ଛାତ୍ରୀ ଭୂମିକାରେ ଉର୍ବଶୀ ରୌତେଲା, ଛାତ୍ର ରାଜନୀତି ଉପରେ ଆଧାରିତ ଫିଲ୍ମରେ ନଜର ଆସିବେ ନଜର

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା।  ନିଜର ଦମଦାର୍‌ ଅଭିନୟ ଲାଗି  ବେଶ ଜଣାଶୁଣା । ତାଙ୍କ ଅଭିନୀତ ‘ଜେଏନ୍‌ୟୁ’ ଆଗକୁ ରିଲିଜ୍‌ ହେବାର ଅଛି ।ଦେଶର  ଜଣାଶୁଣା ୟୁନିଭର୍ସିଟି ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ଛାତ୍ର  ରାଜନୀତି ଉପରେ ଫିଲ୍ମଟି ପର୍ଯ୍ୟବସିତ । ଫିଲ୍ମରେ ତାହାକୁ ଜାହାଙ୍ଗୀର ନ୍ୟାସନାଲ ବିଶ୍ୱବିଦ୍ୟାଳୟ ଭାବେ ଦର୍ଶାଯାଇଛି । ରୌତେଲା ଜଣେ   ଛାତ୍ରୀ ଭାବେ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଏ  ସଂପର୍କରେ ଏକସାକ୍ଷାତକାରରେ ସେ କହିଛନ୍ତି, ଏହା ଏକ କଲେଜ  ପଲିଟିକାଲ ଫିଲ୍ମ । ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ  ରାଜନୀତି କିପରି ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ପ୍ରଭାବ ପକାଇଛି  ତାହା ଏଥିରେ ଦର୍ଶାଯାଇଛି । ମୋ ବାପା ସବୁବେଳେ ଚାହୁଁଥିଲେ ଯେ  ମୁଁ ଜେଏନ୍‌ୟୁରେ ପଢ଼େ ।ବାସ୍ତବ ଜୀବନରେ ସତରେ ପରିଣତ  ହୋଇ ନ ପାରିଲେ ସୁଦ୍ଧା ପରଦାରେ ତାହା ସତ ହେଉଛି । ମୁଁ  ଏଥିରେ ଜଣେ ଛାତ୍ରୀ ଭୂମିକାରେ ନଜର ଆସିବି । ଗ୍ଲାମର ନ ଥିଲେ ବି ଏହା ଏକ ଦମଦାର ଭୂମିକା । ବାମପନ୍ଥୀ ଓ  ଦକ୍ଷିଣପନ୍ଥୀ ଛାତ୍ରସଂଗଠନର ବିଚାରଧାରା ଉପରେ  ଫିଲ୍ମରେ ଦର୍ଶାଯାଇଛି । ଦର୍ଶକେ ମୋର ଏହି ନୂଆ ପ୍ରକାର ଭୂମିକାକୁ ପସନ୍ଦ କରିବେ  ବୋଲି ଆଶା । ଜେଏନ୍‌ୟୁ ଏପ୍ରିଲ ୫  ତାରିଖରେ ରିଲିଜ୍‌ ହେବ । ସେଥିରେ ତାଙ୍କ  ସହିତ ପୀୟୁଷ ମିଶ୍ରା, ରଶ୍ମି ଦେଶାଇ ପ୍ରମୁଖ  କଳାକାରଙ୍କୁ ଦେଖିବାକୁ ମିଳିବ । ୱାର୍କଫ୍

ଛାତ୍ରୀ ଭୂମିକାରେ ଉର୍ବଶୀ ରୌତେଲା, ଛାତ୍ର ରାଜନୀତି ଉପରେ ଆଧାରିତ ଫିଲ୍ମରେ ନଜର ଆସିବେ ନଜର

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା।  ନିଜର ଦମଦାର୍‌ ଅଭିନୟ ଲାଗି  ବେଶ ଜଣାଶୁଣା । ତାଙ୍କ ଅଭିନୀତ ‘ଜେଏନ୍‌ୟୁ’ ଆଗକୁ ରିଲିଜ୍‌ ହେବାର ଅଛି ।ଦେଶର  ଜଣାଶୁଣା ୟୁନିଭର୍ସିଟି ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ଛାତ୍ର  ରାଜନୀତି ଉପରେ ଫିଲ୍ମଟି ପର୍ଯ୍ୟବସିତ । ଫିଲ୍ମରେ ତାହାକୁ ଜାହାଙ୍ଗୀର ନ୍ୟାସନାଲ ବିଶ୍ୱବିଦ୍ୟାଳୟ ଭାବେ ଦର୍ଶାଯାଇଛି । ରୌତେଲା ଜଣେ   ଛାତ୍ରୀ ଭାବେ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଏ  ସଂପର୍କରେ ଏକସାକ୍ଷାତକାରରେ ସେ କହିଛନ୍ତି, ଏହା ଏକ କଲେଜ  ପଲିଟିକାଲ ଫିଲ୍ମ । ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ  ରାଜନୀତି କିପରି ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ପ୍ରଭାବ ପକାଇଛି  ତାହା ଏଥିରେ ଦର୍ଶାଯାଇଛି । ମୋ ବାପା ସବୁବେଳେ ଚାହୁଁଥିଲେ ଯେ  ମୁଁ ଜେଏନ୍‌ୟୁରେ ପଢ଼େ ।

