ଲଲଙ୍କ ନାଁରେ ଯୋଡ଼ିହେଲା ଜାତିଆଣ ମାମଲା

ଯାଜପୁର ଟାଉନ, ୧।୧୨ (ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ୍‌ର ବିରଜା ହାଟକୁ ନେଇ ଘଟିଥିବା ହିଂସା ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସ (ଲଲ)ଙ୍କ ଅଡୁଆ ବଢ଼ିଯାଇଛି। ୨୦ ତାରିଖ ସନ୍ଧ୍ୟାରେ ବିଜେଡି କର୍ମୀଙ୍କ ରାସ୍ତାରୋକୋ ସମୟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ହୋଇଥିଲା। ସେହିପରି ୨୧ ତାରିଖରେ ବିଜେଡି କର୍ମୀମାନେ ବିରଜା ହାଟରେ ବ୍ୟବସାୟୀ ଓ ଚାଷୀମାନଙ୍କୁ ଧମକାଇବା, ଆକ୍ରମଣ କରିବା […] The post ଲଲଙ୍କ ନାଁରେ ଯୋଡ଼ିହେଲା ଜାତିଆଣ ମାମଲା appeared first on Dharitri Odia News.

ଲଲଙ୍କ ନାଁରେ ଯୋଡ଼ିହେଲା ଜାତିଆଣ ମାମଲା

ଯାଜପୁର ଟାଉନ, ୧।୧୨ (ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ୍‌ର ବିରଜା ହାଟକୁ ନେଇ ଘଟିଥିବା ହିଂସା ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସ (ଲଲ)ଙ୍କ ଅଡୁଆ ବଢ଼ିଯାଇଛି। ୨୦ ତାରିଖ ସନ୍ଧ୍ୟାରେ ବିଜେଡି କର୍ମୀଙ୍କ ରାସ୍ତାରୋକୋ ସମୟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ହୋଇଥିଲା। ସେହିପରି ୨୧ ତାରିଖରେ ବିଜେଡି କର୍ମୀମାନେ ବିରଜା ହାଟରେ ବ୍ୟବସାୟୀ ଓ ଚାଷୀମାନଙ୍କୁ ଧମକାଇବା, ଆକ୍ରମଣ କରିବା ଏବଂ ଟଙ୍କା ଛଡ଼ାଇନେବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଲଲଙ୍କ ସମେତ ୧୯ଜଣଙ୍କୁ ଗିରଫ କରାଯାଇଥିବାବେଳେ ଟାଉନ ଓ ସଦର ଥାନାରେ ୧୭ଟି ମାମଲା ରୁଜୁ ହୋଇଛି। ମାମଲାର ଶୁଣାଣି ଯାଜପୁର ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଚାଲିଛି। ତେବେ ଲଲଙ୍କ ନଁାରେ ଗୋଟିଏ ଜାତିଆଣ ମାମଲା ଥିବା ନେଇ ଏସ୍‌ଡିପିଓ କୈଳାସ ଚନ୍ଦ୍ର ସେଠୀ ଶନିବାର କୋର୍ଟକୁ ଜଣାଇଛନ୍ତି। ଏହାକୁ ଭିତ୍ତିକରି କୋର୍ଟ ସୋମବାର ତାହାର ଶୁଣାଣି କରିବାକୁ ଦିନଧାର୍ଯ୍ୟ କରିଛନ୍ତି। ଲଲ ଏବେ ଜେଲରେ ଥିବାବେଳେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ୪ଟି ମାମଲା ମଧ୍ୟରୁ ଗୋଟିଏରେ ଜିଲା ଦୌରାଜଜ୍‌ ଜାମିନ ମଞ୍ଜୁର କରିଛନ୍ତି। ଏବେ ତାଙ୍କ ନଁାରେ ଆଉ ଏକ ମାମଲା ଯୋଡ଼ିହୋଇଯାଇଛି।

ଅଭିଯୋଗ ଅନୁଯାୟୀ ଗତ ୨୧ ତାରିଖରେ ବିରଜା ହାଟକୁ ଯାଇଥିବା ମହିଳା ଗ୍ରାହକ ଖୁଣ୍ଟିଆ ସାମଲଙ୍କୁ ଲଲଙ୍କ ସମେତ ୭ଜଣ ବ୍ୟକ୍ତ ଅସଭ୍ୟ ଭାଷା ସମେତ ଜାତିକୁ ନେଇ ଗାଳିଗୁଲଜ କରିଥିଲେ। ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ ବୋଲି ଅଭିଯୋଗକାରିଣୀ ସାମଲ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ଯାଜପୁର ଥାନାରେ ୪୭୫/୨୦୨୪ ନମ୍ବରରେ ମାମଲା ରୁଜୁ ହୋଇଛି। ଶୁକ୍ରବାର ଏହାର ତଦନ୍ତ ଦାୟିିତ୍ୱ ଏସ୍‌ଡିପିଓ କୈଳାସ ଚନ୍ଦ୍ର ସେଠୀଙ୍କୁ ଦିଆଯାଇଛି। ଏସ୍‌ଡିପିଓ ଏହି ଜାତିଆଣ ମାମଲା ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହି ମାମଲାକୁ ମିଶାଇ ଲଲଙ୍କ ବିରୋଧରେ ମୋଟ ୫ଟି କେସ୍‌ ରୁଜୁ ହୋଇଛି। ଗୋଟିଏ ମାମଲାରେ ଶୁକ୍ରବାର ଜାମିନ ପାଇଥିବାବେଳେ ଅନ୍ୟ ମାମଲା ପାଇଁ ସେ ଜେଲରୁ ମୁକୁଳି ପାରିନାହାନ୍ତି।
ସୂଚନାଥାଉ କି, ବିରଜା ମନ୍ଦିର ନିକଟରେ କେଉଁ ପୁରୁଣା ସମୟରୁ ପ୍ରତି ଗୁରୁବାର ଓ ରବିବାର ‘ବିରଜା ହାଟ’ ଚାଲିଆସୁଥିଲା। ଏହାକୁ ହାଇଟେକ୍‌ ମଡେଲରେ ତିଆରି କରିବାକୁ ବିଜେଡି ସରକାର ୨୦୨୩ରେ ନିଷ୍ପତ୍ତି ନେଇଥିଲେ। ତଦନୁଯାୟୀ ହାଟକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର ହୋଇଥିଲା। କିନ୍ତୁ ନୂଆ ସ୍ଥାନରେ ହାଟ ବ୍ୟବସାୟ ଭଲ ନ ହେବାରୁ କ୍ଷୁଦ୍ର ବ୍ୟବସାୟୀ ଏବଂ ଚାଷୀମାନେ ବିରୋଧ କରି ଅନେକ ଥର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଫଳରେ ପୁରୁଣା ସ୍ଥାନରେ ହାଟ ଚଳାଇବାକୁ ଜିଲା ପ୍ରଶାସନ ଅନୁମତି ଦେଇଥିଲା। ଏହାକୁ ବିଜେଡି ବିରୋଧ କରି ନଭେମ୍ବର ୨୦ ତାରିଖରେ ରାସ୍ତାରୋକୋ କରାଯାଇଥିବାବେଳେ ୨୧ ତାରିଖରେ ହାଟକୁ ବନ୍ଦ କରିବାକୁ ଉଦ୍ୟମ ହୋଇଥିଲା। ଏଥିଯୋଗୁ ହିଂସା ଘଟିଥିଲା।

The post ଲଲଙ୍କ ନାଁରେ ଯୋଡ଼ିହେଲା ଜାତିଆଣ ମାମଲା appeared first on Dharitri Odia News.