ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ୧୦ ବର୍ଷ ଜେଲ୍‌ ଗଲେ ପ୍ରଧାନଶିକ୍ଷକ

ସୁନ୍ଦରଗଡ଼,୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ କୋର୍ଟର ପ୍ରିଜାଇଡିଂ ଅଫିସର ତଥା ଜଜ୍‌ ବୁଧବାର ଏକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାର ଶୁଣାଣି କରି ଅଭିଯୁକ୍ତ ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ପଟେଲଙ୍କୁ ୧୦ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ କୋର୍ଟ ଅଭିଯୁକ୍ତ ପ୍ରଧାନଶିକ୍ଷକ ପଟେଲଙ୍କୁ ୭୦ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ପଟୁଆଡିହି ପଞ୍ଚାୟତ ହାଇସ୍କଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଛାତ୍ରୀମାନଙ୍କୁ ବିଭିନ୍ନ ସମୟରେ ଯୌନ […] The post ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ୧୦ ବର୍ଷ ଜେଲ୍‌ ଗଲେ ପ୍ରଧାନଶିକ୍ଷକ appeared first on Dharitri Odia News.

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ୧୦ ବର୍ଷ ଜେଲ୍‌ ଗଲେ ପ୍ରଧାନଶିକ୍ଷକ

ସୁନ୍ଦରଗଡ଼,୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ କୋର୍ଟର ପ୍ରିଜାଇଡିଂ ଅଫିସର ତଥା ଜଜ୍‌ ବୁଧବାର ଏକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାର ଶୁଣାଣି କରି ଅଭିଯୁକ୍ତ ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ପଟେଲଙ୍କୁ ୧୦ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ କୋର୍ଟ ଅଭିଯୁକ୍ତ ପ୍ରଧାନଶିକ୍ଷକ ପଟେଲଙ୍କୁ ୭୦ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ପଟୁଆଡିହି ପଞ୍ଚାୟତ ହାଇସ୍କଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଛାତ୍ରୀମାନଙ୍କୁ ବିଭିନ୍ନ ସମୟରେ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ବିଦ୍ୟାଳୟର ଜଣେ୧୦ମ ଶ୍ରେଣୀ ଛାତ୍ରୀ ହଷ୍ଟେଲର ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ସରକାରଙ୍କ ପକ୍ଷରୁ ଏହି ମାମଲାଟିକୁ ସ୍ବତନ୍ତ୍ର ପୋକ୍ସୋ କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ଦେବାଶିଷ ମିଶ୍ର ମାମଲାଟିକୁ ପରିଚାଳନା କରୁଥିଲେ।

The post ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ୧୦ ବର୍ଷ ଜେଲ୍‌ ଗଲେ ପ୍ରଧାନଶିକ୍ଷକ appeared first on Dharitri Odia News.