ବାସ୍ତବ ଜୀବନରେ ସତରେ ପରିଣତ  ହୋଇ ନ ପାରିଲେ ସୁଦ୍ଧା ପରଦାରେ ତାହା ସତ ହେଉଛି । ମୁଁ  ଏଥିରେ ଜଣେ ଛାତ୍ରୀ ଭୂମିକାରେ ନଜର ଆସିବି । ଗ୍ଲାମର ନ ଥିଲେ ବି ଏହା ଏକ ଦମଦାର ଭୂମିକା । ବାମପନ୍ଥୀ ଓ  ଦକ୍ଷିଣପନ୍ଥୀ ଛାତ୍ରସଂଗଠନର ବିଚାରଧାରା ଉପରେ  ଫିଲ୍ମରେ ଦର୍ଶାଯାଇଛି । ଦର୍ଶକେ ମୋର ଏହି ନୂଆ ପ୍ରକାର ଭୂମିକାକୁ ପସନ୍ଦ କରିବେ  ବୋଲି ଆଶା । ଜେଏନ୍‌ୟୁ ଏପ୍ରିଲ ୫  ତାରିଖରେ ରିଲିଜ୍‌ ହେବ । ସେଥିରେ ତାଙ୍କ  ସହିତ ପୀୟୁଷ ମିଶ୍ରା, ରଶ୍ମି ଦେଶାଇ ପ୍ରମୁଖ  କଳାକାରଙ୍କୁ ଦେଖିବାକୁ ମିଳିବ । ୱାର୍କଫ୍ରଣ୍ଟ  କଥା କହିବାକୁ ଗଲେ ଉର୍ବଶୀ ଆଗକୁ ‘ଦିଲ୍‌  ହେ ଗ୍ରେ’ରେ ନଜର ଆସିବେ । ତାହା ଏକ  ତାମିଲ ଫିଲ୍ମର ହିନ୍ଦୀ ରିମେକ୍‌ । ଏଥିସହିତ  ସେ ଏକ ତେଲୁଗୁ ଫିଲ୍ମରେ ବି ନଜର  ଆସିବେ । ନିଜ ପ୍ରଫେସନାଲ ଜୀବନ ସହ  ପର୍ସନାଲ ଲାଇଫକୁ ନେଇ ଉର୍ବଶୀ ଅନେକ  ସମୟରେ ଚର୍ଚ୍ଚାରେ ରୁହନ୍ତି । ଅନେକ ସମୟରେ  ତାଙ୍କ ନାଁ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ  ସହ ଯୋଡ଼ା ଯାଇଥାଏ । 

ହେଲେ ଏବେ ଉଭୟେ  ଉଭୟଙ୍କ ଉପରେ କଟାକ୍ଷ କରିବାକୁ ନେଇ  ଚର୍ଚ୍ଚାକୁ ଆସୁଛନ୍ତି । କିଛିଦିନ ପୂର୍ବରୁ ରିଷଭଙ୍କୁ  ବିବାହ କରିବା କିମ୍ବା କାହାକୁ ଡେଟ୍‌ କରୁଥିବା  ନେଇ ଉର୍ବଶୀଙ୍କୁ ପ୍ରଶ୍ନ କରାଯାଇଥିଲା । ଏହା  ଉପରେ ଉର୍ବଶୀ କହିଥିଲେ, ସେ କୌଣସି  ପ୍ରତିକ୍ରିୟା ଦେବେନାହିଁ । ଏହି ଅନୁମାନ ତାଙ୍କ  ପ୍ରଶଂସକମାନେ କରନ୍ତୁ । ଯଦି କେବେ ବିବାହ  ହୁଏ ତେବେ ନିଶ୍ଚିତ ଭାବେ ସେ ନିମନ୍ତ୍ରଣ  ପତ୍ର ପଠାଇବେ । ତେବେ କେବେ କାହାକୁ  ବିବାହ କରିବେ ତାହା ତାଙ୍କୁ ଜଣାନାହିଁ ବୋଲି  କହିଥିଲେ । ଅନ୍ୟପକ୍ଷରେ ଉର୍ବଶୀଙ୍କ ଏକ ଭିଡିଓ  ସାମ୍ନାକୁ ଆସିଛି । ଏଥିରେ ସେ ଯୋଗ୍ୟ ଜୀବନସାଥୀ  ଖୋଜୁଥିବା ନେଇ କ୍ୟାପ୍‌ସନରେ ଲେଖିଛନ୍ତି । ଉର୍ବଶୀ  କହିଛନ୍ତି, ସେ ଅନେକ କ୍ରିକେଟରଙ୍କୁ ଭେଟିଛନ୍ତି  ଯାହାଙ୍କ ଉଚ୍ଚତା ତାଙ୍କ ସହ ମ୍ୟାଚ୍‌ ମଧ୍ୟ ହୋଇନାହିଁ ।  ଏହି ଭିଡିଓ କ୍ରିକେଟର ପନ୍ତଙ୍କ ଉଦ୍ଦେଶ୍ୟରେ ଥିବା  ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି ।