ୱାଣ୍ଡର୍ଲା ଭୁବନେଶ୍ୱରର ଫ୍ରିଡମ୍‌ ମନ୍ଥ୍‌ ଅଫର୍‌

ଭୁବନେଶ୍ୱର,୧୩।୮: ଭାରତର ସର୍ବବୃହତ୍‌ ଆମ୍ୟୁଜମେଣ୍ଟ ପାର୍କ ଚେନ୍‌ ‘ୱାଣ୍ଡର୍ଲା ହଲିଡେଜ୍‌’ର ବହୁ ପ୍ରତୀକ୍ଷିତ ଫ୍ରିଡମ୍‌ ମନ୍ଥ୍‌ ଅଫର୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୱାଣ୍ଡର୍ଲାର ଭୁବନେଶ୍ୱରସ୍ଥିତ ପାର୍କରେ ନିକଟରେ ଆରମ୍ଭ ହୋଇଥିବା ଇଣ୍ଡିପେଣ୍ଡେନ୍ସ ଡେ’ସେଲିବ୍ରେଶନ ପାଇଁ ଏକ ସ୍ବତନ୍ତ୍ର ଫ୍ରିଡମ ପାସ୍‌ର ମଧ୍ୟ ଉନ୍ମୋଚନ କରାଯାଇଛି। ସେହିଭଳି ଗ୍ରାହକ ବର୍ତ୍ତମାନ ଅନଲାଇନ ବୁକ୍‌ କରିବା ସମୟରେ ଏକ ସ୍ବତନ୍ତ୍ର ‘ବାୟ ୨ ଗେଟ୍‌ ୧ ଫ୍ରି’ ଟିକେଟ ଅଫରର ସୁବିଧା ଉପଭୋଗ କରିପାରିବେ। ଏହି ସୀମିତ ଅବଧି […] The post ୱାଣ୍ଡର୍ଲା ଭୁବନେଶ୍ୱରର ଫ୍ରିଡମ୍‌ ମନ୍ଥ୍‌ ଅଫର୍‌ appeared first on Dharitri Odia News.

ୱାଣ୍ଡର୍ଲା ଭୁବନେଶ୍ୱରର ଫ୍ରିଡମ୍‌ ମନ୍ଥ୍‌ ଅଫର୍‌

ଭୁବନେଶ୍ୱର,୧୩।୮: ଭାରତର ସର୍ବବୃହତ୍‌ ଆମ୍ୟୁଜମେଣ୍ଟ ପାର୍କ ଚେନ୍‌ ‘ୱାଣ୍ଡର୍ଲା ହଲିଡେଜ୍‌’ର ବହୁ ପ୍ରତୀକ୍ଷିତ ଫ୍ରିଡମ୍‌ ମନ୍ଥ୍‌ ଅଫର୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୱାଣ୍ଡର୍ଲାର ଭୁବନେଶ୍ୱରସ୍ଥିତ ପାର୍କରେ ନିକଟରେ ଆରମ୍ଭ ହୋଇଥିବା ଇଣ୍ଡିପେଣ୍ଡେନ୍ସ ଡେ’ସେଲିବ୍ରେଶନ ପାଇଁ ଏକ ସ୍ବତନ୍ତ୍ର ଫ୍ରିଡମ ପାସ୍‌ର ମଧ୍ୟ ଉନ୍ମୋଚନ କରାଯାଇଛି। ସେହିଭଳି ଗ୍ରାହକ ବର୍ତ୍ତମାନ ଅନଲାଇନ ବୁକ୍‌ କରିବା ସମୟରେ ଏକ ସ୍ବତନ୍ତ୍ର ‘ବାୟ ୨ ଗେଟ୍‌ ୧ ଫ୍ରି’ ଟିକେଟ ଅଫରର ସୁବିଧା ଉପଭୋଗ କରିପାରିବେ। ଏହି ସୀମିତ ଅବଧି ଅଫର୍‌ ଚଳିତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପରିଦର୍ଶନ ପାଇଁ ଉପଲବ୍ଧ ରହିଛି। ଏହାର ଟିକେଟଗୁଡିକୁ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ବୁକ୍‌ କରାଯାଇପାରିବ। ସେହିପରି ସ୍ବାଧୀନତା ଦିବସ ପାଳନରେ ମଧ୍ୟ ୱାଣ୍ଡର୍ଲା ଏହି ଗୁରୁତ୍ୱପୂର୍ଣ୍ଣ ଅବସରକୁ ଚିହ୍ନିତ କରିବା ପାଇଁ ସ୍ବତନ୍ତ୍ର ଅଫରିଙ୍ଗ୍‌ଗୁଡିକର ଏକ ସିରିଜ ଘୋଷଣା କରି ଉତ୍ସାହିତ ଅଛି। ଅପରପକ୍ଷରେ ପାର୍କ ରେଷ୍ଟୁରାଣ୍ଟଗୁଡିକର ଏକ ଟ୍ରାଇ-କଲର ଥିମ୍‌ର ମେନ୍ୟୁ ରହିବ, ଯେଉଁଥିରେ ଦେଶବ୍ୟାପୀ ସ୍ବାଦିଷ୍ଟ ଖାଦ୍ୟଗୁଡିକ ସହ ଏକ ସ୍ବତନ୍ତ୍ର ଇଣ୍ଡିପେଣ୍ଡେନ୍ସ ଡେ’ ଥାଳି ମଧ୍ୟ ସାମିଲ ରହିବ। ୱାର୍ଣ୍ଡଲା ଭୁବନେଶ୍ୱର ଓଡିଶା ସୁପର ବାଇକ୍‌ସ କ୍ଲବକୁ ମଧ୍ୟ ସ୍ବାଗତ କରିବ। ଯେଉଁଥିରେ ଏହି ସ୍ବାଧୀନତା ଦିବସରେ ହାର୍‌ଲି ଡେଭିଡସନ ଗ୍ରୁପ୍‌, ବିଏମ୍‌ଡବ୍ଲ୍ୟୁ ବାଇକ୍‌ସ ଗ୍ରୁପ ଓ ହିମାଳୟାନ ବାଇକ୍‌ସ ଗ୍ରୁପ ଭଳି ପ୍ରତିଷ୍ଠିତ ଗ୍ରୁପ୍‌ଗୁଡିକ ସାମିଲ ରହିବ। ଏହାବ୍ୟତୀତ ସେମାନେ ଜାଭିୟର ସ୍କୋୟାର, ଜୟଦେବ ବିହାରରୁ ୱାଣ୍ଡର୍ଲା ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ଗ୍ରାଣ୍ଡ ସେଲିବ୍ରେଶନ ପାଇଁ ରାଇଡିଙ୍ଗ କରିବେ।

The post ୱାଣ୍ଡର୍ଲା ଭୁବନେଶ୍ୱରର ଫ୍ରିଡମ୍‌ ମନ୍ଥ୍‌ ଅଫର୍‌ appeared first on Dharitri Odia News.