ଭାରତୀୟ ବୋଲରଙ୍କୁ ନୟାନ୍ତ କଲେ କ୍ରାଉଲି-ଡକେଟ୍, ଦ୍ଵିତୀୟ ଦିନରେ ଇଂଲଣ୍ଡର ସ୍ଥିତି ମଜବୁତ

ମାଞ୍ଚେଷ୍ଟର: ଏଠାକାର ଓଲ୍ଡ ଟ୍ରାଫର୍ଡରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟର ଦ୍ଵିତୀୟ ଦିନରେ ପ୍ରାଧ୍ୟାନ୍ୟ ବିସ୍ତାର କରିଛି ଇଂଲଣ୍ଡ। ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଭାରତକୁ ବ୍ୟାକଫୁଟ୍‌ରେ ରଖିଛି। ଭାରତର ପ୍ରଥମ ଇନିଂସ ୩୫୮ ରନ ଜବାବରେ ଇଂଲଣ୍ଡ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୨୨୫ ରନ କରି ମଜବୁତ ସ୍ଥିତିରେ ରହିଛି। ଦଳ ଭାରତଠୁ କେବଳ ୧୩୩ ରନ ପଛରେ ରହିଛି। ଓଲି ପୋପ ୨୦ ରନ ଓ ଜୋ ରୁଟ୍ ୧୧ ରନ କରି ଅପରାଜିତ ଅଛନ୍ତି। ବେନ ଡକେଟ୍ ୯୪ ରନ ଓ ଜ୍ୟାକ କ୍ରାଉଲି ୮୪ ରନର ଦମଦାର ଇନିଂସ ଖେଳିଛନ୍ତି।ଭାରତର ପ୍ରଥମ ଇନିଂସ ସରିବା ପରେ ଇଂଲଣ୍ଡ ନିଜର ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନର ଜ୍ୟାକ କ୍ରାଉଲି ଓ ବେନ ଡକେଟ୍ ଭାରତୀୟ ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ବିଶେଷ କରି ବେନ ଡକେଟ୍ ଦ୍ରୁତ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ। ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ହାସଲ କରି ଶତକ ଅଭିମୁଖେ ଅଗ୍ରସର ହୋଇଥିଲେ। ଶେଷରେ ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ  ରବୀନ୍ଦ୍ର ଜାଡ଼େଜା। ଦୁଇ ଓପନର ପ୍ରଥମ ଓ୍ଵିକେଟ୍ ପାଇଁ ୧୬୬ ରନ ଯୋଡ଼ି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଜ୍ୟାକ କ୍ରାଉଲି ୮୪ ରନ କରି ଜାଡେଜାଙ୍କ ବଲରେ ଆଉଟ୍ ହୋଇଥିଲେ। Also read: ଗୋଟିଏ ଗ୍ରୁପ୍‌ରେ ଆସିପାରନ୍ତି ଭାରତ-ପାକିସ୍ତାନ: ନିରପେକ୍ଷ ସ୍ଥାନରେ ଏସିଆପ କପ୍ ୨୦୨୫

ଭାରତୀୟ ବୋଲରଙ୍କୁ ନୟାନ୍ତ କଲେ କ୍ରାଉଲି-ଡକେଟ୍, ଦ୍ଵିତୀୟ ଦିନରେ ଇଂଲଣ୍ଡର ସ୍ଥିତି ମଜବୁତ

ମାଞ୍ଚେଷ୍ଟର: ଏଠାକାର ଓଲ୍ଡ ଟ୍ରାଫର୍ଡରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟର ଦ୍ଵିତୀୟ ଦିନରେ ପ୍ରାଧ୍ୟାନ୍ୟ ବିସ୍ତାର କରିଛି ଇଂଲଣ୍ଡ। ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଭାରତକୁ ବ୍ୟାକଫୁଟ୍‌ରେ ରଖିଛି। ଭାରତର ପ୍ରଥମ ଇନିଂସ ୩୫୮ ରନ ଜବାବରେ ଇଂଲଣ୍ଡ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୨୨୫ ରନ କରି ମଜବୁତ ସ୍ଥିତିରେ ରହିଛି। ଦଳ ଭାରତଠୁ କେବଳ ୧୩୩ ରନ ପଛରେ ରହିଛି। ଓଲି ପୋପ ୨୦ ରନ ଓ ଜୋ ରୁଟ୍ ୧୧ ରନ କରି ଅପରାଜିତ ଅଛନ୍ତି। ବେନ ଡକେଟ୍ ୯୪ ରନ ଓ ଜ୍ୟାକ କ୍ରାଉଲି ୮୪ ରନର ଦମଦାର ଇନିଂସ ଖେଳିଛନ୍ତି।

