ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ
ଦାରିଙ୍ଗବାଡ଼ି,୪ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ରା଼ପଡାଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ବ୍ଲକ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ଏଥିରେ ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏବିଇଓ ଗୋକୁଳାନନ୍ଦ ନାୟକଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଳିକ ଯୋଗ ଦେଇଥିଲେ। […] The post ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ appeared first on Dharitri Odia News.
ଦାରିଙ୍ଗବାଡ଼ି,୪ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ରା଼ପଡାଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ବ୍ଲକ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା।
ଏଥିରେ ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏବିଇଓ ଗୋକୁଳାନନ୍ଦ ନାୟକଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଳିକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ବନମାଳୀ ମାଝି ଯୋଗଦେଇଥିବା ବେଳେ ସେ ବିଚାରକ ମଣ୍ଡଳୀରେ ଦାୟିତ୍ୱ ବହନ କରିଥିଲେ। ତାଙ୍କୁ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ, ଶ୍ୟାମସୁନ୍ଦର ଦିଗାଲ, ମୋହନ ସାହୁ, ନିରଞ୍ଜନ ପାତ୍ର, ନବୀନ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ଶିଆଳ,ଜୟନାରାୟଣ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ମୋଟ୍ ୨୫୫ ଜଣ ଛାତ୍ରୀଛାତ୍ର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ୯ ଜଣ କୃତୀ ଛାତ୍ରୀଛାତ୍ରଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ତୃତୀୟରୁ ପଞ୍ଚମ ଗୋଟିଏ ବିଭାଗ କରାଯାଇଥିବା ବେଳେ ଷଷ୍ଠରୁ ଅଷ୍ଟମ ଓ ନବମ ଏବଂ ଦଶମକୁ ନେଇ ୩ଟି ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ପୁରସ୍କାର ବିଜେତାଙ୍କ ମଧ୍ୟରେ ଜୁନିୟରରେ କିରିକୁଟି ବିଦ୍ୟାଳୟର ଭାଗିରଥି ପ୍ରଧାନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦିତୀୟ ସ୍ଥାନରେ ସିମା ନବାଡି ବିଦ୍ୟାଳୟର ଦିବ୍ୟଲକ୍ଷ୍ମୀ ସାହୁ ଏବଂ ତୃତୀୟ ସ୍ଥାନରେ ଦାସିଙ୍ଗବାଡ଼ି ବିଦ୍ୟାଳୟର ସୁଜିତ ପଟ୍ଟନାୟକ କୃତ୍ତିତ୍ୱ ଅର୍ଜନ କରିଛନ୍ତି ସେହିପରି ସବ୍ଜୁନିୟରରେ ପ୍ରଥମ ସ୍ଥାନରେ ଜନାବାଡ଼ି ବିଦ୍ୟାଳୟର ନିଶାରାଣୀ ପ୍ରଧାନ, ଦିତୀୟ ସ୍ଥାନରେ ସୁନ୍ଦର ଦଣ୍ଡର ଜୋସୁଆ ମେଲଭିନ ପ୍ରଧାନ ଏବଂ ତୃତୀୟରେ ତରବାଡି ବିଦ୍ୟାଳୟର ତିମତି ପ୍ରଧାନ ସେହିପରି ସିନିୟର ଦଳରେ ପ୍ରଥମ ସ୍ଥାନରେ ବିରାଗାଡା଼ ବିଦ୍ୟାଳୟର କରନ ନାୟକ, ଦିତୀୟ ସ୍ଥାନରେ ଭ୍ରମରବାଡ଼ି ବିଦ୍ୟାଳୟର ସୋନାଲି ସାହୁ ଏବଂ ତୃତୀୟ ସ୍ଥାନରେ ବିରାଗାଡା ବିଦ୍ୟାଳୟର ଚିକୁନ ମାଲବିଶୋଇଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷ ରେ ଶ୍ୟାମସୁନ୍ଦର ଦିଗାଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
The post ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ appeared first on Dharitri Odia News.