ବନ୍ଧୁ ସାଜିଲା ଶତ୍ରୁ.. ଇସ୍ରାଏଲକୁ ନସରଲ୍ଲାର ଖବର ଦେଇଥିଲା ଇରାନୀ ଗୁଇନ୍ଦା ?

କନକ ବ୍ୟୁରୋ : ଇସ୍ରାଏଲକୁ ବଡ଼ ସଫଳତା ମିଳିଛି । ହିଜବୁଲ୍ଲାର ମୁଖ୍ୟକୁ ମାଟିରେ ମିଶାଇ ଲଢ଼େଇକୁ ଏକତରଫା କରିଛି ଇସ୍ରାଏଲ । ଆକ୍ରମଣ ଜାରି ରହିଛି ଓ ଜଣଙ୍କ ପରେ ଜଣେ ହିଜବୁଲ୍ଲାର କମାଣ୍ଡର ନିହତ ହେଉଛନ୍ତି । ଏହା ଭିତରେ ଫ୍ରାନ୍ସର ଏକ ଖବରକାଗଜ ବଡ଼ ଦାବି କରୁଛି ।  ରିପୋର୍ଟରେ ଦାବି କରାଯାଉଛି ଯେ ହିଜବୁଲ୍ଲା ମୁଖ୍ୟ ନସରଲ୍ଲାର ଠିକଣା ବାବଦରେ ଆଉ କେହି ନୁହେଁ ଇରାନୀ ଗୁଇନ୍ଦା ସୂଚନା ଦେଇଥିଲା । ସୂଚନା ଅନୁସାରେ.. -ଇସ୍ରାଏଲକୁ ନସରଲ୍ଲାର ବାବଦରେ ସୂଚନା ଦେଉଥିଲା ଇରାନୀ ଅଣ୍ଡରକଭର ଏଜେଣ୍ଟ -ଫ୍ରାନ୍ସ ଖବରକାଗଜ ଲୀ ପର୍ସିୟାନର ଦାବି କରାଯାଇଛି -ଇସ୍ରାଏଲକୁ ୬୦ଫୁଟ ମାଟି ତଳେ ଥିବା ଆଡ୍ଡା ବାବଦରେ ସୂଚନା ଦେଇଥିଲା ଗୁଇନ୍ଦା -୬ମହଲା ଘରେ ନସରଲ୍ଲା ଓ ଅନ୍ୟ ୧୨ କମାଣ୍ଡର ରହୁଥିଲେ -ବେରୁଟର ଦକ୍ଷିଣପ୍ରାନ୍ତରେ ଥିଲା ନସରଲ୍ଲାର ମୁଖ୍ୟ ଆଡ୍ଡା -ନସରଲ୍ଲା ସେଠାରୁ ହିଁ ସବୁକିଛି ଅପରେଟ କରୁଥିଲା -ସେଠାରେ ନସରଲ୍ଲା ଥିବା ୨୭ରେ ଇସ୍ରାଏଲକୁ ଇରାନୀ ଗୁଇନ୍ଦା ଖବର ଦେଇଥିଲା -୨୭ରେ ଆକ୍ରମଣ କରି ଇସ୍ରାଏଲ ହିଜବୁଲ୍ଲା ମୁଖ୍ୟକୁ ନିପାତ କରିଥିଲା ନସରଲ୍ଲାର ମୃତ୍ୟୁ ପରେ ଏବେ ହିଜବୁଲ୍ଲା ରକ୍ତମୁଖା ହୋଇପଡିଛି । ଏଥିସହ ସଂଗଠନର ଅନ୍ୟ କମାଣ୍ଡର ଇସ୍ରାଏଲଠୁ ପ୍ରତିଶୋଧ ନେବାକୁ ବଡ଼ ଆକ୍ରମଣ ଯୋଜନା କରୁଥିବା ସୂଚନା ମିଳିବା ପରେ ଆଲର୍ଟରେ ଆଇଡିଏଫ । ତେଣୁ ହିଜବୁଲ୍ଲାର କମାଣ୍ଡର ଲୁଚି ରହିଥିବା ଆଶଙ୍କା କରି ଜନବସତି ଅଞ୍ଚ

ବନ୍ଧୁ ସାଜିଲା ଶତ୍ରୁ.. ଇସ୍ରାଏଲକୁ ନସରଲ୍ଲାର ଖବର ଦେଇଥିଲା ଇରାନୀ ଗୁଇନ୍ଦା ?

କନକ ବ୍ୟୁରୋ : ଇସ୍ରାଏଲକୁ ବଡ଼ ସଫଳତା ମିଳିଛି । ହିଜବୁଲ୍ଲାର ମୁଖ୍ୟକୁ ମାଟିରେ ମିଶାଇ ଲଢ଼େଇକୁ ଏକତରଫା କରିଛି ଇସ୍ରାଏଲ । ଆକ୍ରମଣ ଜାରି ରହିଛି ଓ ଜଣଙ୍କ ପରେ ଜଣେ ହିଜବୁଲ୍ଲାର କମାଣ୍ଡର ନିହତ ହେଉଛନ୍ତି । ଏହା ଭିତରେ ଫ୍ରାନ୍ସର ଏକ ଖବରକାଗଜ ବଡ଼ ଦାବି କରୁଛି ।  ରିପୋର୍ଟରେ ଦାବି କରାଯାଉଛି ଯେ ହିଜବୁଲ୍ଲା ମୁଖ୍ୟ ନସରଲ୍ଲାର ଠିକଣା ବାବଦରେ ଆଉ କେହି ନୁହେଁ ଇରାନୀ ଗୁଇନ୍ଦା ସୂଚନା ଦେଇଥିଲା । ସୂଚନା ଅନୁସାରେ..

