରାବାସରେ ରହି ପାଠ ପଢ଼ୁଥିଲେ। ପାଠ ପଢ଼ା ପରେ ରାୟଗଡ଼ାରେ ଚାକିରୀ କରୁଥିଲେ। ଆଉ ଛୁଟିରେ ଆସି ଏଠାରେ ରହୁଥିଲେ। ତେବେ ଗୁରୁବାର ଛାତ୍ରାବାସରେ ତାଙ୍କ ଶବ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଭଦ୍ରକ ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତେବେ କେଉଁ କାରଣକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି ସେନେଇ ଭଦ୍ରକ ଟାଉନ୍ ଥାନାରେ ପରିବାର ଲୋକ ଏତଲା ଦେଇଛନ୍ତି ।