ଛିଡ଼ିଲା ଦଉଡ଼ି, ଛେଳି ପାଇଁ ୩ ଘଣ୍ଟା ଧରି କୂଅରେ ଫସି ରହିଲେ, ଉଦ୍ଧାର ପରେ ସଂଘର୍ଷ କାହାଣୀ କହିଲେ ଲୁଦି…
ଦାରିଙ୍ଗବାଡି, ୧୦।୬ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଶିବ ମନ୍ଦିରର କୂଅରେ ଏକ ଛେଳି ପଡିଯାଇଥିଲା। ପରେ ତାକୁ ଉଦ୍ଧାର କରିବାକୁ ଯାଇ ୩ ଘଣ୍ଟା ଧରି ଉକ୍ତ କୂଅରେ ଜଣେ ଯୁବକ ଫସିଯାଇଥିଲେ। ତାଙ୍କୁ ଚେତାଶୂନ୍ୟ ପରିସ୍ଥିତିରେ ଉଦ୍ଧାର କରାଯାଇଥିଲା। ଏବେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯିବା ପରେ ନୂଆ ଜୀବନ ପାଇଥିବା ଯୁବକ ସଂଘର୍ଷର କାହାଣୀ ବଖାଣିଛନ୍ତି। ଉଦ୍ଧାର ଯୁବକ ହେଲେ ସିମନବାଡି ପଞ୍ଚାୟତ ଶିବମନ୍ଦିର ସାହିର ଲୁଦୁ ପ୍ରଧାନ। […] The post ଛିଡ଼ିଲା ଦଉଡ଼ି, ଛେଳି ପାଇଁ ୩ ଘଣ୍ଟା ଧରି କୂଅରେ ଫସି ରହିଲେ, ଉଦ୍ଧାର ପରେ ସଂଘର୍ଷ କାହାଣୀ କହିଲେ ଲୁଦି… appeared first on Dharitri Odia News.
ଦାରିଙ୍ଗବାଡି, ୧୦।୬ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଶିବ ମନ୍ଦିରର କୂଅରେ ଏକ ଛେଳି ପଡିଯାଇଥିଲା। ପରେ ତାକୁ ଉଦ୍ଧାର କରିବାକୁ ଯାଇ ୩ ଘଣ୍ଟା ଧରି ଉକ୍ତ କୂଅରେ ଜଣେ ଯୁବକ ଫସିଯାଇଥିଲେ। ତାଙ୍କୁ ଚେତାଶୂନ୍ୟ ପରିସ୍ଥିତିରେ ଉଦ୍ଧାର କରାଯାଇଥିଲା। ଏବେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯିବା ପରେ ନୂଆ ଜୀବନ ପାଇଥିବା ଯୁବକ ସଂଘର୍ଷର କାହାଣୀ ବଖାଣିଛନ୍ତି।
ଉଦ୍ଧାର ଯୁବକ ହେଲେ ସିମନବାଡି ପଞ୍ଚାୟତ ଶିବମନ୍ଦିର ସାହିର ଲୁଦୁ ପ୍ରଧାନ। ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ପରେ ମଙ୍ଗଳବାର ତାଙ୍କୁ ଘରକୁ ଛାଡିଦିଆଯାଇଛି। ସେ ଏବେ ବିପଦମୁକ୍ତ। ହେଲେ ତାଙ୍କୁ ଉଦ୍ଧାର ସମୟରେ ପିଠିରୁ ଚମଡା ବାହାରି ଯାଇଥିବାରୁ ଆଘାତ ରହିଛି। ତାହା ଧୀରେ ଧୀରେ ଠିକ୍ ହେବ ବୋଲି ଡାକ୍ତର କହଛନ୍ତି।
ଲୁବୁ କହିଛନ୍ତି, ଛେଳି କୂଅରେ ପଡିଯିବା ପରେ ଗାଁ ଲୋକଙ୍କ ସହାୟତରେ ଏକ ଦଉଡି ସାହାଯ୍ୟରେ କୂଅ ଭିତରକୁ ଯାଇଥିଲେ। ଛେଳିକୁ ହାତରେ ଧରି ପୁଣି ସେହି ଦଉଡିରେ ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ। ହେଲେ ଦଉଡିଟି ଛିଣ୍ଡିଯିବାରୁ ପୁଣି କୂଅ ଭିତରେ ପଡିଯାଇଥିଲେ। ଗ୍ରାମବାସୀ ଆଉ ଥରେ ଦଉଡି ପକାଇଥିଲେ ଓ ଲୁଦି ଉଠିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ସମ୍ଭବ ହୋଇ ନ ଥିଲା। ଏଭଳି ସ୍ଥିତିରେ ସେ କୂଅ ଭିତରେ ବେହୋସ ହୋଇଯାଇଥିଲେ। ଦୀର୍ଘ ସମୟ ଧରି ଗ୍ରାମର କିଛି ଯୁବକ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରି ସମ୍ଭବ ହୋଇ ନ ଥିଲା। କୂଅ ଭିତରେ ସେ ଜୀବନ ମରଣ ସହ ସଂଘର୍ଷ କରୁଥିଲେ। ପରେ ଅଗ୍ନିଶମ ବିଭାଗ ତାଙ୍କୁ ବହୁ ସମୟ ଧରି ପରିଶ୍ରମ କରି ଉଦ୍ଧାର କରିଥିବାରୁ ସେମାନେ ତାଙ୍କୁ ଦେବଦୂତ ଭଳି ପୁର୍ନଜୀବନ ଦେଇଥିବା ସେ କହିଛନ୍ତି।
The post ଛିଡ଼ିଲା ଦଉଡ଼ି, ଛେଳି ପାଇଁ ୩ ଘଣ୍ଟା ଧରି କୂଅରେ ଫସି ରହିଲେ, ଉଦ୍ଧାର ପରେ ସଂଘର୍ଷ କାହାଣୀ କହିଲେ ଲୁଦି… appeared first on Dharitri Odia News.