-ଇସ୍ରାଏଲକୁ ନସରଲ୍ଲାର ବାବଦରେ ସୂଚନା ଦେଉଥିଲା ଇରାନୀ ଅଣ୍ଡରକଭର ଏଜେଣ୍ଟ

-ଫ୍ରାନ୍ସ ଖବରକାଗଜ ଲୀ ପର୍ସିୟାନର ଦାବି କରାଯାଇଛି

-ଇସ୍ରାଏଲକୁ ୬୦ଫୁଟ ମାଟି ତଳେ ଥିବା ଆଡ୍ଡା ବାବଦରେ ସୂଚନା ଦେଇଥିଲା ଗୁଇନ୍ଦା

-୬ମହଲା ଘରେ ନସରଲ୍ଲା ଓ ଅନ୍ୟ ୧୨ କମାଣ୍ଡର ରହୁଥିଲେ

-ବେରୁଟର ଦକ୍ଷିଣପ୍ରାନ୍ତରେ ଥିଲା ନସରଲ୍ଲାର ମୁଖ୍ୟ ଆଡ୍ଡା

-ନସରଲ୍ଲା ସେଠାରୁ ହିଁ ସବୁକିଛି ଅପରେଟ କରୁଥିଲା

-ସେଠାରେ ନସରଲ୍ଲା ଥିବା ୨୭ରେ ଇସ୍ରାଏଲକୁ ଇରାନୀ ଗୁଇନ୍ଦା ଖବର ଦେଇଥିଲା

-୨୭ରେ ଆକ୍ରମଣ କରି ଇସ୍ରାଏଲ ହିଜବୁଲ୍ଲା ମୁଖ୍ୟକୁ ନିପାତ କରିଥିଲା

ନସରଲ୍ଲାର ମୃତ୍ୟୁ ପରେ ଏବେ ହିଜବୁଲ୍ଲା ରକ୍ତମୁଖା ହୋଇପଡିଛି । ଏଥିସହ ସଂଗଠନର ଅନ୍ୟ କମାଣ୍ଡର ଇସ୍ରାଏଲଠୁ ପ୍ରତିଶୋଧ ନେବାକୁ ବଡ଼ ଆକ୍ରମଣ ଯୋଜନା କରୁଥିବା ସୂଚନା ମିଳିବା ପରେ ଆଲର୍ଟରେ ଆଇଡିଏଫ । ତେଣୁ ହିଜବୁଲ୍ଲାର କମାଣ୍ଡର ଲୁଚି ରହିଥିବା ଆଶଙ୍କା କରି ଜନବସତି ଅଞ୍ଚଳରେ ସୋମବାର ଘନଘନ ଆକ୍ରମଣ କରୁଛି ଇସ୍ରାଏଲ । ନିରୀହ ଲୋକଙ୍କୁ ଢ଼ାଲ କରି ହିଜବୁଲ୍ଲାର ଇସ୍ରାଏଲ ସହ ଲଢ଼ୁଥିବା ବେଳେ ଏବେ ଆଇଡିଏଫ ମଧ୍ୟ ପାଲଟା ଜବାବ ଦେଉଛି ।

ହିଜବୁଲ୍ଲାର କମାଣ୍ଡର ହସନ ନସରଲ୍ଲାର ମୃତ୍ୟୁ ପରେ ବି ଲେବାନନର ସେହି ସବୁ ଠିକଣା ଉପରେ ଇସ୍ରାଏଲ ଆକ୍ରମଣ ଜାରି କରିଛି ଯେଉଁଠି ଲୁଚି ରହିଛନ୍ତି କୁଖ୍ୟାତ ଆତଙ୍କୀ । ଲେବାନନର କାନା, ବାଲବେକ, ହରମେଲରେ ଯେଉଁଠି ହିଜୁବଲ୍ଲାର ଆତଙ୍କୀ ଆଡ୍ଡା ଜମାଇଛନ୍ତି ସେଠି ଏୟାରଷ୍ଟ୍ରାଇକ କରୁଛି ଆଇଡିଏଫ । ସୂଚନା ଅନୁସାରେ ଆକ୍ରମଣରେ ଏବେ ସୁଦ୍ଧା ହଜାରରୁ ଅଧିକ ନିରିହ ଲୋକଙ୍କ ମୃତ୍ୟୁ ହେବା ସହ ୧୦ହଜାରରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି । ସେହିପରି ହିଜବୁଲ୍ଲାର ୭ଜଣ ଟପ୍ କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି ।