ପରାଜୟ ଭୟରେ ଭଦ୍ରାମୀ ଓ ସଂଯମତା ଭୁଲି ଯାଉଛନ୍ତି ବିଜେପି ନେତା : ବିଜେଡି

ଭୁୁବନେଶ୍ୱର : ଚଳିତ ନିର୍ବାଚନରେ ଶୋଚନୀୟ ଭାବେ ହାରିବାକୁ ଯାଉଥିବା ବିଜେପି ନେତା ବିଚଳିତ ଆଉ ବିବ୍ରତ ହୋଇ ଅତି ନିମ୍ନରୁଚିର ମନ୍ତବ୍ୟ ମାନ ଦେଉଛନ୍ତି । ଖଲ୍ଲିକୋଟ ପ୍ରସଙ୍ଗରେ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଆଜି ଅତି ତଳସ୍ତରକୁ ଚାଲିଗଲେ । ରାଜନୀତିରେ ଏହାଠାରୁ ନିମ୍ନସ୍ତର ଆଉ କିଛି ନଥିବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ଯେ ସର୍ବସାଧାରଣରେ ମନ୍ତବ୍ୟ ଦେବା ବେଳେ ଭଦ୍ରାମି ଓ […]

ପରାଜୟ ଭୟରେ ଭଦ୍ରାମୀ ଓ ସଂଯମତା ଭୁଲି ଯାଉଛନ୍ତି ବିଜେପି ନେତା : ବିଜେଡି
Fearing defeat BJP leaders are forgetting restraint

ଭୁୁବନେଶ୍ୱର : ଚଳିତ ନିର୍ବାଚନରେ ଶୋଚନୀୟ ଭାବେ ହାରିବାକୁ ଯାଉଥିବା ବିଜେପି ନେତା ବିଚଳିତ ଆଉ ବିବ୍ରତ ହୋଇ ଅତି ନିମ୍ନରୁଚିର ମନ୍ତବ୍ୟ ମାନ ଦେଉଛନ୍ତି । ଖଲ୍ଲିକୋଟ ପ୍ରସଙ୍ଗରେ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଆଜି ଅତି ତଳସ୍ତରକୁ ଚାଲିଗଲେ । ରାଜନୀତିରେ ଏହାଠାରୁ ନିମ୍ନସ୍ତର ଆଉ କିଛି ନଥିବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।

ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ଯେ ସର୍ବସାଧାରଣରେ ମନ୍ତବ୍ୟ ଦେବା ବେଳେ ଭଦ୍ରାମି ଓ ସଂଯମତା ଅବଲମ୍ବନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଇ ଦିନ ତଳେ କହିଥିଲେ। ହେଲେ ଲାଗୁଛି ଆଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେବାକୁ ସତେ ଯେମିତି ବିଜେପି ନେତା ସଂକଳ୍ପ ନେଇଯାଇଛନ୍ତି। ବିଜେପି ନେତା ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଖଲ୍ଲିକୋଟ ଉଆସରେ ହତ୍ୟାକାଣ୍ଡର ଷଡଯନ୍ତ୍ର ହୋଇଥିଲା । ଏଭଳି ବୟାନ ଦେଇ ଶ୍ରୀ ଆଚାର୍ଯ୍ୟ କେବଳ ବିଜେପିର ହୀନମନ୍ୟତା ପଦାରେ ପକାଇ ନାହାନ୍ତି ବରଂ ଖଲ୍ଲିକୋଟ ରାଣୀ ସ୍ୱର୍ଗତ୍ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଅମର ଆତ୍ମାକୁ ଅପମାନିତ କରିଛନ୍ତି । ସେହିଭଳି ସ୍ୱର୍ଗତ୍ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଉତ୍ତରାଧିକାରୀଙ୍କ ପ୍ରତି ମଧ୍ୟ ଶ୍ରୀ ଆଚାର୍ଯ୍ୟ ଦେଇଥିବା ଅପମାନସୂଚକ ଟିପ୍ପଣୀକୁ ନେଇ ସମସ୍ତେ ଆଚମ୍ବିତ ।

ଶ୍ରୀ ଆଚାର୍ଯ୍ୟ ଜାଣି ରଖିବା ଦରକାର କେବଳ ଖଲ୍ଲିକୋଟ ଅଞ୍ଚଳରେ ନୁହେଁ, ବରଂ ସମଗ୍ର ଗଞ୍ଜାମ ତଥା ରାଜ୍ୟ ରାଜନୀତିରେ ସ୍ୱର୍ଗତ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଯଥେଷ୍ଟ ସମ୍ମାନ ରହିଥିଲା । ତାଙ୍କ ପ୍ରତି ଯେଭଳି ଅରୁଚିକର ମନ୍ତବ୍ୟ ଶ୍ରୀ ଆଚାର୍ଯ୍ୟ ଦେଇଛନ୍ତି, ତାର ଜବାବ ଖଲ୍ଲିକୋଟବାସୀ ଦେବେ । କେବଳ ଏତିକି ନୁହେଁ, ଶ୍ରୀ ଆଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ନାଁ ନେଇ ଯେଉଁଭଳି ଧମକ୍ ଦେଇଛନ୍ତି ଆଉ ଟିପ୍ପଣୀ ମାନ କରିଛନ୍ତି, ଏଥିରୁ ସ୍ପଷ୍ଟ ହେଉଛି, ବିଜେପି ଅତି ଶୋଚନୀୟ ଭାବେ ନିର୍ବାଚନ ହାରିବାକୁ ଯାଉଛି। ଅଫିସରଙ୍କୁ ଧମକ୍ ଦେଇ ନିର୍ବାଚନକୁ ପ୍ରଭାବିତ କରିବାକୁ ସେ କରୁଥିବା ଉଦ୍ୟମର ଜବାବ ଖଲ୍ଲିକୋଟବାସୀ ଦେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।