ଛାତ୍ରୀଙ୍କୁ ବଳାତ୍କାର ଘଟଣା: ଯୁବକଙ୍କୁ କୋର୍ଟ ଚାଲାଣ
ଗୋପାଳପୁର,୧୨ା୧୨(ନବୀନ ରାଜ ଆଚାରୀ):ଛାତ୍ରୀକୁ ଅପହରଣ ପରେ ବଳାତ୍କାର କରିବା ଘଟଣାରେ ଗୁରୁବାର ଗୋଳନ୍ଥରା ଥାନା ପୋଲିସ ବଳତ୍କାରୀକୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲା ଅଡ଼ବା ଥାନା ଅଧିନସ୍ଥ ଏକ ଗ୍ରାମର ସୋନିଆ ବଡ଼ ନାୟକ (୨୪)। ସୂଚନାନୁସାରେ ଗଜପତି ଜିଲା ଅଡ଼ବା ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ ନର୍ସିଂ କଲେଜରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ। ଗତ […] The post ଛାତ୍ରୀଙ୍କୁ ବଳାତ୍କାର ଘଟଣା: ଯୁବକଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.
ଗୋପାଳପୁର,୧୨ା୧୨(ନବୀନ ରାଜ ଆଚାରୀ):ଛାତ୍ରୀକୁ ଅପହରଣ ପରେ ବଳାତ୍କାର କରିବା ଘଟଣାରେ ଗୁରୁବାର ଗୋଳନ୍ଥରା ଥାନା ପୋଲିସ ବଳତ୍କାରୀକୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲା ଅଡ଼ବା ଥାନା ଅଧିନସ୍ଥ ଏକ ଗ୍ରାମର ସୋନିଆ ବଡ଼ ନାୟକ (୨୪)। ସୂଚନାନୁସାରେ ଗଜପତି ଜିଲା ଅଡ଼ବା ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ ନର୍ସିଂ କଲେଜରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ। ଗତ ୫ ତାରିଖ ସନ୍ଧ୍ୟାରେ ନାବାଳିକା କୌଣସି କାମ ପାଇଁ ବାହାରକୁ ଯାଇଥିବା ବେଳେ ଆଉ କଲେଜକୁ ଫେରିନଥିଲେ। କଲେଜ ପକ୍ଷରୁ ଛାତ୍ରୀଙ୍କ ବାପାଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ସ୍ଥାନୀୟ ଓ ଆଖପାଖ ସମ୍ପର୍କୀୟ ଘରେ ଖୋଜା ଖୋଜି କରିବା ପରେ ସୋନିଆ ତାଙ୍କ ଝିଅକୁ ଜୋର ଜବରଦସ୍ତ ଅପହରଣ କରିଥିବା ନେଇ ବାପା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନା କେଶ ନଂ ୫୩୮/୨୪ ପ୍ରକାରେ ଅପହରଣ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଭଞ୍ଜନଗର ଅଞ୍ଚଳର ଏକ ଭଡ଼ା ଘରେ ସୋନିଆ ଓ ଛାତ୍ରୀ ରହୁଥିବା ଖବର ପାଇ ଗୁରୁବାର ସକାଳେ ଏକ ପୋଲିସ ଟିମ ସେଠାରେ ଚଢ଼ାଉ କରି ସୋନିଆକୁ ଧରିବା ସହ ନାବାଳିକାକୁ ଉଦ୍ଧାର କରିଥିଲେ। ପରେ ପୋଲିସ ବ୍ରହ୍ମପୁର ବଡ଼ ମେଡିକାଲରେ ଛାତ୍ରୀ ଓ ସୋନିଆଙ୍କ ଡାକ୍ତରି ମାଇନା କରିଥିଲା। ମାମଲା ପରିବର୍ତ୍ତନ କରି ସୋନିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନାଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ଅନ୍ୟପଟେ ବିଚାରପତିଙ୍କ ସମ୍ମୁଖରେ ବିଏନ୍ଏସ୍ ୧୮୩ ଧାରା ଅନୁସାରେ ବୟାନ ରେକର୍ଡ କରାଯାଇଛି।
The post ଛାତ୍ରୀଙ୍କୁ ବଳାତ୍କାର ଘଟଣା: ଯୁବକଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.