ମାଞ୍ଝୀ ହେଉଛନ୍ତି ‘ପଲ୍ଟୁ’, କେବେ ଫେରିଯାଇ ଲଣ୍ଠନ ଧରିନେବେ ନିଜେ ଜାଣିପାରିବେ ନାହିଁ : ପିକେ
ନୂଆଦିଲ୍ଲୀ,୨।୧୧: ବିହାରର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପ ନିର୍ବାଚନ ପ୍ରଚାରରେ ଜୋରଦାର ଆରୋପ ପ୍ରତ୍ୟାରୋପ ଚାଲିଛି। ଏହି ସମୟରେର ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ଦଳର ଷ୍ଟାର ପ୍ରଚାରକ ପ୍ରଶାନ୍ତ କିଶୋର ଶନିବାର କେନ୍ଦ୍ର ମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆଓ୍ବାମ୍ ମୋର୍ଚ୍ଚା(ହମ୍)ର ମୁଖ୍ୟ ଜିତନ ରାମ ମାଞ୍ଝୀଙ୍କୁ ‘ପଲଟୁ’ ବୋଲି କହିଛନ୍ତି। ଏପରିକି ଜିତନ କେବେ ପଲଟି ଆର୍ଜେଡିକୁ ଚାଲିଯିବେ ସେ ନିଜେ ମଧ୍ୟ ଜାଣିପାରିବେ ନାହିଁ ବୋଲି କହିଛନ୍ତି। ପ୍ରଶାନ୍ତ ଇମାମଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରୁ […] The post ମାଞ୍ଝୀ ହେଉଛନ୍ତି ‘ପଲ୍ଟୁ’, କେବେ ଫେରିଯାଇ ଲଣ୍ଠନ ଧରିନେବେ ନିଜେ ଜାଣିପାରିବେ ନାହିଁ : ପିକେ appeared first on Dharitri Odia News.
ନୂଆଦିଲ୍ଲୀ,୨।୧୧: ବିହାରର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପ ନିର୍ବାଚନ ପ୍ରଚାରରେ ଜୋରଦାର ଆରୋପ ପ୍ରତ୍ୟାରୋପ ଚାଲିଛି। ଏହି ସମୟରେର ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ଦଳର ଷ୍ଟାର ପ୍ରଚାରକ ପ୍ରଶାନ୍ତ କିଶୋର ଶନିବାର କେନ୍ଦ୍ର ମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆଓ୍ବାମ୍ ମୋର୍ଚ୍ଚା(ହମ୍)ର ମୁଖ୍ୟ ଜିତନ ରାମ ମାଞ୍ଝୀଙ୍କୁ ‘ପଲଟୁ’ ବୋଲି କହିଛନ୍ତି। ଏପରିକି ଜିତନ କେବେ ପଲଟି ଆର୍ଜେଡିକୁ ଚାଲିଯିବେ ସେ ନିଜେ ମଧ୍ୟ ଜାଣିପାରିବେ ନାହିଁ ବୋଲି କହିଛନ୍ତି।
ପ୍ରଶାନ୍ତ ଇମାମଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରୁ ଜନ ସୁରାଜ ପ୍ରାର୍ଥୀ ଜିତେନ୍ଦ୍ର ପାସଓ୍ବାନଙ୍କ ସମର୍ଥନରେ ଆୟୋଜିତ ସଭାକୁ ସମ୍ବୋଧିତ କରି କହିଛନ୍ତି, ବିହାରର କେବଳ ଦୁଇଟି ଦଳ ଅଛନ୍ତି। ଗୋଟିଏ ଲାଲୁ ଯାଦବଙ୍କ ଆର୍ଜେଡି ଏବଂ ଅନ୍ୟଟି ନରେନ୍ଦ୍ର ମୋଦିଙ୍କ ଭାଜପା। ଜେଡିୟୁର ନୀତୀଶ କୁମାର ଏବଂ ହମ୍ର ନେତା ଜିତନ ରାମ ମାଞ୍ଝୀ ମଧ୍ୟ ଜାଣି ନାହାନ୍ତି ଯେ କେବେ ସେ ଲଣ୍ଠନ ଧରିବେ ଏବଂ କେବେ ଡେଇଁପଡ଼ି ପଦ୍ମରେ ବସିବେ।
ପୂର୍ବରୁ ଜନସାଧାରଣ ତାଙ୍କ ନିକଟରେ ବିକଳ୍ପ ନାହିଁ ବୋଲି କହୁଥିଲେ। ହେଲେ ଏବେ ସେ ଦିନ ନାହିଁ। ଏବେ ସେମାନଙ୍କ ନିକଟରେ ଜନ ସୁରାଜର ବିକଳ୍ପ ଅଛି। ଆମ ଦଳର ଚିନ୍ତାଧାରା ଏହା ଯେ ସମାଜର ଭଲ ଲୋକଙ୍କୁ ରାଜନୀତି ସହ ଯୋଡ଼ିବା ଏବଂ ଲୋକଙ୍କ ଶାସନ ପ୍ରତିଷ୍ଠା କରିବା। ଉପନିର୍ବାଚନରେ ଜନସାଧାରଣଙ୍କୁ ସଂକଳ୍ପ ନେବାକୁ ହେବ ଯେ ସେମାନେ ସେମାନଙ୍କ ପିଲାଙ୍କ ଭବିଷ୍ୟତ, ସେମାନଙ୍କ ଶିକ୍ଷା ଏବଂ ରୋଜଗାର ଲାଗି ଭୋଟ ଦେବେ। ମାଞ୍ଝୀ କିମ୍ବା କିଛି ଅନ୍ୟ ନେତାଙ୍କ ପିଲାଙ୍କୁ ରାଜା କରିବାକୁ ନୁହେଁ ବୋଲି ସେ କହିଛନ୍ତି।
The post ମାଞ୍ଝୀ ହେଉଛନ୍ତି ‘ପଲ୍ଟୁ’, କେବେ ଫେରିଯାଇ ଲଣ୍ଠନ ଧରିନେବେ ନିଜେ ଜାଣିପାରିବେ ନାହିଁ : ପିକେ appeared first on Dharitri Odia News.