୮ କୋଟି ଟଙ୍କାର ରାସ୍ତା ୮ ଦିନରେ ଫାଟିଲା
ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ଆର୍ ଏଣ୍ଡ ବି ଡିଭିଜନ ତଥା ପୂର୍ତ୍ତ ବିଭାଗ ଅଧୀନରେ ୮ କୋଟି ଟଙ୍କାର ରାମବାଗ-ଛତ୍ରପଡା ରାସ୍ତା କାର୍ଯ୍ୟ ୮ ଦିନ ମଧ୍ୟରେ ଫାଟି ଉଠି ଯାଇଛି ା ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି। ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଏହି ବିଭାଗରେ ଅନେକ ଦୁର୍ନୀତିର ଗୁମର ଏଭଳି ଭାବେ ଧିରେ ଧିରେ ଫିଟିବାରେ ଲାଗିଛି। […] The post ୮ କୋଟି ଟଙ୍କାର ରାସ୍ତା ୮ ଦିନରେ ଫାଟିଲା appeared first on Dharitri Odia News.
ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ଆର୍ ଏଣ୍ଡ ବି ଡିଭିଜନ ତଥା ପୂର୍ତ୍ତ ବିଭାଗ ଅଧୀନରେ ୮ କୋଟି ଟଙ୍କାର ରାମବାଗ-ଛତ୍ରପଡା ରାସ୍ତା କାର୍ଯ୍ୟ ୮ ଦିନ ମଧ୍ୟରେ ଫାଟି ଉଠି ଯାଇଛି ା ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି। ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଏହି ବିଭାଗରେ ଅନେକ ଦୁର୍ନୀତିର ଗୁମର ଏଭଳି ଭାବେ ଧିରେ ଧିରେ ଫିଟିବାରେ ଲାଗିଛି। ଏନେଇ ବିଭିନ୍ନ ମହଲରୁ ଅଭିଯୋଗ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ ହେଉଛି। ଏପରି କି ତଦନ୍ତକାରୀ ଅଧିକାରୀ ତଥା ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ନ ଯାଇ ନିଜ ଅଫିସରେ ବସି ଠିକାଦାରଙ୍କ ସହ ସଲାସୁତୁରା କରି ଆଖି ବୁଜି ଦେଉଥିବା ଅଭିଯୋଗ ହେଉଛି। ଯଦ୍ୱାରା ଜିଲାରେ ଏଫ-୨ ଆଳରେ ଅନେକ କୋଟି ଟଙ୍କା ଯନ୍ତ୍ରୀ ଓ ଠିକାଦାରମାନେ ଲୁଟି ନେଉଥିବା ସନ୍ଦେହ କରାଯାଉଛି। ଏହି ଦୁର୍ନୀତି ଅଭିଯୋଗର ନିରପେକ୍ଷ ତଦନ୍ତ ସହ ଦାୟିତ୍ୱରେ ଥିବା ଯନ୍ତ୍ରୀମାନଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଳର ଭିଜିଲାନ୍ସ ଚଢାଉ କରାଗଲେ ବାସ୍ତବତା ଲୋକଲୋଚନକୁ ଆସି ପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।
ଯାଜପୁର ପୂର୍ତ୍ତ ଉପବିଭାଗ ଅଧୀନରେ ହୋଇଥିବା ଦଶରଥପୁର ବ୍ଲକ ରାମବାଗ ଠାରୁ ଛତ୍ରପଡା-ବିରିପଟା ରାସ୍ତା କାର୍ଯ୍ୟରେ ପୁଣି ଏକ ମହାଦୁର୍ନୀତିର ପର୍ଦ୍ଦାଫାସ ହୋଇଛି ା ପ୍ରାୟ ୧୪ କି.ମି. ଏହି ରାସ୍ତାର ପ୍ରଶସ୍ତୀକରଣ ପାଇଁ ଷ୍ଟେଟ ପ୍ଲାନରୁ ୮ କୋଟି ଟଙ୍କା ମଞ୍ଜୁର ହୋଇଛି ା ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଶୈଳାବାଳା କନ୍ଷ୍ଟ୍ରକ୍ସନ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ତେବେ ବିନା ଫଳକରେ ରାସ୍ତା କାର୍ଯ୍ୟ ହେଉଥିବାବେଳେ ବିଭିନ୍ନ ଉପାୟରେ ଅନୁଦାନ ଅର୍ଥକୁ ଠିକାଦାର ଓ ଯନ୍ତ୍ରୀମାନେ ମିଳିମିଶି ଲୁଟ୍ କରିଥିବା ନେଇଥିବା ଅଭିଯୋଗ ହୋଇଥିଲା ା ଗତ ପ୍ରାୟ ସପ୍ତାହେ ହେବ ଛତ୍ରପଡା ଛକ ସ୍ଥାନରେ ପିଚୁ କାର୍ଯ୍ୟ ହୋଇଥିଲା। ହେଲେ ଆବଶ୍ୟକ ପିଚୁ ଦିଆ ନ ଯିବା ସହିତ ମୋଟେଇ ଅତି ପତଳା କରାଯାଇଥିଲା। ଫଳରେ ସେହି ପିଚୁ ଓ ବଜୁରି ଉଠିଯାଇଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଫଳରେ ରାସ୍ତା ନିର୍ମାଣ କାର୍ଯ୍ୟ ନ ସରୁଣୁ ପାଦରେ ଚାଲିକି ଗଲାବେଳେ ଏବଂ ବାଇକ୍ ଚକରେ ଲାଗି ପିଚୁ ଉଠିଯାଉଛି । ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ସୋମବାର ପ୍ରତିବାଦ କରିବା ସହିତ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଠିକାସଂସ୍ଥା ପକ୍ଷରୁ ପୂରୁଣା ରାସ୍ତାକୁ ଠିକ୍ ଭାବେ ସଫା ନ କରାଯାଇ ପ୍ରାଇମର ପକାଇ ପିଚୁ ରୋଲରିଂ କରାଯାଉଛି । ସେହିପରି ୨୫ ମିମି ମୋଟେଇର ପିଚୁ ବିଛା ଯିବାର ଏଷ୍ଟିମେଟ ରହିଥିବା ବେଳେ କେଉଁଠି ୧୫ ମିମି ତ ଅନ୍ୟ କେଉଁଠି ୨୦ ମିମି ପିଚୁ ବିଛା ଯାଇଛି । ପ୍ରକାଶ ଥାଉକି, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ରାମବାଗଠାରୁ ଛତ୍ରପଡା ୦ କିମି ରୁ ୧୧.୭୨୦ କିମି ଏବଂ ଛତ୍ରପଡା ଠାରୁ ବିରିପଟା ୧୧.୭୨୦ କିମି ରୁ ୧୪.୪୬୮ କିମି ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ନିମନ୍ତେ ବ୍ୟୟ ଅଟକଳ ହୋଇଥିଲା। ତେବେ ରାସ୍ତା କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ଗ୍ରାଉଣ୍ଡ ସବ-ବେସ ବା ଜିଏସବି ଠିକ ନ ଥିବା ମଧ୍ୟ ଅଭିଯୋଗ ହୋଇଛି। ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି ା ଏ ସମ୍ପର୍କରେ ବିଭଗୀୟ ଯନ୍ତ୍ରୀ ରମେଶ ମହାପାତ୍ରଙ୍କୁ ପଚାରିବାରୁ ଏଭଳି ଅଭିଯୋଗର ତଦନ୍ତ କରାଯାଇ ପୁଣି କାର୍ଯ୍ୟ କରାଯିବ ବୋଲି କହିଛନ୍ତି।
ପୂର୍ତ୍ତ ବିଭାଗ ଉପରେ ସରକାରଙ୍କ ଅତୁଟ ଭରସା ରହିଛି। କାର୍ଯ୍ୟଦକ୍ଷତା, ସମୟାନୁବର୍ତ୍ତିତା ଏବଂ ସୁଦୃଢ ନିର୍ମାଣରେ ବିଶ୍ୱାସ ରଖି ପୂର୍ତ୍ତ ବିଭାଗକୁ ଅନ୍ୟ ବିଭାଗର ଏକାଧିକ ପ୍ରକଳ୍ପ କାର୍ଯ୍ୟର ଦାୟିତ୍ୱ ନ୍ୟସ୍ତ କରାଯାଉଛି। କିନ୍ତୁ ଯାଜପୁର ଜିଲା ପାଣିକୋଇଲି ଆରଏଣ୍ଡ ବି ଡିଭିଜନରେ ଏହାର ଓଲଟା ଚିତ୍ର ସାମ୍ନାକୁ ଆସିଛି। ଏହି ଡିଭିଜନରେ ୨୦୧୮ ରୁ ୨୦୨୩ ମଧ୍ୟରେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୩୯ଟି ପ୍ରକଳ୍ପ ଅଧାପନ୍ତରିଆ ଓ ନିମ୍ନମାନର ହୋଇ ପଡି ରହିଛି। ଏଫ୍-୨ ଜରିଆରେ କେତେକ ପ୍ରକଳ୍ପକୁ ବଣ୍ଟାଯାଇ ବିପୁଳ ସରକାରୀ ଅର୍ଥର ବାଟମାରଣା ହେଉଥିବା ଅଭିଯୋଗ ହେଉଛି।
The post ୮ କୋଟି ଟଙ୍କାର ରାସ୍ତା ୮ ଦିନରେ ଫାଟିଲା appeared first on Dharitri Odia News.