ଗାଡ଼ିରୁ ୧ କୋଟି ଟଙ୍କାର ସୁନା ଜବତ, ଚଢ଼ଉ କରି ଧରିଲା ଜଳେଶ୍ବର ଏସଏସଟି

ଜଳେଶ୍ବର: ଗାଡ଼ିରୁ ଜବତ ହେଲା ୧ କୋଟିରୁ ଅଧିକ ଟଙ୍କାର ସୁନା। ଏକ ଚାରି ଚକିଆ ଗାଡ଼ିରେ ଭର୍ତ୍ତି ସୁନା କଲିକତାର ଦିଘା ଦେଇ ବାରିପଦା ପଠାଯାଉଥିଲା। ତେବେ ଜଳେଶ୍ୱର SST ଗ୍ରୁପ ଆମ୍ବଳିଅଠା ନିକଟରେ ଜବତ କରିଛି ଏହି ସୁନା। ଯାହାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ। ଘଟଣାରେ ତିନି ଜଣକୁ ଅଟକ ରଖାଯାଇଛି। ଜିଏସ୍‌ଟି, ତହସିଲ ଓ ପୋଲିସ ବିଭାଗ ଦ୍ୱାରା ଏହି ଚଢ଼ଉ ଚାଲିଥିଲା।  ଏହା ପୂର୍ବରୁ ମଧ୍ୟ ଜଳେଶ୍ବର- ପଶ୍ଚିମବଙ୍ଗରୁ ଓଡ଼ିଶାକୁ କାର୍‌ରେ ୪ଲକ୍ଷ ଟଙ୍କା ଆସୁଥିଲା ବେଳେ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟ ନାକା ପଏଣ୍ଟରୁ ପୋଲିସ ଦ୍ୱାରା ଗାଡି ଜବତ ହୋଇଥିଲା। ରେଳ ବିଭାଗର ଜଣେ ଠିକାଦାର ଏହି ଟଙ୍କା ଆଣୁଥିବା ସୂଚନା ମିଳିଛି।

ଗାଡ଼ିରୁ ୧ କୋଟି ଟଙ୍କାର ସୁନା ଜବତ, ଚଢ଼ଉ କରି ଧରିଲା ଜଳେଶ୍ବର ଏସଏସଟି

ଜଳେଶ୍ବର: ଗାଡ଼ିରୁ ଜବତ ହେଲା ୧ କୋଟିରୁ ଅଧିକ ଟଙ୍କାର ସୁନା। ଏକ ଚାରି ଚକିଆ ଗାଡ଼ିରେ ଭର୍ତ୍ତି ସୁନା କଲିକତାର ଦିଘା ଦେଇ ବାରିପଦା ପଠାଯାଉଥିଲା। ତେବେ ଜଳେଶ୍ୱର SST ଗ୍ରୁପ ଆମ୍ବଳିଅଠା ନିକଟରେ ଜବତ କରିଛି ଏହି ସୁନା। ଯାହାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ। ଘଟଣାରେ ତିନି ଜଣକୁ ଅଟକ ରଖାଯାଇଛି। ଜିଏସ୍‌ଟି, ତହସିଲ ଓ ପୋଲିସ ବିଭାଗ ଦ୍ୱାରା ଏହି ଚଢ଼ଉ ଚାଲିଥିଲା।  

ଏହା ପୂର୍ବରୁ ମଧ୍ୟ ଜଳେଶ୍ବର- ପଶ୍ଚିମବଙ୍ଗରୁ ଓଡ଼ିଶାକୁ କାର୍‌ରେ ୪ଲକ୍ଷ ଟଙ୍କା ଆସୁଥିଲା ବେଳେ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟ ନାକା ପଏଣ୍ଟରୁ ପୋଲିସ ଦ୍ୱାରା ଗାଡି ଜବତ ହୋଇଥିଲା। ରେଳ ବିଭାଗର ଜଣେ ଠିକାଦାର ଏହି ଟଙ୍କା ଆଣୁଥିବା ସୂଚନା ମିଳିଛି।