ଭାରତର ପ୍ରଥମ ଇନିଂସ ସରିବା ପରେ ଇଂଲଣ୍ଡ ନିଜର ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନର ଜ୍ୟାକ କ୍ରାଉଲି ଓ ବେନ ଡକେଟ୍ ଭାରତୀୟ ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ବିଶେଷ କରି ବେନ ଡକେଟ୍ ଦ୍ରୁତ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ। ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ହାସଲ କରି ଶତକ ଅଭିମୁଖେ ଅଗ୍ରସର ହୋଇଥିଲେ। ଶେଷରେ ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ  ରବୀନ୍ଦ୍ର ଜାଡ଼େଜା। ଦୁଇ ଓପନର ପ୍ରଥମ ଓ୍ଵିକେଟ୍ ପାଇଁ ୧୬୬ ରନ ଯୋଡ଼ି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଜ୍ୟାକ କ୍ରାଉଲି ୮୪ ରନ କରି ଜାଡେଜାଙ୍କ ବଲରେ ଆଉଟ୍ ହୋଇଥିଲେ। 

Also read: ଗୋଟିଏ ଗ୍ରୁପ୍‌ରେ ଆସିପାରନ୍ତି ଭାରତ-ପାକିସ୍ତାନ: ନିରପେକ୍ଷ ସ୍ଥାନରେ ଏସିଆପ କପ୍ ୨୦୨୫ ଆୟୋଜନ କରିବାକୁ ରାଜି ବିସିସିଆଇ

ତେବେ ସବୁଠୁ ବଡ ଝଟକା ବେନ ଡକେଟ୍‌ଙ୍କୁ  ଲାଗିଥିଲା। ଡକେଟ୍ ମାତ୍ର ୬ ରନ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ୧୦୦ ବଲ୍‌ରୁ ୧୩ ଚୌକା ସହ ୯୪ ରନ କରିଥିବା ଡକେଟ୍‌ଙ୍କୁ ଅଂଶୁଲ କମ୍ବୋଜ ପାଭିଲିୟନ ପଠାଇଛନ୍ତି। ଏହା ପରେ ଓଲି ପୋପ ଓ ଜୋ ରୁଟ୍ ଦିନର ଶେଷ ଆଡ଼କୁ ଦଳର କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ପୋପ ୨୦ ରନ ଓ ରୁଟ୍ ୧୧ ରନ କରି ଅପରାଜିତ ଅଛନ୍ତି।  ଇଂଲଣ୍ଡ ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୨୨୫ ରନ କରି ମଜବୁତ ସ୍ଥିତିରେ ରହିଛି।

ଗତକାଲିର ଅସମାପ୍ତ ଖେଳ ୪/୨୬୪ରୁ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ। କ୍ରିଜରେ ଥିଲେ ଜାଡେଜା ଓ ଶାର୍ଦ୍ଦୁଳ। ତେବେ ଦିନର ଆରମ୍ଭରୁ ଜାଡ଼େଜା(୨୦ ରନ) ଆଉଟ୍ ହୋଇଥିଲେ। ଶାର୍ଦ୍ଦୁଳ ଠାକୁର ଭଲ ବ୍ୟାଟିଂ କରି ୪୧ ରନର ଇନିଂସ ଖେଳିଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ସବୁଠୁ ବଡ଼କଥା ଆହତ ପନ୍ତ ବ୍ୟାଟିଂ କରିବାକୁ ଆସି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୭୫ ବଲରୁ ୫୪ ରନ କରି ପାଭିଲିୟନ ଫେରିଥିଲେ। ଓ୍ଵାଶିଂଟନ ସୁନ୍ଦର ୨୭ ରନର ଉପଯୋଗୀ  ରନ କରିଥିଲେ। ଶେଷରେ ଭାରତ ୩୫୮ ରନରେ ଅଲଆଉଟ୍ ହୋଇଛି। 

ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ଶାଣିତ ବୋଲିଂ କରି ଭାରତକୁ ବିଶାଳ ସ୍କୋର କରିବାକୁ ଦେଇ ନାହାନ୍ତି। ସେ ୭୨ ରନ ଦେଇ ୫ ଓ୍ଵିକେଟ୍ ଅକ୍ତିକାର କରିଥିବା ବେଳେ ଜୋଫ୍ରା ଆର୍ଚର ୭୩ ରନ ବିନିମୟରେ ୩ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ପ୍ରଥମ ଦିନରେ ଭାରତ ପକ୍ଷରୁ ସାଇ ସୁଦର୍ଶନ ୬୧ ରନ ଏବଂ ଜୟସ୍ଵାଲ ୫୮ ରନ କରିଥିଲେ। ବିଶେଷ କରି ଜୟସ୍ଵାଲ ଓ କେଏଲ ରାହୁଲ ଓପନିଂରେ ୯୪ ରନ ଯୋଡ଼ିବାରୁ ଭାରତ ଏହି ସମ୍ମାନଜନକ ସ୍କୋର କରି ପାରିଛି। ରାହୁଲ ୪୬ ରନର ଉପଯୋଗୀ ଇନିଂସ ଖେଳିଥିଲେ।