ଅବକାରୀ ବିଭାଗ ପାଟ୍ରୋଲିଂ ଗାଡିକୁ ଧକ୍କା ଦେଇ ଚୋରା ମଦ ବେପାରୀ ଫେରାର

ଆଠଗଡ଼ ୧୪।୧: ଚୋରା ମଦ ଚାଲାଣ ବେଳେ ଅଭାବନୀୟ ଘଟଣା ଘଟିଛି । ଅବକାରୀ ବିଭାଗ ଗାଡ଼ିକୁ ଧକ୍କା ମାରି ଚୋରା ମଦ ବେପାରୀ ଫେରାର ହୋଇଯାଇଛନ୍ତି । ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ନିକଟରେ ଘଟିଛି ଏଭଳି ଘଟଣା ।ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଏକ ବୋଲେରୋ  ଗାଡ଼ିରେ ଚୋରା ମଦ ଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ ଅବକାରୀ ବିଭାଗର ପାଟ୍ରୋଲିଂ ଟିମ୍ ଗାଡ଼ିକୁ ପିଛା କରିଥିଲା ।  ଚୋରା ମଦ ବୋଝେଇ ଗାଡି ବଡମ୍ବା  ଟି-ସେତୁ ନିକଟରୁ ଦ୍ରୁତ ଗତିରେ ଆଠଗଡ ଅଞ୍ଚଳକୁ ଆସୁଥିଲା । ଏହି ଗାଡିକୁ ଆଠଗଡର ଅବକାରୀ ବିଭାଗ ଟିମ୍ ପିଛା କରିଥିଲା । ମାତ୍ର ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ନିକଟରେ ଅବକାରୀ ଗାଡିକୁ ସାଇଡ ମାରି ଗାଡିର ଆଗପାଖକୁ ଭାଙ୍ଗି ଦେଇ ଚୋରା ବେପାରୀ ଗାଡି ଦ୍ରୁତ ଗତିରେ ପଙ୍କାଳ ରାସ୍ତା ଆଡକୁ ଚାଲି ଯାଇଥିଲା । ଅବକାରୀ ବିଭାଗ ପୁର୍ନବାର ପିଛା କରିଥିଲେ ମଧ୍ୟ ଧରିବାକୁ ସକ୍ଷମ ହୋଇପାରି ନଥିଲେ । ତୁରନ୍ତ ଅବକାରୀ ବିଭାଗର ଗାଡିକୁ ଆଠଗଡର ଅବକାରୀ କାର୍ଯ୍ୟାଳୟକୁ ଆଣିଥିଲେ । ଏହି ଅବକାରୀ ଚଢାଉରେ ଆଠଗଡର ଅବକାରୀ ସବ୍ ଇନ୍ସପେକ୍ଟର ଅରୁଣ କୁମାର ଭୋଇଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ସାମିଲ ଥିଲେ । ଏହି ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ତିଗିରିଆ ଥାନାରେ ଏକ ଅଭିଯୋଗ କରାଯାଇଥିବା ନେଇ ଆଠଗଡ଼ ଅବକାରୀ ସବ୍

ଅବକାରୀ ବିଭାଗ ପାଟ୍ରୋଲିଂ ଗାଡିକୁ ଧକ୍କା ଦେଇ ଚୋରା ମଦ ବେପାରୀ ଫେରାର

ଆଠଗଡ଼ ୧: ଚୋରା ମଦ ଚାଲାଣ ବେଳେ ଅଭାବନୀୟ ଘଟଣା ଘଟିଛି । ଅବକାରୀ ବିଭାଗ ଗାଡ଼ିକୁ ଧକ୍କା ମାରି ଚୋରା ମଦ ବେପାରୀ ଫେରାର ହୋଇଯାଇଛନ୍ତି । ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ନିକଟରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଏକ ବୋଲେରୋ  ଗାଡ଼ିରେ ଚୋରା ମଦ ଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ ଅବକାରୀ ବିଭାଗର ପାଟ୍ରୋଲିଂ ଟିମ୍ ଗାଡ଼ିକୁ ପିଛା କରିଥିଲା ।  ଚୋରା ମଦ ବୋଝେଇ ଗାଡି ବଡମ୍ବା  ଟି-ସେତୁ ନିକଟରୁ ଦ୍ରୁତ ଗତିରେ ଆଠଗଡ ଅଞ୍ଚଳକୁ ଆସୁଥିଲା । ଏହି ଗାଡିକୁ ଆଠଗଡର ଅବକାରୀ ବିଭାଗ ଟିମ୍ ପିଛା କରିଥିଲା । ମାତ୍ର ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ନିକଟରେ ଅବକାରୀ ଗାଡିକୁ ସାଇଡ ମାରି ଗାଡିର ଆଗପାଖକୁ ଭାଙ୍ଗି ଦେଇ ଚୋରା ବେପାରୀ ଗାଡି ଦ୍ରୁତ ଗତିରେ ପଙ୍କାଳ ରାସ୍ତା ଆଡକୁ ଚାଲି ଯାଇଥିଲା । ଅବକାରୀ ବିଭାଗ ପୁର୍ନବାର ପିଛା କରିଥିଲେ ମଧ୍ୟ ଧରିବାକୁ ସକ୍ଷମ ହୋଇପାରି ନଥିଲେ । ତୁରନ୍ତ ଅବକାରୀ ବିଭାଗର ଗାଡିକୁ ଆଠଗଡର ଅବକାରୀ କାର୍ଯ୍ୟାଳୟକୁ ଆଣିଥିଲେ । 

ଏହି ଅବକାରୀ ଚଢାଉରେ ଆଠଗଡର ଅବକାରୀ ସବ୍ ଇନ୍ସପେକ୍ଟର ଅରୁଣ କୁମାର ଭୋଇଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ସାମିଲ ଥିଲେ । ଏହି ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ତିଗିରିଆ ଥାନାରେ ଏକ ଅଭିଯୋଗ କରାଯାଇଥିବା ନେଇ ଆଠଗଡ଼ ଅବକାରୀ ସବ୍ ଇନ୍ସପେକ୍ଟର ଅରୁଣ କୁମାର ଭୋଇ ସୂଚନା ଦେଇଛନ୍ତି ।

You Can Read:

ଗୁଡ଼ି ସୂତା ଲାଗି ପୁଣି ଦୁଇ ଜଣ ଆହତ : କଟିଲା ବେକ, ହାତ ଓ ମୁହଁ