ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା
କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର ବିଧାନସଭା ଆସନ ସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ। ଦଳ କାହାକୁ ପ୍ରାର୍ଥୀ କରିବ, ସେନେଇ ଭାଜପା କାର୍ଯ୍ୟାଳୟରେ ବୈଠକ ବସୁଛି। ହେଲେ ଏଯାଏ ପ୍ରାର୍ଥୀ ଚୟନ କରିପାରୁନି ଦଳ। ଅନ୍ୟପଟେ ବାରବାଟୀ-କଟକ ବିଧାନସଭା ଆସନ ପାଇଁ କଂଗ୍ରେସ ମହିଳା କାର୍ଡ ଖେଳିବା ନେଇ ପ୍ରସ୍ତୁତି ଜାରି ରଖିଥିବାବେଳେ ବିଧିବଦ୍ଧ ଭାବେ […] The post ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା appeared first on Dharitri Odia News.
କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର ବିଧାନସଭା ଆସନ ସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ। ଦଳ କାହାକୁ ପ୍ରାର୍ଥୀ କରିବ, ସେନେଇ ଭାଜପା କାର୍ଯ୍ୟାଳୟରେ ବୈଠକ ବସୁଛି। ହେଲେ ଏଯାଏ ପ୍ରାର୍ଥୀ ଚୟନ କରିପାରୁନି ଦଳ। ଅନ୍ୟପଟେ ବାରବାଟୀ-କଟକ ବିଧାନସଭା ଆସନ ପାଇଁ କଂଗ୍ରେସ ମହିଳା କାର୍ଡ ଖେଳିବା ନେଇ ପ୍ରସ୍ତୁତି ଜାରି ରଖିଥିବାବେଳେ ବିଧିବଦ୍ଧ ଭାବେ ଏହା ଘୋଷଣା କରିନାହିଁ। ମହମ୍ମଦ ମୋକିମ୍ଙ୍କ ଝିଅ ସୋଫିଆ ଫିର୍ଦୋସ ଏଠାରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ବୋଲି ଖୁବ୍ ଆଲୋଚନା ହେଉଛି। ଏହି ପରିପ୍ରେକ୍ଷୀରେ ଚର୍ଚ୍ଚା ହେଉଛି ଯେ ଯଦି କଂଗ୍ରେସ ମହିଳା କାର୍ଡ ଖେଳେ, ହେଲେ ଭାଜପା ମଧ୍ୟ ସମାନ ନୀତି ଆପଣାଇପାରେ।
ବାରବାଟୀ-କଟକ ଆସନ ପାଇଁ ଭାଜପାରେ ମହିଳା ଆଶାୟୀଙ୍କ ଲମ୍ବା ତାଲିକା ରହିଛି। ସେଥିମଧ୍ୟରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ମୃତି ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା କୋଷାଧ୍ୟକ୍ଷ ତଥା ଆଇନଜୀବୀ କଳ୍ପନା ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ରଶ୍ମିରେଖା ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗୀତା ଦାସ, ଜିଲା ମଣ୍ଡଳ ସଭାପତି ତଥା ସାମାଜିକ କର୍ମୀ ନମିତା ମିଶ୍ର ରହିଛନ୍ତି। ଏମାନେ ଭାଜପା ସହିତ ଦୀର୍ଘବର୍ଷ ହେବ ଜଡ଼ିତ ରହିବା ସହ ନିଜ ସଙ୍ଗଠନ ମଜଭୁତ ରଖି ଭୋଟରଙ୍କ ଅତି ନିକଟତର ହେବାକୁ ଚେଷ୍ଟା କରୁଛନ୍ତି। ଅଦ୍ୟାବଧି ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ବିଜେଡି ପ୍ରଚାର ଚଳାଇଛି। ତେଣୁ ଭାଜପା ଓ କଂଗ୍ରେସର ଆଭିମୁଖ୍ୟ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠୁଛି। କଂଗ୍ରେସ ସୋଫିଆଙ୍କୁ ଯଦି ଟିକେଟ ଦିଏ, ଅନୁରୂପ ଭାବେ ଭାଜପା ମହିଳା କାର୍ଡ ଖେଳିପାରେ ବୋଲି ଦଳ ଭିତରେ ଟୁପୁରଟାପୁର ଚାଲିଛି। ଏନେଇ ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କୁ ପଚାରିବାରୁ ସେ କହିଛନ୍ତି, ଦଳ କାହାକୁ ଟିକେଟ ଦେବ ସେ ନିଷ୍ପତ୍ତି ଦଳର ମୁଖ୍ୟଙ୍କର ରହିଛି। ନାମାଙ୍କନପତ୍ର ଦାଖଲ ସମୟ ପାଖେଇ ଆସୁଛି ସତ, କିନ୍ତୁ ଏବେ ଦଳ କଟକବାସୀଙ୍କୁ ସର୍ପ୍ରାଇଜ ଦେବ। ମହିଳା କାର୍ଡ ନେଇ ଚର୍ଚ୍ଚା ହେଉଛି। ଯଦି ଦଳ ମହିଳା କାର୍ଡ ଖେଳେ ତେବେ କଂଗ୍ରେସ ଭଳି ବାଧ୍ୟରେ ମହିଳାଙ୍କୁ ସାମ୍ନାକୁ ଆଣିବ ନାହିଁ। ଦଳର ଅଭିଜ୍ଞ ନେତ୍ରୀଙ୍କୁ ସାମ୍ନାକୁ ଆଣିବ ବୋଲି ବଡୁ କହିଛନ୍ତି। ତେବେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ମାତ୍ର ଦୁଇ ଦିନ ସମୟ ଥିବାବେଳେ ଭାଜପା କେବେ ପ୍ରାର୍ଥୀ ଘୋଷଣା କରିବ ତାହା ଦେଖିବାକୁ ବାକି ରହିଲା।
The post ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା appeared first on Dharitri Odia News.